IRCTC Super App: କୋଟି କୋଟି ରେଳ ଯାତ୍ରୀଙ୍କୁ ଖୁବଶୀଘ୍ର ଏକ ବଡ ଉପହାର ଦେବାକୁ ଆଇଆରସିଟିସି ପ୍ରସ୍ତୁତି ଚଳାଇଛି । ଭାରତୀୟ ରେଳବାଇ ଖୁବଶୀଘ୍ର ଏକ 'ସୁପର ଆପ୍' ଲଞ୍ଚ କରିବାକୁ ଯାଉଛି, ଯାହା ଯାତ୍ରୀଙ୍କୁ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବ। ଏହି ନୂଆ ଆପ୍ ଜରିଆରେ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ, ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ, ଟ୍ରେନ୍ ସମୟ ଜାଣିପାରିବେ ଏବଂ ଅନ୍ୟାନ୍ୟ ଅନେକ ସୁବିଧା ପାଇପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବେ...


COMMERCIAL BREAK
SCROLL TO CONTINUE READING

ଏକାଧିକ ଆପ୍ଲିକେସନ୍ କୁ ଗୋଟିଏରେ ଆପରେ ପରିଣତ କରାଯିବ
ବାସ୍ତବରେ ଏହି 'ସୁପର ଆପ୍' ଜରିଆରେ ରେଳବାଇ ଅନେକ ଭିନ୍ନ ଭିନ୍ନ ଆପ୍କୁ ମିଶାଇ ଗୋଟିଏ ଆପ୍ କୁ ଯୋଡ଼ିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଟିକେଟ୍ ବୁକ୍ କରିବା ପାଇଁ ଆଇଆରସିଟିସି ରେଳ କନେକ୍ଟ, ଖାଦ୍ୟ ଅର୍ଡର କରିବା ପାଇଁ ଆଇଆରସିଟିସି ଇକ୍ୟାଟରିଂ ଫୁଡ୍, ମତାମତ ଦେବା ପାଇଁ ରେଳ ମଦଦ୍, Unreserved ଟିକେଟ୍ ପାଇଁ UTS ଏବଂ ଟ୍ରେନ୍ ସୂଚନା ପାଇଁ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା ଭଳି ବିଭିନ୍ନ ଆପ୍ ବ୍ୟବହାର କରିବାକୁ ପଡୁଥିଲା, କିନ୍ତୁ ଏହି ଆପ୍ ନୂଆ ବର୍ଷରୁ ଆରମ୍ଭ ହେବା ନେଇ ଆକଳନ କରାଯାଉଛି ଏବଂ ଯାତ୍ରୀମାନେ ଗୋଟିଏ ପ୍ଲାଟଫର୍ମରେ ଅନେକ ଆବଶ୍ୟକୀୟ ସୁବିଧା ପାଇପାରିବେ।


ଯାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା
ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଦିଲ୍ଲୀ ମଧ୍ୟ ସେଣ୍ଟର ଫର ରେଲୱେ ଇନଫର୍ମେସନ ସିଷ୍ଟମ (ସିଆରଆଇଏସ) ସହ ଚୁକ୍ତି କରିଛି। ଏହି ଚୁକ୍ତି ଅନୁଯାୟୀ ଆଇଆଇଟି ଦିଲ୍ଲୀର ଗବେଷକମାନେ ରେଳବାଇର ସୁରକ୍ଷା, ଟ୍ରାଫିକ୍, ଟାଇମ୍ ଟେବୁଲ ଏବଂ ଅନ୍ୟାନ୍ୟ ଦିଗରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିବେ। ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ଟେକ୍ନୋଲୋଜିର ବ୍ୟବହାର କରି ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।


ଆଇଆରସିଟିସି ସୁପରଆପ୍ ରୁ ସିଧାସଳଖ ଏହି କାମ କରାଯିବ
ସୂଚନା ଅନୁଯାୟୀ, ଆଇଆରସିଟିସି ସୁପରଆପ୍ ଖୋଲିବା ପରେ ଯାତ୍ରୀଙ୍କୁ ୨ଟି ବିକଳ୍ପ ପାସେଞ୍ଜର ଓ ଫ୍ରେଟ୍ ଦେଖିବାକୁ ମିଳିବ। ଯେଉଁଠାରୁ ଆପଣ ନିଜର ଆବଶ୍ୟକତା ଅନୁଯାୟୀ ଦୁଇଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କରିପାରିବେ । ଯାତ୍ରୀମାନେ ବିମାନ ବୁକିଂ, କ୍ୟାବ୍ ଏବଂ ହୋଟେଲଠାରୁ ଆରମ୍ଭ କରି ରିଜର୍ଭ ଟିକେଟ୍ ବୁକିଂ, ଅଣସଂରକ୍ଷିତ ଟିକେଟ୍ ବୁକିଂ, ଟୁର୍ ପ୍ୟାକେଜ୍ ବୁକିଂ ଭଳି ଅନେକ ସେବା ପାଇପାରିବେ। ଏହାବ୍ୟତୀତ ସୁପର ଆପ୍ ଜରିଆରେ ଇ-କ୍ୟାଟରିଂ, ରିଟାୟରିଂ ରୁମ୍ ଏବଂ ଏକ୍ଜିକ୍ୟୁଟିଭ୍ ଲାଉଞ୍ଜର ବୁକିଂ ମଧ୍ୟ ଉପଲବ୍ଧ ହେବ।


Also Read: Weekly Love Horoscope: ଲଭ୍ ଲାଇଫରେ ଖୁବଶୀଘ୍ର ସୁଖ ଖବର ପାଇବେ ଏହିସବୁ ରାଶି, ଜାଣନ୍ତୁ କେମିତି କଟିବ ସାପ୍ତାହିକ ରାଶିଫଳ


Also Read: Weekly Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ ସାପ୍ତାହିକ ରାଶିଫଳ