High Speed Goods Train: ଦ୍ରୁତ ଗତିରେ ରେଳ ଧାରଣାରେ ଦୌଡି଼ବାକୁ ଥିବା ଏହି ମାଲଗାଡ଼ି ଅନେକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହେବ।
Trending Photos
High Speed Freight Train: ଯାତ୍ରୀବାହୀ ଟ୍ରେନ ପରେ ଏବେ ମାଲଗାଡ଼ି ବାବଦରେ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶରେ ଆରମ୍ଭ ହୋଇସାରିଛି ସେମି ହାଇ ସ୍ପୀଡ୍ ବନ୍ଦେ ଭାରତ ଟ୍ରେନ ସେବା। ଏବେ ହାଇସ୍ପୀଡ୍ ମାଲ ଗାଡ଼ି ସେବା ଆରମ୍ଭ କରିବାକୁ ଯୋଜନା କରୁଛି ରେଳବାଇ। ପ୍ରଥମେ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଦ୍ରୁତଗାମୀ ମାଲ ଗାଡି ସେବା ଆରମ୍ଭ କରିବାକୁ ଯାଉଛି ରେଳବାଇ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରେଳବାଇ ସ୍ୱଳ୍ପ ସମୟ ମଧ୍ୟରେ ଉଚ୍ଚ ମୂଲ୍ୟର ପରିବହନ ବଜାର ଉପରେ ନିୟନ୍ତ୍ରଣ ପାଇବାକୁ ଚାହୁଁଛି। ବର୍ତ୍ତମାନ ରେଳବାଇ ଅନ୍ୟ ଉପାୟରେ ଯାଉଥିବା ପାର୍ସଲ ବ୍ୟବସାୟରେ ନିଜର ନିୟନ୍ତ୍ରଣ ମଜବୁତ କରିବାକୁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛି।
ବନ୍ଦେ ଭାରତ ପ୍ଲାଟଫର୍ମ (Vande Bharat Platform) ଉପରେ ନିର୍ମିତ ନୂତନ ମାଲ ପରିବହନ ଇଏମୟୁ ରୋଲିଂ ଷ୍ଟକ୍ (Freight EMU Rolling Stock) ମାଧ୍ୟମରେ ଏହି ସେବାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି। ଏନେଇ ମିଳିଥିବା ଖବର ଅନୁଯାୟୀ, ରେଳବାଇ ଯଥାଶୀଘ୍ର ଏହି ସେବା ଆରମ୍ଭ କରିବାକୁ ଚାହୁଁଛି। ମାଲବାହୀ ଇଏମୟୁ ରେକ (Freight EMU Rake) ର ମୁଖ୍ୟ ବୈଶିଷ୍ଟ୍ୟରେ ଏହାର ସର୍ବୋଚ୍ଚ ବେଗ ୧୬୦ କିଲୋମିଟର ଅନ୍ତର୍ଭୁକ୍ତ ରହିଛି। ପ୍ୟାଲେଟାଇଜଡ୍ କଣ୍ଟେନର ପରିବହନ (Palletized Container Shipping) ପାଇଁ ଏହି ରେକ୍ ଡିଜାଇନ୍ କରାଯାଇଛି।
Also Read: Indian Railway: ଦେଶକୁ ମିଳିଲା ଚତୁର୍ଥ ବନ୍ଦେ ଭାରତ ଟ୍ରେନ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ
ଦ୍ରୁତ ଗତିରେ ରେଳ ଧାରଣାରେ ଦୌଡି଼ବାକୁ ଥିବା ଏହି ମାଲଗାଡ଼ି (High Speed Freight Train) ଅନେକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହେବ। ଏହା ଡବାରେ ୧୮୦୦ ମିମି ଓସାର ସହିତ ସ୍ୱୟଂଚାଳିତ ସ୍ଲାଇଡିଂ ପ୍ଲଗ କବାଟ (Automatic Sliding Plug Doors) ରହିବ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ଏହି ରେଳଗାଡି଼ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟକୁ (Make in India Vision of PM) ଦୃଷ୍ଟିରେ ରଖାଯାଇଛି।
ବର୍ତ୍ତମାନ ଦେଶର ଚାରୋଟି ମାର୍ଗରେ (Indian Railway Route) ବନ୍ଦେ ଭାରତ ଟ୍ରେନ (Vande Bharat Train) ଚଳାଚଳ କରୁଛି। ଅକ୍ଟୋବର ୧୩ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି (PM Modi) ହିମାଚଳ ପ୍ରଦେଶକୁ ଉପହାରରେ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଦାନ କରିଛନ୍ତି। ଯାହା ହେଉଛି ଦେଶର ଚତୁର୍ଥ ବନ୍ଦେ ଭାରତ ଟ୍ରେନ। ଯାହା ହିମାଚଳ ପ୍ରଦେଶ ଉନା ଠାରୁ ରାଜଧାନୀ ଦିଲ୍ଲୀ (New Delhi Una Vande Bharat Express) ପର୍ଯ୍ୟନ୍ତ ଚଳାଚଳ କରିବ। ଗୁରୁବାର ଏହାକୁ ଅମ୍ବ ଅନ୍ଦୌରା ରେଳ ଷ୍ଟେସନ (Amb Andaura Railway Station) ଠାରେ ସବୁଜ ପତାକା ଦେଖାଇ ଦିଲ୍ଲୀ ଅଭିମୁଖ୍ୟ ପ୍ରସ୍ଥାନ କରାଇଛନ୍ତି ପ୍ରଧାନମନ୍ତ୍ରୀ।
Also Read: Indian Railway: ଦେଶକୁ ମିଳିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ଏହି ମାର୍ଗରେ ଦୌଡ଼ିବ ଟ୍ରେନ
ବୁଧବାର ବ୍ୟତୀତ ସପ୍ତାହର ସମସ୍ତ ଦିନରେ ସେବା ଯୋଗାଇବ ଦିଲ୍ଲୀ-ଉନା ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନ ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ଏବଂ ଉନା ଠାରେ ଅଟକି ରହିବ। ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ବେଗ ଧରିବାକୁ ସକ୍ଷମ। ଏହି ଟ୍ରେନ ଏହି ଅଞ୍ଚଳରେ ରହିଥିବା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ଯାତ୍ରୀଙ୍କୁ ଏକ ଆରାମଦାୟକ ଏବଂ ଦ୍ରୁତଗାମୀ ଯାତ୍ରା ପ୍ରଦାନ କରିବ।