ନୂଆଦିଲ୍ଲୀ: ଆମେରିକା ପରେ ଏବେ ସିରିୟା ଉପରେ ଆକ୍ରମଣ କରିଛି ପଡୋଶୀ ଇସ୍ରାଏଲ। ଏହି ଆକ୍ରମଣର ଜବାବ ଦେବା ଲାଗି ସିରିୟା ବାୟୁସେନା ସାରା ରାତି ରାଜଧାନୀ ଦାମାସକସ୍  ସହ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଅଞ୍ଚଳରେ ସକ୍ରିୟ ରହିଥିଲା। ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ।        


COMMERCIAL BREAK
SCROLL TO CONTINUE READING

ଏନେଇ ସିରିୟା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଦେଶର ବିଭିନ୍ନ ସ୍ଥାନକୁ ଲକ୍ଷ୍ୟଭେଦ କରି ରବିବାର ରାତିରେ ଇସ୍ରାଏଲ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ (Israel Missile Attack) କରାଯାଇଥିଲା। ହେଲେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ବ୍ୟବହାର କରାଯାଇଥିବା କ୍ଷେପଣାସ୍ତ୍ରକୁ ରାଜଧାନୀ ଦାମାସକସ୍ ଠାରେ ରହିଥିବା ଲକ୍ଷ୍ୟଭେଦ ସ୍ଥଳରେ ପହଞ୍ଚିବା ପୂର୍ବରୁ ନିଷ୍କ୍ରିୟ କରି ଦିଆଯାଇଥିଲା। ଅଚାନକ ଏପରି ଆକ୍ରମଣର ସାମ୍ନା କରିବା ପରେ ହଠାତ୍ ସକ୍ରିୟ ହୋଇଉଠିଥିଲା ସିରିୟା ବାୟୁସେନା (Siriyan Air Force) ଯୁଦ୍ଧ ବିମାନ (Fighter Jet) ସହ ବାୟୁ ପ୍ରତିରୋଧ ପ୍ରଣାଳୀ (Air Defense System)।    


Also Read: IAF in Action: ଏବେ ଟାର୍ଗେଟରେ Long-Range ଏୟାରଷ୍ଟ୍ରାଇକ
  
ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ପୂର୍ବରୁ ଗତ ଗୁରୁବାର ସିରିୟା ସୀମାରେ ଆମେରିକା ପକ୍ଷରୁ ଇରାନ ସମର୍ଥିତ ବିଦ୍ରୋହୀଙ୍କ ଉପରେ ହୋଇଥିଲା ବିମାନ ଆକ୍ରମଣ। ପୂର୍ବରୁ ସିରିୟା ବିରୁଦ୍ଧରେ ଇସ୍ରାଏଲ ପକ୍ଷରୁ ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି। ଯାହାର ଲକ୍ଷ୍ୟ ହେଉଛି ସିରିୟା ମାଟିରେ ସକ୍ରିୟ ରହିଥିବା ବିଦ୍ରୋହୀଙ୍କୁ ନିପାତ କରିବା। ଇରାନ ସମର୍ଥିତ ଏହି ବିଦ୍ରୋହୀ ଗୋଷ୍ଠୀ ପଟୁ ବିପଦ ରହିଥିବା ଆଶଙ୍କା କରି ସେମାନଙ୍କ ବିରୁ୍ଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ଉଭୟ ଇସ୍ରାଏଲ-ଆମେରିକା। 


Also Read: ଆକ୍ରମଣର ବଦଲା ନେଲା ଆମେରିକା; ଏୟାର ଷ୍ଟ୍ରାଇକ କରି ମାଟିରେ ମିଶାଇଦେଲା ବିଦ୍ରୋହୀ କ୍ୟାମ୍ପ


 


ଗତ ଗୁରୁବାର ଇରାକ-ସିରିୟା ସୀମାରେ ଇରାନ ସମର୍ଥିତ ମିଲିସିଆ ସଙ୍ଗଠନ ଉପରେ  ବିମାନ ଆକ୍ରମଣ କରିଥିଲା ଆମେରିକା। ଗତ ମାସ ଆରମ୍ଭରେ ଇରାକ ଠାରେ ଆମେରିକା ନେତୃତ୍ୱାଧିନ ସାମରିକ ଗଟବନ୍ଧନ ଉପରେ ହୋଇଥିବା ରକେଟ ଆକ୍ରମଣର ପ୍ରତିଶୋଧ ନିଆଯାଇଥିଲା।