ଜାକର୍ତ୍ତା: ମଙ୍ଗଳବାର(ଜୁଲାଇ ୭,୨୦୨୦) ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରହିଥିବା ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ-ୟୁଏସଜିସି(United States Geological Survey-USGC) ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ୟୁଏସଜିସି ଅନୁସାରେ ଭୂପୃଷ୍ଠରୁ ପ୍ରାୟ ୫୦୦ କିଲୋମିଟରରୁ ଅଧିକ ଗଭୀରତାରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି ବୋଲି ସ୍ଥାନୀୟ ଗଣମାଧ୍ୟମ ଜାକର୍ତ୍ତା ପୋଷ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଏଥିରେ କମ ପରିମାଣର କ୍ଷକ୍ଷୟତି ହୋଇଥିବାର ସନ୍ଦେହ କରାଯାଉଛି।


ଜାତୀୟ ଭୂକମ୍ପ ବିଜ୍ଞାନକେନ୍ଦ୍ର-ଏନସିଏସ(National Center for Seismology-NCS) ସୋମବାର ତାଜିକିସ୍ତାନର ଦୁସାନବେ ଠାରୁ ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୩୦୪ କିମି ଦୂରତାରେ ଏକ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଥିବା ଜଣାପଡିଛି ।


ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜ “ରିଙ୍ଗ ଅଫ୍ ଫାୟାର”(Ring of Fire) ମଧ୍ୟରେ ଅବସ୍ଥିତ । ଏଠାରେ ଥିବା ଅଶ୍ମ ମଣ୍ଡଳୀୟ ପ୍ଲେଟ(Tectonic Plate) ଗତି କରିବା ବେଳେ ପରସ୍ପର ସହ ସଂଘର୍ଷ ଏବଂ ଆଗ୍ନେୟଗିରିରେ ହେଉଥିବା ଲାର୍ଭା ଉଦଗୀରଣ କାରଣରୁ ଏଠାରେ ବାରମ୍ବାର ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ। 


ଏହା ପୂର୍ବରୁ ୨୦୧୮ ବର୍ଷରେ ସୁଲାୱେସି ଦ୍ୱୀପରେ ହୋଇଥିବା ୭.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଏବଂ ସୁନାମୀ କାରଣରୁ ପ୍ରାୟ ୪୩୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଗତ ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ୩୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ୪.୭ ତୀବ୍ରତାର ଏକ ଭୂକମ୍ପ ରାତି ୯ଟା ୩୬ ମିନିଟ ସମୟରେ ହୋଇଥିଲା ।