ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କୋରୋନା ଭାଇରସ୍ (Coronavirus) ମାମଲା ହ୍ରାସ ପାଉଛି । ଏହା ସତ୍ତ୍ୱେ କେରଳ (Kerala) ସମେତ କେତେକ ରାଜ୍ୟରେ ପରିସ୍ଥିତି ଚିନ୍ତାଜନକ ରହିଛି । ବର୍ତ୍ତମାନ ଦେଶର ପ୍ରଥମ କୋରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁନର୍ବାର କୋରୋନା (Corona Positive) ହୋଇଛି ବୋଲି ଜଣାପଡିଛି । ସେ କେରଳର ଥ୍ରୀସୁରରୁ ଅଧିବାସୀ ଓ ଜଣେ ଡାକ୍ତରୀ ଛାତ୍ରୀ (Medical student) ଅଟନ୍ତି । ସେ ୩୦ ଜାନୁଆରୀ ୨୦୨୦ ରେ ଚାଇନାର ୱୁହାନରୁ (Wuhan) ଫେରିଥିଲେ। ଏବେ ତାଙ୍କ ଚିକିତ୍ସା ଘରେ ଚାଲିଛି।


COMMERCIAL BREAK
SCROLL TO CONTINUE READING

ଥ୍ରିସୁର ମେଡିକାଲ ଅଫିସର ଡକ୍ଟର କେ.ଜେ ରେନା କହିଛନ୍ତି ଯେ ଡାକ୍ତରୀ ଛାତ୍ରୀ ପୁନର୍ବାର କୋରୋନା ସଂକ୍ରମଣରେ (Corona Positive) ଆକ୍ରାନ୍ତ ହୋଇଛନ୍ତି । ତାଙ୍କର RT-PCR ରିପୋର୍ଟ ପଜିଟିଭ ଓ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ଆସିଛି । ସେ ଲକ୍ଷଣହୀନ ସଂକ୍ରମିତା । ମହିଳା ଜଣକ ବର୍ତ୍ତମାନ ନିଜ ଘରେ ଅଛନ୍ତି ଓ ସେ ଭଲରେ ଅଛନ୍ତି ।


 ଅଧିକ ପଢ଼ନ୍ତୁ: ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟକଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଦେଲେ ଏହି ବାର୍ତ୍ତା


ଏହି ମହିଳା ଚୀନର ୱୁହାନ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ଓ ସେମିଷ୍ଟାର ଶେଷରେ ଛୁଟିକାଟିବା ପାଇଁ ୩୦ ଜାନୁୟାରୀ ୨୦୨୦ ରେ କେରଳରେ ଥିବା ନିଜ ଘରକୁ ଆସିଥିଲେ । ସେତେବେଳେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।


ସେ ପ୍ରାୟତଃ ସପ୍ତାହ ଧରି ଥ୍ରିସୁର ମେଡିକାଲ କଲେଜ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ । ସେଠାରେ ତାଙ୍କ ରିପୋର୍ଟ ଦୁଇଥର ନେଗେଟିଭ୍ ଆସିଥିଲା । ଏହା ପରେ ସେ ସୁସ୍ଥ ହେବା ପରେ ୨୦ ଫେବୃଆରୀ ୨୦୨୦ ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।


ଅଧିକ ପଢ଼ନ୍ତୁ: Viral Video: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଗାଈ ରାଣୀ, ଦେଖିବାକୁ ଜମୁଛି ଅସମ୍ଭାଳ ଭିଡ଼


ସୋମବାର ଦିନ କେରଳରେ କୋରୋନା ଭୂତାଣୁ ସଂକ୍ରମଣର ୭,୭୯୮ ନୂତନ ମାମଲା ଆସିବାକୁ ଜୋରଦାର ଚର୍ଚ୍ଚା ହୋଇଛି । ଏଥି ସହ ମହାମାରୀ ଯୋଗୁଁ ଆଉ ୧୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ମୋଟ ସଂକ୍ରମଣ ମାମଲା ୩୦,୭୩,୧୩୪ କୁ ବୃଦ୍ଧି ପାଇଛି ଓ ମୃତକଙ୍କ ସଂଖ୍ୟା ୧୪,୬୮୬ ରେ ପହଞ୍ଚିଛି ।


ଥ୍ରିସୁରରେ ୧,୦୯୨ ନୂତନ ସଂକ୍ରମଣ, କୋଜିକୋଡେରେ ୭୮୦ ଓ କୋଲାମରେ ୭୭୪ ଜଣ ସଂକ୍ରମଣ ହୋଇଥିବା ଜଣାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ହାର ୯.୧୪ ପ୍ରତିଶତ ରହିଛି ।