WTC Final: ଏହି ୧୧ ଖେଳାଳିଙ୍କ ସହିତ ପଡ଼ିଆକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha922107

WTC Final: ଏହି ୧୧ ଖେଳାଳିଙ୍କ ସହିତ ପଡ଼ିଆକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ (WTC Final 2021) ମ୍ୟାଚ୍‌ରେ ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ଖେଳାଳିଙ୍କ ସହିତ ପଡ଼ିଆକୁ ଓହ୍ଲାଇପାରନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଶୁକ୍ରବାରଠାରୁ ସାଉଥମ୍ପଟନ୍‌ର ଏଗେସ୍ ବଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ (WTC Final) ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ କ୍ରିକେଟର ସର୍ବ ପୁରାତନ ତଥା ସର୍ବ ବୃହତ ଫର୍ମାଟ୍ ଅର୍ଥାତ୍ ଟେଷ୍ଟ କ୍ରିକେଟ୍ (Test Cricket) ବିଶ୍ୱ ଚାମ୍ପିଅନସିପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (Ind vs NZ) ଦଳ ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ।

ଏହି ମ୍ୟାଚକୁ ନିଜ ନାମରେ କରିବା ପାଇଁ ଦୁଇ ଦଳ ଜୋରଦାର ଚେଷ୍ଟା କରିବେ । ଏହାର କାରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଉଭୟ ଦଳ ମଧ୍ୟରୁ ଜଣେ ବିଶ୍ୱ ଚାମ୍ପିଅନ୍ ହେବ । ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ କ୍ରିକେଟର (Test Cricket) ପ୍ରଥମ ବିଶ୍ୱ ଚାମ୍ପିଅନ୍ ଟାଇଟଲ ହାସଲ କରିବାକୁ ଚାହୁଁଛନ୍ତି । 

fallback

ବିରାଟ କୋହଲିଙ୍କ (Virat Kohli) ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ (Indian cricket team) ମଙ୍ଗଳବାର ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ୧୫ ଖେଳାଳିଙ୍କ ମଧ୍ୟରୁ ବିରାଟଙ୍କୁ ନିଜର ଏକାଦଶ ଚୟନ କରିବାକୁ ପଡିବ, ଯିଏ କିୱି ଖେଳାଳିଙ୍କ ସହ ଆଗାମୀ ପାଞ୍ଚ ଦିନ ପାଇଁ ଭାରତର ଗର୍ବ ବଢାଇବାକୁ ଚେଷ୍ଟା କରିବେ ।

ଋଷଭ ପନ୍ତ ହେବେ ୱିକେଟ୍ କିପର, ଗିଲ-ରୋହିତ ଇନିଂସ ଆରମ୍ଭ କରିବେ
ଭାରତୀୟ ଦଳ ପରିଚାଳନା ଦ୍ୱାରା ଦଳରେ ସ୍ଥାନ ପାଇଥିବା ୧୫ ଜଣ ଖେଳାଳିଙ୍କ ମଧ୍ୟରେ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପର ଚୟନକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦଳ ପରିଚାଳନା ପାଇଁ ପ୍ରକୃତ ସମସ୍ୟା ହେଉଛି ଅଲରାଉଣ୍ଡର ଓ ବୋଲର ଚୟନ । ବ୍ୟାଟିଂରେ ଭାରତ ପାଇଁ ଶୁଭମନ ଗିଲ ଓ ହିଟମ୍ୟାନ ରୋହିତ ଶର୍ମା ଇନିଂସ ଆରମ୍ଭ କେଇବେ । ତିନି ନମ୍ବରରେ ବ୍ୟାଟିଂ ପାଇଁ ଚେତେଶ୍ୱର ପୂଜାରା ଓ ଚତୁର୍ଥ ନମ୍ବରରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବେ ।

fallback

ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ପଞ୍ଚମ ସ୍ଥାନରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବେ । ୱିକେଟ୍ କିପର ଋଷଭ ପନ୍ତ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ । ରିଦ୍ଧିମାନ ସାହା ମଧ୍ୟ ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ସାମିଲ ଅଛନ୍ତି କିନ୍ତୁ ସେ ରିଜର୍ଭ ୱିକେଟ୍ କିପର ଭାବରେ ଦଳ ସହ ରହିବେ ।

ବିରାଟ ଦୁଇ ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କ ବିଶ୍ୱାସ ଜତାଇ ପାରନ୍ତି
ଭାରତୀୟ ଦଳ ଦୁଇ ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କ ସହ ଫାଇନାଲ ମ୍ୟାଚ୍‌ରେ ପଡିଆକୁ ଓହ୍ଲାଇକୁ ଯୋଜନା କରୁଛି । ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ତଥା ସ୍ପିନର ଭାବରେ ଦଳ ସହ ରହିବେ । ଏଥି ସହିତ ଦ୍ରୁତ ବୋଲିଂର ଦାୟିତ୍ୱ ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଭିଜ୍ଞ ଇଶାନ୍ତ ଶର୍ମାଙ୍କ ହାତରେ ରହିବ । ଉମେଶ ଯାଦବ ଓ ମହମ୍ମଦ ସିରାଜ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ପାରନ୍ତି ।

ଅଧିକ ପଢ଼ନ୍ତୁ: TCS, Infosys, Wipro, HCL କମ୍ପାନୀରେ ହେବ ବଡ ଛଟେଇ! ୩୦ ଲକ୍ଷଙ୍କ ଯିବ ଚାକିରୀ, ଦେଖନ୍ତୁ ରିପୋର୍ଟ  

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ୍ ଭାରତର ସମ୍ଭାବ୍ୟ ଏକାଦଶ (Probable Playing eleven)
ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶିନ, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି ।