ନୂଆଦିଲ୍ଲୀ: ହଜ୍ ପାଇଁ ଯିବାକୁ ଚାହୁଁଥିବା ଭାରତୀୟ ମୁସଲମାନ (Indian Muslims) ନାଗରିକଙ୍କ ସମସ୍ତ ଆବେଦନକୁ ବାତିଲ କରିଦିଆଯାଇଛି । ହଜ୍ କମିଟିର (Haj Committee of India) ତରଫରୁ ANI ଏହି ସୂଚନା ଦେଇଛି । ହଜ୍ କମିଟି ଏହାର ବୟାନରେ କହିଛି ଯେ ସାଉଦି ଆରବରୁ କୁହାଯାଇଛି ଯେ କୋରୋନା ଭୂତାଣୁ ସଂକ୍ରମଣ (Coronavirus) ଯୋଗୁଁ କେବଳ ସାଉଦି (Saudi Arabia) ନାଗରିକମାନେ ହଜ୍ କରିପାରିବେ । ତାହା ମଧ୍ୟ ସୀମିତ ସଂଖ୍ୟାରେ । ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ ହଜ୍ ବାତିଲ କରାଯାଇଛି । ସାଉଦି ଆରବର ଏହି ନିଷ୍ପତ୍ତି ପରେ ଭାରତର ହଜ୍ କମିଟି ହଜ୍ (Haj Committee of India) ୨୦୨୧ ବର୍ଷ ପାଇଁ ସମସ୍ତ ଆବେଦନକୁ ବାତିଲ କରିଦେଇଛି ।


COMMERCIAL BREAK
SCROLL TO CONTINUE READING

ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ସାଉଦି ଆରବ କହିଥିଲା ​​ଯେ କୋରୋନା ଭାଇରସ ମହାମାରୀ (Coronavirus pandemic) ଯୋଗୁଁ ଏହି ବର୍ଷ ୬୦ ହଜାରରୁ ଅଧିକ ଲୋକଙ୍କୁ ହଜ୍ ଅନୁମତି ଦିଆଯିବ ନାହିଁ ଓ କେବଳ ସ୍ଥାନୀୟ ଲୋକମାନେ ହଜ୍ କରିବାକୁ ସକ୍ଷମ ହେବେ । ସରକାରଙ୍କ ଦ୍ୱାରା ପରିଚାଳିତ ସାଉଦି ପ୍ରେସ ଏଜେନ୍ସି ହଜ୍ ଓ ଉମରା ମନ୍ତ୍ରଣାଳୟର ଏକ ବୟାନରେ ଏହି ଘୋଷଣା କରିଛନ୍ତି ।


ଅଧିକ ପଢ଼ନ୍ତୁ: 'ବାପା' ହେଲେ ବରୁଣ ଧାୱନ, ସୋସିଆଲ ମିଡିଆରେ ସେୟାର କଲେ Video


ବୟାନରେ କୁହାଯାଇଛି ଯେ ଚଳିତ ବର୍ଷ ଜୁଲାଇ ମଧ୍ୟଭାଗରେ ହଜ୍ ଆରମ୍ଭ ହେବ । ୧୮ ରୁ ୬୫ ବର୍ଷ ବୟସର ଲୋକମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ମନ୍ତ୍ରଣାଳୟ ଅନୁଯାୟୀ ହଜ୍ ତୀର୍ଥଯାତ୍ରୀଙ୍କୁ ଟିକାକରଣ କରିବା ବାଧ୍ୟତାମୂଳକ ଅଟେ । ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ତଥା ନିଜ ଦେଶର ସୁରକ୍ଷା ସମ୍ପର୍କରେ ପରାମର୍ଶ ଜାରି କରିବା ପରେ ସାଉଦି ଆରବ ନିଶ୍ଚିତ କରିଛି ବୋଲି ସେ କହିଛନ୍ତି ।


ଅଧିକ ପଢ଼ନ୍ତୁ: ପଞ୍ଜାବ-ରାଜସ୍ଥାନ ପରେ ଏବେ କେରଳରେ ବଢ଼ିଲା କଂଗ୍ରେସର ସମସ୍ୟା, ଅନେକ ବଡ ନେତା ନାରାଜ


ଗତ ବର୍ଷ ସାଉଦି ଆରବରେ ରହୁଥିବା ପ୍ରାୟ ଏକ ହଜାର ଲୋକ ହଜ ପାଇଁ ମନୋନୀତ ହୋଇଥିଲେ । ସାଧାରଣ ପରିସ୍ଥିତିରେ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ମୁସଲମାନ ହଜ୍ କରନ୍ତି । ନିକଟରେ ହଜ୍ ତୀର୍ଥଯାତ୍ରାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି କହିଛନ୍ତି ଯେ ହଜ୍ ତୀର୍ଥଯାତ୍ରା ବିଷୟରେ ସାଉଦି ଆରବ ଯାହା ନିଷ୍ପତ୍ତି ନେବ, ଭାରତ ସେହି ନିଷ୍ପତ୍ତିକୁ ସମର୍ଥନ କରିବ ।