Israel airstrike on Syria: ଯୁଦ୍ଧ ବିମାନ ଉଡାଇବାକୁ ନେଇ ମୁହାମୁହିଁ ହୋଇଛନ୍ତି ଇସ୍ରାଏଲ-ସିରିୟା। ମଙ୍ଗଳବାର ସିରିୟା ସରକାରୀ ଟିଭି ଚ୍ୟାନେଲ ରେ ପ୍ରସାରିତ ଖବର ଅନୁସାରେ ଦେଶର ରାଜଧାନୀ ଦାମାସକସସ୍ଥିତ ସିରିୟା ସୈନ୍ୟ ଶିବିରିରୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ସୈନ୍ୟ ଶିବିରରେ ମହଜୁଦ ରହିଥିବା ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି  ଜୀବନ ହାନି ହୋଇଥିବାର ଖବର ମିଳିନାହିଁ।   


COMMERCIAL BREAK
SCROLL TO CONTINUE READING

ସିରିୟା ସରକାରୀ ଟିଭି ଚ୍ୟାନେଲ ରିପୋର୍ଟ ଅନୁସାରେ ସୋମବାର ବିଳମ୍ବିତ ରାତିରେ ସିରିୟାସ୍ଥିତ ଗୋଲାନ ହାଇଟ୍ସ ଅଞ୍ଚଳରେ (Golan Heights) ଉଡ଼ାଣ ଭରିବା ସମୟରେ କେତେକ ମିସାଇଲ ମାଡ଼ କରିଥିଲା ଇସ୍ରାଏଲ ଯୁଦ୍ଧ ବିମାନ। ଏହି ସମୟରେ ସିରିୟା ବାୟୁରକ୍ଷକ ଇସ୍ରାଏଲ ପକ୍ଷରୁ ମାଡ଼ କରାଯାଇଥିବା କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ବିଫଳ କରିଦେଇଥିଲା। ସିରିୟାସ୍ଥିତ ଗୋଲାନ ହାଇଟ୍ସ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରିବା ଘଟଣାରେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।    


ଗତ ମେ ୧୩ ତାରିଖରେ ମଧ୍ୟ ସିରିୟାକୁ ଟାର୍ଗେଟ କରିଥିଲା ଇସ୍ରାଏଲ କ୍ଷେପଣାସ୍ତ୍ର। ଏହି ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହେବା ସିରିୟ ସୀମା ମଧ୍ୟରେ ଅବସ୍ଥତି ବିଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ସିରିୟା ସରକାରଙ୍କ ପକ୍ଷରୁ କୁହାଯାଇଥିଲା  ବିଗତ କିଛି ବର୍ଷ ଧରି ଇସ୍ରାଏଲ ପକ୍ଷରୁ ଦେଶର ବିଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ମାତ୍ର ଏହି ଆକ୍ରମଣ ବାବଦରେ ସିରିୟା ପକ୍ଷରୁ କୌଣସି ଜବାବ ରଖାଯାଇନାହିଁ। ଅନ୍ୟପଟେ ଆକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପକ୍ଷରୁ କୁହାଯାଉଛି  ସିରିୟା ମାଟିରେ ସକ୍ରିୟ ରହିଥିବା ଇରାନ ସମର୍ଥିତ ମିଲିସିୟା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।     


ଇସ୍ରାଏଲ-ସିରିୟା ମଧ୍ୟରେ ଚାଲିଥିବା ବିବାଦ ପଛରେ କେଉଁ କାରଣ ରହିଛି?
ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ସ୍ୱାଧିନତା ପାଇଥିଲେ ଉଭୟ ଇସ୍ରାଏଲ-ସିରିୟା। ମାତ୍ର ସ୍ୱାଧିନ ପର ଠାରୁ ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏହି ବିବାଦର ମୂଳ କାରଣ ହେଉଛି ଗୋଲାନ ହାଇଟ୍ସ ଅଞ୍ଚଳ। ଯାହା ୨ ଦେଶ ସୀମାରେ ଅବସ୍ଥିତ। ମୋଟ ୧୮୦୦ ବର୍ଗ କିଲୋମିଟର ଗୋଲାନ ହାଇଟ୍ସ ଅଞ୍ଚଳର ୧୨୦୦ ବର୍ଗ କିମି ଅଞ୍ଚଳ ଇସ୍ରାଏଲ ଦଖଲରେ ରହିଥିବା ବେଳେ ବାକି ୬୦୦ ବର୍ଗ କିମି ଅଞ୍ଚଳ ସିରିୟା ସରକାରଙ୍କ ଶାସନ ଅଧିନରେ ରହିଛି। ଗତ ୧୯୬୭ ମସିହାରେ ହୋଇଥିବା ବହୁଚର୍ଚ୍ଚିଚ ୬ ଦିନିଆ ଯୁଦ୍ଧପୂର୍ବରୁ ସମଗ୍ର ଗୋଲାନ ହାଇଟ୍ସ ଅଞ୍ଚଳ ସିରିୟା ଦଖଲରେ ରହିଥିଲା। ମାତ୍ର ଏହି ଯୁଦ୍ଧରେ ସିରିୟା ପରାସ୍ତ ହେବା ପରେ ଇସ୍ରାଏଲ ଅଞ୍ଚଳର ଦୁଇ-ତୃତୀୟାଂଶ କ୍ଷେତ୍ର (୧୨୦୦ ବର୍ଗ କିଲୋମିଟର) ଅକ୍ତିଆର କରି ନେଇଥିଲା।  


ସୁରକ୍ଷାଗତ ଦୃଷ୍ଟିକୋଣରୁ ଗୋଲାନ ହାଇଟ୍ସ ଦଖଲ କରିବା ପରେ ଇସ୍ରାଏଲ ଏହାକୁ ଏକ ସାମରିକ ଅଞ୍ଚଳରେ ବିକଶିତ କରିଛି। ଏହି ଅଞ୍ଚଳର ସୁରକ୍ଷା ପାଇଁ ଇସ୍ରାଏଲ ୩୧୭ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରୁଛି। ଏଠାରୁ ମାତ୍ର ୬୦ କିମି ଦୂରରେ ସିରିୟା ରାଜଧାନୀ ଦାମାସକସ ସହର ଅବସ୍ଥିତ। ଏଠାରୁ ଦାମାସକସ ସହର ଉପରେ ନଜର ରଖିବା ଇସ୍ରାଏଲ ସେନା ଲାଗି ବହୁତ ସହଜ। ଏହି ଅଞ୍ଚଳ ଶସ୍ୟଶାମଳା ହୋଇଥିବାରୁ ଇସ୍ରାଏଲ ଏପରି ଏକ ଗୁରତ୍ୱପୂର୍ଣ୍ଣ ଅଞ୍ଚଳର ସୁରକ୍ଷାକୁ ନେଇ ବେଶ ସତର୍କ।  


Also Read: ଇସ୍ରାଏଲ ବିମାନ ଆକ୍ରମଣରେ କମ୍ପି ଉଠିଲା ସିରିୟା; ୫ ମୃତ, ୭ ଆହତ