Elon Musk(ଭୁବନେଶ୍ୱର): ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ ଭାରତ ଆସୁଛନ୍ତି।  ଚଳିତ ମାସ ଶେଷ ଆଡ଼କୁ ତାଙ୍କର ଏହି ଗସ୍ତ ସମ୍ଭାବନା ରହିଛି। କିନ୍ତୁ  ମସ୍କଙ୍କ ପକ୍ଷରୁ ଏ-ବାବଦରେ କିଛି ସୂଚନା ଦିଆଯାଇ ନାହିଁ।  ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା ସ୍ଥାପନ ପାଇଁ ସୂଚନା ଦେବା ପରେ ତାଙ୍କର ଏହି ଗସ୍ତ ଅନେକ ଗୁରତ୍ୱ ବହନ କରୁଛି। 


COMMERCIAL BREAK
SCROLL TO CONTINUE READING

ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିପାରନ୍ତି। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଗତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଶ୍ରୀ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେ ସମୟରେ ୨୦୨୪ରେ ସେ ଭାରତ ଆସିବେ ଏବଂ ଭାରତୀୟ ବଜାରରେ ଟେସ୍‍ଲା ପ୍ରବେଶ କରାଇବେ ବୋଲି ସୂଚନା ଦେଇଥିଲେ। 
ଭାରତରେ ଟେସଲାର ପ୍ରବେଶ ଇଲାକ୍ଟଅିକ୍ କାର ନିର୍ମାଣ ସହ ହୋଇପାରେ। କମ୍ପାନୀ ହାଇଦ୍ରାବାଦ, ଗୁଜରାଟ ବା ମହାରାଷ୍ଟ୍ରରେ ନିଜର ପ୍ଲାଣ୍ଟ ନିର୍ମାଣ କରିବା ସମ୍ଭାବନା ରହିଛି। ଏଥିଲାଗି ଭାରତୀୟ ଉଦ୍ୟୋଗ ରିଲାଏନ୍ସ ସହ ଟେସଲା ଏକ ଯୌଥ କମ୍ପାନୀ ଗଠନ କରିବା ସମ୍ଭାବନା ବି ରହିଛି।