Chinese App Ban In India: ଚୀନ୍ ବିରୋଧରେ ଜୋରଦାର ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ। ଦେଶରେ ୨୩ ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ଚୀନ ଦ୍ୱାରା ପରିଚାଳିତ ୧୩୮ ବେଟିଂ ଆପ୍ ଉପରେ ଲଗାଯାଇଛି ପ୍ରତିବନ୍ଧକ। ଏହା ବ୍ୟତୀତ ୯୪ ଋଣ ପ୍ରଦାନକାରୀ ଚୀନ ଆପ୍ ଉପରେ ମଧ୍ୟ ଜାରି ହୋଇଛି ନିଷେଧାଦେଶ। ଦେଶରେ ବିଭିନ୍ନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୃହ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ୧୩୮ ଚୀନ ବେଟିଂ ଆପ୍ ଏବଂ ଋଣ ପ୍ରଦାନ କରୁଥିବା ୯୪ ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। 


COMMERCIAL BREAK
SCROLL TO CONTINUE READING

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଇଟି ଆକ୍ଟ ଧାରା ୬୯ ଉଲ୍ଲଂଘନ କରିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଆପ୍ ପାଖରୁ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ରହିଥିଲା। ଅନେକ ଲୋକ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ହଇରାଣ କରାଯାଉଛି। ସାଧାରଣ ଲୋକ କହିଥିଲେ ଯେ ସେମାନଙ୍କୁ ଉତ୍ପୀଡନ କରାଯାଉଛି। ଏହି ଚୀନ ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପଛରେ ଏହା ଅନ୍ୟତମ କାରଣ।


ନିଷିଦ୍ଧ ହୋଇଥିବା ଏହି ଆପ୍  ପଛରେ ଚୀନ ରହିଥିଲା। ଏହି ଆପ୍  ନିର୍ଦ୍ଦେଶକ ଦାୟିତ୍ୱରେ ଭାରତୀୟ ରହିଥିଲେ। ଏଭଳି ଚୀନୀ ଆପ୍ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ଋଣ ଜାଲରେ ଫସାଉଥିଲେ। ଏନେଇ ମିଳିଥିବା ତଥ୍ୟ ଆଧାରରେ ଗୃହ ମନ୍ତ୍ରଣାଳୟ ପ୍ରାୟ ୬ ମାସ ପୂର୍ବରୁ ଋଣ ପ୍ରଦାନ କରୁଥିବା ୨୮୮ ଚୀନ ଆପ୍ ଉପରେ ବିଶ୍ଳେଷଣ କରିବା ଆରମ୍ଭ କରିଥିଲା। ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ଏପରି ୯୪ ଆପ୍ ରହିଛି ଯାହା ଋଣ ପ୍ରଦାନ କରୁଛି। ଏହି ଆପ ମଧ୍ୟରୁ କେତେକ ଇ-ଷ୍ଟୋର ଠାରେ ଉପଲବ୍ଧ ରହିଛି ଏବଂ ଅନ୍ୟ କେତେକ ଥାର୍ଡ ପାର୍ଟି ମାଧ୍ୟମରେ କାମ କରୁଥିଲେ।


ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଜରୁରୀକାଳୀନ ଭିତ୍ତିରେ ୧୩୮ ବେଟିଂ ଆପ୍ ଏବଂ ୯୪ ଋଣ ପ୍ରଦାନକାରୀ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ପ୍ରତିବନ୍ଧକ ଲଗାଯାଇଥିବା ଆପ୍ ସହିତ ଚୀନ ସଂଯୋଗ ସାମ୍ନାକୁ ଆସିବା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ କୁହାଯାଇଛି ଯେ ପ୍ରାୟ ଛଅ ମାସ ପୂର୍ବରୁ ଭାରତ ସରକାର ଚୀନ ଦ୍ୱାରା ପରିଚାଳିତ ଆପ୍ ଉପରେ ବିଶ୍ଳେଷଣ କରିବା ଆରମ୍ଭ କରିଥିଲେ। ଯେଉଁଥିରୁ ଜାଣିବାକୁ ମିଳିଥିଲା ଯେ ଏହି ଆପ୍ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ନିକଟରେ ପହଞ୍ଚିବାର ସମ୍ଭାବନା ରହିଥିଲା। ଏହା ନିଶ୍ଚିତ ହୋଇଯିବା ପରେ ଏହି ପଦକ୍ଷେପ ନିଆଯାଇଛି। 


ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦେଶରେ ପ୍ରାୟ ୨୩୨ ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ସରକାର ଜରୁରୀକାଳୀନ ଭିତ୍ତିରେ ଏହି ଆପ୍ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିରେ ୧୩୮ ବେଟିଂ ଆପ୍ ଏବଂ ୯୪ ଋଣ ପ୍ରଦାନକାରୀ ଆପ ରହିଛି।