Airlines News: ଇଣ୍ଡିଗୋ ଏୟାରଲାଇନ୍ସର ପ୍ରାୟ 400 ଜଣ ଯାତ୍ରୀ 24 ଘଣ୍ଟା ଧରି ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିଛନ୍ତି। ବିମାନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବୈଷୟିକ କାର୍ଯ୍ୟ କାରଣରୁ ବିମାନ ସେବା ବିଳମ୍ବ ହୋଇଛି। ତେବେ ଯାତ୍ରୀମାନଙ୍କୁ ଆଉ କେତେ ସମୟ ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିବାକୁ ପଡିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ବର୍ତ୍ତମାନ ସମସ୍ତ ଯାତ୍ରୀ ବିମାନବନ୍ଦରରେ ଭୋକ ଉପାସରେ ରହିବା ସହ ଥଣ୍ଡାରେ ଥରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ବିମାନ ସେବା ବିଳମ୍ବ ହେବା କାରଣରୁ କିଛି ଯାତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର କ୍ରୋଧ ପ୍ରକାଶ କରିଥିଲେ। ଯାତ୍ରୀଙ୍କ କହିବାନୁଯାୟୀ, ବିମାନ ଉଡ଼ାଣ ବାତିଲ କିମ୍ୱା ବିଳମ୍ୱ ନେଇ କୌଣସି ସୂଚନା ଦିଆଯାଇନାହିଁ । ଜଣେ ଯାତ୍ରୀ କହିଛନ୍ତି ଯେ, ବିମାନଟି ପ୍ରଥମେ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା ଏବଂ ପରେ ହଠାତ୍ ତାଙ୍କୁ କୁହାଯାଇଥିଲା ଯେ, ବିମାନ ବାତିଲ କରାଯାଇଛି। ଏହି ଘୋଷଣାର 12 ଘଣ୍ଟା ପରେ କୁହାଯାଇଥିଲା ଯେ, ବିମାନର ସମୟ ପରିବର୍ତ୍ତନ କରାଯାଇଛି ।


ବିମାନ ବନ୍ଦରରେ ଫସି ରହିଥିବା କିଛି ଯାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ଯାତ୍ରୀମାନେ କହିଛନ୍ତି ଯେ, ସେମାନଙ୍କୁ ରହିବା ପାଇଁ ବିଶ୍ରାମସ୍ଥଳ ମଧ୍ୟ ପ୍ରଦାନ କରାଯାଇନାହିଁ । ଏଥିସହ ଠିକ୍ ସମୟରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଇଣ୍ଡିଗୋର କୌଣସି କର୍ମଚାରୀ ଆମ ସହିତ ଯୋଗାଯୋଗ କରିନାହାନ୍ତି । ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ, ସକାଳ 6.40 ରେ ବିମାନ ବାତିଲ ହେବା ପରଠାରୁ ସେ ଥଣ୍ଡାରେ କଷ୍ଟ ଭୋଗୁଛନ୍ତି ।


ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ. 8 ଟା ବିମାନ ପ୍ରଥମେ 11 ଟା ପର୍ଯ୍ୟନ୍ତ ଏବଂ ତା’ପରେ ପରଦିନ ସକାଳ 10 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ କୌଣସି ଘୋଷଣା ହୋଇ ନ ଥିବାରୁ ବିମାନ ବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।


Also Read- Investment Plan: ମାତ୍ର ୧୦ ହଜାର ବିନିଯୋଗ କରି ହୋଇପାରିବେ କୋଟିପତି, ପଢନ୍ତୁ ଖବର


Also Read- BSNL Recharge Plan: ସବୁ ମାସରେ ମିଳିବ 122 GB Data, ଜାଣନ୍ତୁ କେମିତି