Israeli Airstrike: ଭୟଙ୍କର ହେବାରେ ଲାଗିଛି ହିଜବୁଲ୍ଲା- ଇସ୍ରାଏଲ୍ ଯୁଦ୍ଧ। ଲେବାନନରେ ଥିବା ଇରାନ ସମର୍ଥିତ ଅତଙ୍କବାଦୀ ସଂଗଠନ ହିଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲର ମିସାଇଲ ଆକ୍ରମଣ। ଦକ୍ଷିଣ ଲେବାନନ୍‌ର ୩୦୦ରୁ ଅଧିକ ସ୍ଥାନରେ ଇସ୍ରାଏଲ୍‌ ଯୁଦ୍ଧ ବିମାନ ଆକ୍ରମଣ କରିଛି । ମିସାଇଲ ମାଡ଼ରେ ୪୯୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ମୃତକଙ ମଧ୍ୟରେ ଏଥିରେ ୧୦୦ ରୁ ଅଧିକ ମହିଳା ଓ ଶିଶୁ ରହିଛନ୍ତି।


COMMERCIAL BREAK
SCROLL TO CONTINUE READING

 


ସେପଟେ, ଏହି ଆକ୍ରମଣ ପାଇଁ ପରେ ଲେବାନନରେ ଦୁଇ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରାଯାଇଛି।  ଆକ୍ରମଣ ପୂର୍ବରୁ ଇସ୍ରାଏଲ ହିଜବୁଲ୍ଲା ଆଡ୍ଡାଠାରୁ ଦୂରକୁ ଯିବା ପାଇଁ ଲେବାନନ ନାଗରିକଙ୍କୁ ମେସେଜ ପଠାଇ ସତର୍କ କରିଥିଲା । ହିଜବୁଲ୍ଲା ଓ ଇସ୍ରାଏଲର ବିବାଦ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଘନ ଘନ ରକେଟ ମାଡରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି ଲେବାନନର ବହୁ ଅଞ୍ଚଳ । ସେପଟେ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ଇସ୍ରାଏଲ। ଲେବାନନ ଉପରେ ଷ୍ଟାଇକ୍ ଯୋଗୁଁ ଉତ୍ତେଜନା ବଢୁଥିବାରୁ ଇସ୍ରାଏଲ୍ ଷ୍ଟେଟ୍ ଅଫ୍ ଏମରଜେନ୍ସୀ ଘୋଷଣା କରିଛି। ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ୍ ଉପରେ ଅଧିକ ରକେଟ୍ ମାଡ଼ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୩୦ ତାରିଖ ଯାଏଁ  ସାରା ଇସ୍ରାଏଲ୍ ରେ ଏମରଜେନ୍ସୀ ଜାରି କରାଯାଇଛି।