Indian Railway: ଖୁବ ଶୀଘ୍ର ଦେଶକୁ ଏକ ବଡ ଉପହାର ଦେବାକୁ ଯାଉଛି ଭାରତୀୟ ରେଳବାଇ। ସେମି ହାଇ ସ୍ପୀଡ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ପରେ ଦେଶରେ ମାଲଗାଡ଼ି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ। ଏହି ପରିପ୍ରେକ୍ଷୀରେ ରେଲୱେ ବୋର୍ଡ ଦ୍ୱାରା ୧୧ କ୍ଷେତ୍ରୀୟ ରେଳ ମହାପ୍ରବନ୍ଧକଙ୍କୁ ଏକ ଚିଠି ଲେଖାଯାଇଛି। ବୋର୍ଡ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଏହି ମାଲଗାଡ଼ିର ନାମ Freight EMU ରହିବ। କିଛି ସମ୍ଭାବ୍ୟ ଗ୍ରାହକଙ୍କ ସହ ଆଲୋଚନାକୁ ଆଧାର କରି ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇ ଅଞ୍ଚଳରେ ଏହାର ପ୍ରଥମ ସେବା ଆରମ୍ଭ ହେବ ବୋଲି ଚିଠିରେ ଦର୍ଶାଇଛି ରେଲୱେ ବୋର୍ଡ।


COMMERCIAL BREAK
SCROLL TO CONTINUE READING

ଏହି Freight EMU ଟ୍ରେନ୍ (Freight EMU Train) ଏକ ସୁପରଫାଷ୍ଟ ପାର୍ସଲ୍ ସେବା (Superfast Parcel Service) ଭାବରେ କାର୍ଯ୍ୟ କରିବ। ଏପରି ମାଲଗାଡ଼ି (Goods Train) ଚଳାଇବାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ମୂଲ୍ୟ ଏବଂ ସମୟ ସମ୍ବେଦନଶୀଳ ସାମଗ୍ରୀକୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପରିବହନ କରିବା। ଯାହା ବର୍ତ୍ତମାନ ଅନ୍ୟ ସାଧନ ଦ୍ୱାରା ପରିବହନ କରାଯାଉଛି।


ଏହି ମାଲଗାଡିରେ କୌଣସି ଝରକା (Window) ରହିବ ନାହିଁ। ଏଥିରେ ମୋଟ ୧୬ ବଗି (Coach) ରହିବ। ଯାହାର ମୋଟ କ୍ଷମତା ହେଉଛି ୨୬୪ ଟନ୍। ଏହାର ସମସ୍ତ କୋଚ୍ ଅଲଗା ହେବ। ଯାହା ଦ୍ୱାରା ବିଭିନ୍ନ ପାର୍ସଲ୍ କମ୍ପାନୀ (Parcel Company) ଏହାକୁ ଭଡାରେ ନେଇପାରିବ। ସେହି ସମୟରେ ଲୋଡିଂ ଏବଂ ଅନଲୋଡିଂ (Loading and Unloading) ପାଇଁ ୧୮୦୦ ମିଲିମିଟର ସ୍ୱୟଂଚାଳିତ ସ୍ଲାଇଡିଂ କବାଟ (Automatic Sliding Door) ରହିବ। ବଗି ମଧ୍ୟରେ ଏକ ସ୍ୱତନ୍ତ୍ର ତାପମାତ୍ରା ରଖାଯିବ। ଯାହାଫଳରେ ଫଳ ଏବଂ ପନିପରିବା ଭଳି ଖାଦ୍ୟ ସାମଗ୍ରୀ ଯେପରି ଖରାପ ନ ହେବ। 


Also Read: Indian Railways: ଯାତ୍ରୀବାହୀ ପରେ ମାଲଗାଡିକୁ ନେଇ ଆସିଲା ବଡ଼ ଖବର


ସେମି ହାଇ ସ୍ପୀଡ ଟ୍ରେନ (Semi High Speed Train) ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ପାଇଁ କୋଚ୍ ଉତ୍ପାଦନ କରୁଥିବା ଚେନ୍ନାଇ ଭିତ୍ତିକ ଇଣ୍ଟିଗ୍ରେଟେଡ୍ ଭେଇକିଲ୍ କାରଖାନା (Chennai Integral Coach Factory) ଡିସେମ୍ବର ସୁଦ୍ଧା ମାଲ ପରିବହନ EMU ରେକ୍ (Freight EMU Rack) ଉତ୍ପାଦନ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଦେଶରେ ଖୁବ ଶୀଘ୍ର ପଞ୍ଚମ ବନ୍ଦେ ଭାରତ ଟ୍ରେନ (Vande Bharat Train) ଚାଲିବା ନେଇ ଜଣାଇଛି ଭାରତୀୟ ରେଳବାଇ (Indian Railway)। ରେଳ ମନ୍ତ୍ରଣାଳୟରୁ (Railway Ministry) ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରେନ୍ ଚେନ୍ନାଇ-ବେଙ୍ଗାଲୁରୁ-ମହୀଶୂର ମାର୍ଗରେ (Chennai Bengaluru Mysuru Railway Route) ଚାଲିବ। ଦକ୍ଷିଣ ଭାରତରେ (South India) ଏହା ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ହେବ। ଏହି ଟ୍ରେନ୍ ଆସନ୍ତା ନଭେମ୍ବର ଚାଲିପାରେ କୁହାଯାଉଛି।  


ଯାତ୍ରୀବାହୀ ଟ୍ରେନ ପରେ ଏବେ ମାଲଗାଡ଼ି ବାବଦରେ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶରେ ଆରମ୍ଭ ହୋଇସାରିଛି ସେମି ହାଇ ସ୍ପୀଡ୍ ବନ୍ଦେ ଭାରତ ଟ୍ରେନ ସେବା। ଏବେ ହାଇସ୍ପୀଡ୍ ମାଲ ଗାଡ଼ି ସେବା ଆରମ୍ଭ କରିବାକୁ ଯୋଜନା କରୁଛି ରେଳବାଇ। ପ୍ରଥମେ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଦ୍ରୁତଗାମୀ ମାଲ ଗାଡି ସେବା ଆରମ୍ଭ କରିବାକୁ ଯାଉଛି ରେଳବାଇ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରେଳବାଇ ସ୍ୱଳ୍ପ ସମୟ ମଧ୍ୟରେ ଉଚ୍ଚ ମୂଲ୍ୟର ପରିବହନ ବଜାର ଉପରେ ନିୟନ୍ତ୍ରଣ ପାଇବାକୁ ଚାହୁଁଛି। ବର୍ତ୍ତମାନ ରେଳବାଇ ଅନ୍ୟ ଉପାୟରେ ଯାଉଥିବା ପାର୍ସଲ ବ୍ୟବସାୟରେ ନିଜର ନିୟନ୍ତ୍ରଣ  ମଜବୁତ କରିବାକୁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛି।