WhyTrain Coaches Are in Different Colours: ଭାରତୀୟ ରେଳବାଇ ଦେଶର ଜୀବନ ରେଖା ଭାବେ ପରିଚିତ। କାରଣ ଦେଶର କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ଭାରତୀୟ ରେଳବାଇ। ହେଲେ କେବେ ଆପଣ ରେଳଯାତ୍ରା କରିବା ବେଳେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି ଯେ ଯାତ୍ରୀବାହୀ ଟ୍ରେନ ଡବା ଲାଲ ଏବଂ ନୀଳ ରଙ୍ଗରେ ଦୃଶ୍ୟମାନ ହୋଇଥାଏ। ହେଲେ ଆପଣ କେବେ ଚିନ୍ତା କରିଛନ୍ତି ଯେ ଯାତ୍ରୀବାହୀ ଟ୍ରେନ ଡବାର ରଙ୍ଗରେ କ'ଣ ପାର୍ଥକ୍ୟ ରହିଛି? ଏହି ଡବାରେ କ'ଣ ଭିନ୍ନ ଭିନ୍ନ ସୁବିଧା ଉପଲବ୍ଧ ରହିଛି? ଏହି ଦୁଇ ପ୍ରକାର ଡବା ମଧ୍ୟରୁ କେଉଁଟି ଅଧିକ ସୁରକ୍ଷିତ? 


COMMERCIAL BREAK
SCROLL TO CONTINUE READING

ଲାଲ ଏବଂ ନୀଳ ରଙ୍ଗରେ ଦୃଶ୍ୟମାନ ହେଉଥିବା ଡବା ମଧ୍ୟରେ ଏକ ପାର୍ଥକ୍ୟ ରହିଛି। ତାହା ହେଉଛି ନୀଳ ରଙ୍ଗ ଡବାକୁ ଇଣ୍ଟିଗ୍ରାଲ୍ କୋଚ୍ (Integral Coach Factory) ଆଇସିଏଫ୍ (ICF) କୁହାଯାଏ। ଏହା ହେଉଛି ପାରମ୍ପାରିକ ରେଳ କୋଚ୍। ୧୯୫୨ ମସିହାରେ ତାମିଲନାଡୁ ରାଜଧାନୀ ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଠାରେ ଏହାର ଉତ୍ପାଦନ ଆରମ୍ଭ ହୋଇଥିଲା। ଯେଉଁଠାରେ, ଲାଲ ରଙ୍ଗର ଡବାକୁ ଲିଙ୍କ୍ ହୋଫମ୍ୟାନ୍ ବୁଶ୍ (Linke Hofmann Busch) ଏଲଏଚବି (LHB) କୋଚ୍ କୁହାଯାଏ। ଗତ ୨୦୦୦ ମସିହାରୁ ଦେଶରେ ଲାଲ ରଙ୍ଗର ରେଳ ଡବା ନିର୍ମାଣ ଆରମ୍ଭ ହୋଇଥିଲା। ଏହି ଡବା ଜର୍ମାନ କମ୍ପାନୀ ଲିଙ୍କ୍-ହୋଫମ୍ୟାନ୍-ବୁଶ୍ ଦ୍ୱାରା ଡିଜାଇନ୍ ହୋଇଛି। ଏହି ଡବା ପଞ୍ଜାବ (Punjab) କାପୁରଥାଲା ସ୍ଥିତ ରେଳଡବା ନିର୍ମାଣ କାରଖାନାରେ (Kapurthala Rail Coach Factory) ନିର୍ମିତ ହୋଇଥାଏ।


ବର୍ତ୍ତମାନ ଏହା ଜାଣିବା ଜରୁରୀ ଯେ ଲାଲ ଏବଂ ନୀଳ ରଙ୍ଗର ଡବା ମଧ୍ୟରୁ କେଉଁଟି ଅଧିକ ସୁରକ୍ଷିତ? ଜାଣନ୍ତୁ ଯେ ଦୁର୍ଘଟଣା ସମୟରେ ଲାଲ ରଙ୍ଗର ଡବା ପରସ୍ପର ଉପରେ ଚଢିଯାନ୍ତି। ଡୁଆଲ୍ ବଫର୍ ସିଷ୍ଟମ୍ (Dual Buffer System) ହେତୁ ଏପରି ଘଟିଥାଏ। ଅନ୍ୟପଟେ ନୀଳ ରଙ୍ଗର ଡବା ପରସ୍ପର ଉପରେ ଚଢନ୍ତି ନାହିଁ। କାରଣ ଏହି ଡବାରେ ସେଣ୍ଟର୍ ବଫର୍ କଲିଂ ସିଷ୍ଟମ୍ (Center Buffer Calling System) ରହିଛି। ଏହି ଡବା ଦୁର୍ଘଟଣାଗ୍ରସ୍ତ ହେଲେ ମଧ୍ୟ ଏଥିମଧ୍ୟରେ ଜୀବନ ଏବଂ ସମ୍ପତ୍ତି ନଷ୍ଟ କମ ନଷ୍ଟ ହୋଇଥାଏ। 


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଲ ରଙ୍ଗର ଡବା ନିର୍ମାଣ ଲାଗି ଷ୍ଚିଲ (Steel) ବ୍ୟବହାର କରାଯାଏ। ସେମାନଙ୍କର ଓଜନ ମଧ୍ୟ ଅପେକ୍ଷାକୃତ ଅଧିକ। ଯେଉଁଠାରେ ନୀଳ ରଙ୍ଗର ଡବା ନିର୍ମାଣ ଲାଗି ଷ୍ଟେନଲେସ୍ ଷ୍ଟିଲ (Stainless Steel) ବ୍ୟବହାର କରାଯାଏ। ଏହା ଓଜନରେ ହାଲୁକା। ଲାଲ୍ ଡବା ତୁଳନାରେ ନୀଳ ଡବାର ଓଜନ ପ୍ରାୟ ୧୦ ପ୍ରତିଶତ କମ।


ବିଦ୍ୟୁତ୍ ଉତ୍ପାଦନ ପାଇଁ ଲାଲ୍ ଡବାରେ ଡାଇନାମୋ ସଂଯୁକ୍ତ ହୋଇଛି। ଏହି କାରଣରୁ ଟ୍ରେନ ଗତି କମ ହୋଇଯାଏ। ଏହି କୋଚ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ। ହେଲେ ଏହାର ସର୍ବାଧିକ ବେଗ ୧୨୦ କିଲୋମିଟର ରଖାଯାଇଛି। ଅନ୍ୟପଟେ ନୀଳ ରଙ୍ଗର ଡବା ରେଳ ଧାରଣାରେ ଦ୍ରୁତ ଗତିରେ ଦୌଡ଼ିପାରିବ। ନୀଳ ରଙ୍ଗର ଡବା ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ରେଳ ଧାରଣାରେ ଦୌଡ଼ିପାରିବ। ତଥାପି ଏହାର ସର୍ବାଧିକ ବେଗ ୧୬୦ କିଲୋମିଟର ରଖାଯାଇଛି।