ଇସ୍ରୋ ସହ ଏମଓୟୁ ସ୍ୱାକ୍ଷରିତ କଲା ଭିଶୁଟ, ଗୌରବାନ୍ୱିତ ସମ୍ବଲପୁର
ଇସ୍ରୋ ସହ MOU ସ୍ୱାକ୍ଷରିତ କରି ଦେଶରେ ସମ୍ବଲପୁର କୁ ଗୌରବାନ୍ୱିତ କଲା ଭିସୁଟ। ଆଜି ଅନଲାଇନ ରେ ଭିଶୁଟ ର କୁଳପତି ଅଟଲ ଚୌଧୁରୀ ଇସ୍ରୋ ର ଚେଆରମେନ k . ଶିବନ ଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।
ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(VSSUT) ଓ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ( ISRO) ମଧ୍ୟରେ ଏକ ଗୁରତ୍ୱପୂର୍ଣ MOU ସ୍ୱାକ୍ଷରିତ ହୋଇଛି । VSSUT ର ଗୋଟିଏ ପରେ ଗୋଟିଏ ଉଚ୍ଚ ମାନର ଗବେଷଣା ଯୋଗୁଁ ISRO ଭାରତର ପ୍ରଥମ incubation ସେଣ୍ଟର ବୁର୍ଲା ଭିସୁଟରେ ସ୍ଥାପନ କରିବାକୁ ନିର୍ଣ୍ଣୟ ନେଇଛି । କିଛି ମାସ ପୂର୍ବରୁ ISROର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଭିସୁଟର ସମସ୍ତ ବିଭାଗ ଓ ଉପକରଣ ତଦାରଖ କରି ଫେରିଥିଲେ।
ଆଜି ଦେଶର incubation ସେଣ୍ଟର ଭାବେ ବୁର୍ଲା ଭିସୁଟ ସହିତ ଇସ୍ରୋ MOU କରିଛି । କୋଭିଡ ଯୋଗୁଁ ଭର୍ଚୁଆଲ ମିଟିଂର ଆୟୋଜନ କରାଯାଇ ଏହି MOU କରାଯାଇଛି । ISRO ନିର୍ଦେଶକ K SIVAN ଓ VSSUT କୁଳପତି ଅଟଳ ଚୌଧୁରୀଙ୍କ ମଧ୍ୟରେ ଏହି MOU ସ୍ୱାକ୍ଷରିତ ହୋଇଛି । VSSUTର LABROTARYକୁ ଉଚ୍ଚ ଶକ୍ତି ସମ୍ପନ୍ନ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି MOU ସ୍ୱାକ୍ଷରିତ ହେବା ପରେ ଛାତ୍ରଛାତ୍ରୀମାନେ ଖୁସି ଜାହିର କରିବା ସହ ତାଙ୍କୁ ଆହୁରି ପରିଶ୍ରମ କରି ଆହୁରି ନୂତନ ଉଦ୍ଭାବନ କରି ଦେଶ ରାଜ୍ୟ ତଥା ଭିଶୁଟକୁ ଗୌରବାନ୍ୱିତ କରିବେ ବୋଲି କହିଥିଲେ ।
ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ "ମନ କି ବାତ" କାର୍ଯ୍ୟକ୍ରମ ରେ ଭିଶୁଟ ର କାର୍ଯ୍ୟଦକ୍ଷତାକୁ ଭୁରିଭୁରି ପ୍ରଶଂସା କରିଥିଲେ। ଆଜି ଏହି MOU ସ୍ୱାକ୍ଷରିତ ସମୟରେ ରାଜ୍ୟ ଦକ୍ଷତା ବିକାଶ ଓ କାରିଗରୀ କୌଶଳ ବିଭାଗ ସଚିବ ସଞ୍ଜୟ ସିଂ ଅନଲାଇନ ଉପସ୍ଥିତ ରହିଥିଲେ । ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ VSSUT ପ୍ରବେଶ କରିଥିବାରୁ ଏହା ଭିଶୁଟ ତଥା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ।
ଭିସୁଟ ସହ ଇସ୍ରୋର ଏହି MOU ସ୍ୱାକ୍ଷରିତ ହେବା ପରେ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି ଏହି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ।