କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ (Westbengal) ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ (Partha Chatterjee) ବାନ୍ଧୀବ ଅର୍ପିତା ମୁଖାର୍ଜୀଙ୍କୁ (Arpita Mukherjee) ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ମାତ୍ର ୧୮ ହଜାର ଟଙ୍କାରେ ତାଙ୍କର ବିଳାସମୟ ଜୀବନଯାପନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ତାଙ୍କୁ ନେଇ ଜଣେ ବରିଷ୍ଠ ଆଇପିଏସ (IPS Officer) ଅଧିକାରୀଙ୍କ ଟ୍ୱିଟ (Tweet) ଭାଇରାଲ ହେବାରେ ଲାଗିଛି। ସେପଟେ ଶିକ୍ଷକ ନିଯୁକ୍ତି ଘୋଟାଲା (Teacher Recruitment Scam) ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 


COMMERCIAL BREAK
SCROLL TO CONTINUE READING

ସେପଟେ ଅର୍ପିତାଙ୍କୁ ନେଇ ଟ୍ୱିଟ କରି ଚର୍ଚ୍ଚାକୁ ଆସିଛନ୍ତି ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା (IPS Arun Bothra)। ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଜୁଲାଇ ୨୮ରେ ଅର୍ପିତାଙ୍କୁ ନେଇ ଟ୍ୱିଟ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ପାର୍ଥ ଏବଂ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଏହା ଜଣା ଯେ ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଛି।


ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଟ୍ୱିଟ୍ କରି କହିଛନ୍ତି ଯେ ଆପଣ ଯାହା କୁହନ୍ତି, ଅର୍ପିତା ଜୀ ବିଶ୍ୱସନୀୟତାର ଏକ ଉଦାହରଣ ଦେଇଛନ୍ତି। ତାଙ୍କ ଉପରେ ସୋସାଇଟିର ବକେୟା ୧୧,୮୦୯ ଟଙ୍କାର ନୋଟିସ ତାଙ୍କ ଦୁଆରେ ଲାଗିଥିଲା। କିନ୍ତୁ ଅନ୍ୟର ଟଙ୍କାକୁ ସେ ବେଶ ଦାୟିତ୍ୱର ସହ ରଖିଛନ୍ତି। 


ଜୁଲାଇ ୨୨ରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା। ଗୋଟିଏ ଦିନ ପରେ ଇଡି ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। କିଛି ଦିନ ପରେ ମୁଖାର୍ଜୀଙ୍କ ଅନ୍ୟ ଏକ ଫ୍ଲାଟରୁ ଇଡି ୨୯ କୋଟି ଟଙ୍କା ଜବତ କରିଥିଲା। ଏହା ବ୍ୟତୀତ ତାଙ୍କ ତୃତୀୟ ଫ୍ଲାଟରୁ ୨ କୋଟି ଟଙ୍କା ଜବତ କରାଯାଇଛି।


ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରୁ ଜବତ ପ୍ରକ୍ରିୟା ଆରମ୍ଭ କରିଛି ଇଡି। ଅନୁସନ୍ଧାନକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମୁଖାର୍ଜୀଙ୍କ ଅନେକ ନକଲି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଇଡି ସ୍କାନରରେ ଅଛି। ମୁଖାର୍ଜୀଙ୍କ ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆକାଉଣ୍ଟଗୁଡ଼ିକରେ ସମୁଦାୟ ଦୁଇ କୋଟି ଟଙ୍କା ଗ୍ରହଣ କରାଯାଇଛି। ଆମେ ସନ୍ଦେହ କରୁଛୁ ଯେ ଏହି ଆକାଉଣ୍ଟଗୁଡିକ ଏକାଧିକ କାରବାର କରିବା ପାଇଁ ବ୍ୟବହୃତ ହୋଇଥିଲା ଏବଂ ଅଧିକ ସୂଚନା ପାଇଁ ଇଡ଼ ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଛି।