Israel-Hamas War: ଗୋଟିଏ ପଟେ ଖ୍ରୀଷ୍ଟମାସ ପର୍ବ ସାରା ବିଶ୍ୱରେ ପାଳନ କରୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଖ୍ରୀଷ୍ଟମାସ ଦିନ ଗାଜା ଉପରେ ଇସ୍ରାଏଲ ଏକ ବଡ଼ ଧରଣର ଏୟାର ଷ୍ଚ୍ରାଇକ୍ କରିଛି । ଗାଜା ଉପରେ ଇସ୍ରାଏଲ୍ ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟାରୁ ନେଇ ସୋମବାର ଦିନ ସକାଳ ପର୍ଯ୍ୟନ୍ତ ଏୟାରଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଏହି ଇସ୍ରାଏଲ୍ ଆକ୍ରମଣକୁ "ନରସଂହାର" ବୋଲି ବର୍ଣ୍ଣନା କରିଛନ୍ତି । ଏହି ଆକ୍ରମଣ ଅଲ-ମାଗାଜୀ ଶରଣାର୍ଥୀ ଶିବିରରେ କରାଯାଇଛି ।



ଇସ୍ରାଏଲ୍ ଆକ୍ରମଣ ସମ୍ପର୍କରେ ଫ୍ରିଡମ୍ ଥିଏଟର କହିଛି ଯେ ୱେଷ୍ଟ ବ୍ୟାଙ୍କରେ ଜେନିନ୍ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍ ଆକ୍ରମଣ ହୋଇଛି । ଜେନିନ୍ ଭିତ୍ତିକ ଥିଏଟର କମ୍ପାନୀ X (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଖ୍ରୀଷ୍ଟମାସ ଦିବସ ଜେନିନ୍ ଶରଣାର୍ଥୀ ଶିବିର ଉପରେ ଆଉ ଏକ ଆକ୍ରମଣରୁ ଆରମ୍ଭ ହୋଇଛି । କହିରଖୁଛୁ ଯେ ଫ୍ରିଡମ୍ ଥିଏଟରର ନିର୍ମାତା ମୁସ୍ତାଫା ଶେଟାଙ୍କୁ ୧୩ ଡିସେମ୍ବରରେ ଇସ୍ରାଏଲ୍ ସେନା ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଅଛନ୍ତି ।


ଶନିବାର ଦିନ ଇସ୍ରାଏଲର ସୈନ୍ୟ କହିଛନ୍ତି ଯେ ସୁରକ୍ଷା ବାହିନୀ ଗତ ସପ୍ତାହରେ ଗାଜାରେ ଆତଙ୍କବାଦୀଙ୍କୁ ଗିରଫ କରିଛି ଓ ୨୦୦ ରୁ ଅଧିକ ଲୋକଙ୍କୁ ଇସ୍ରାଏଲକୁ ପଚରାଉଚରା ପାଇଁ ପଠାଇଥିଲେ । ସେନା କହିଛି ଯେ ହାମାସ ଓ ଇସଲାମିକ ଜିହାଦ୍ ସହ ଲିଙ୍କ୍ ଅଭିଯୋଗରେ ଏପର୍ଯ୍ୟନ୍ତ ୭୦୦ ରୁ ଅଧିକ ଲୋକଙ୍କୁ ଇସ୍ରାଏଲ୍ ଜେଲରେ ବନ୍ଦୀ କରାଯାଇଛି ।