Modi Govt impose Ban on TRF: ଜାମୁ କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଲଗାତାର ହତ୍ୟାକାଣ୍ଡ କରାଯିବା ପରେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛି। ଭାରତ ସରକାର "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'' ନାମକ ଗୋଷ୍ଠୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛନ୍ତି। ଏହା ସହିତ ଏହାର କମାଣ୍ଡର ଶେଖ ସାଜଜାଦ ଗୁଲଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'' (The Resistance Front) ନାମକ ଆତଙ୍କୀ ସଙ୍ଗଠନ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ଅନଲାଇନ୍ ମାଧ୍ୟମରେ ଯୁବକଙ୍କୁ ନିଯୁକ୍ତି ଦେଉଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କବାଦୀଙ୍କ ନିଯୁକ୍ତି, ପାକିସ୍ତାନରୁ ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ କାରବାରରେ ଟିଆରଏଫ ସଙ୍ଗଠନ (TRF Organisation) ଜଡିତ ରହିଛି।


ଟିଆରଏଫ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜାମୁ କାଶ୍ମୀର ଲୋକଙ୍କୁ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀରେ ଯୋଗଦେବାକୁ ଉତ୍ସାହିତ କରୁଥିଲା। ଗୃହ ମନ୍ତ୍ରଣାଳୟ (Home Ministry) ବିଜ୍ଞପ୍ତି ଅନୁଯାୟୀ ଟିଆରଏଫ କାର୍ଯ୍ୟକଳାପ ଦେଶର ଜାତୀୟ ସୁରକ୍ଷା ତଥା ସାର୍ବଭୌମତ୍ୱ ପ୍ରତି କ୍ଷତିକାରକ ଏବଂ ଜାମୁ କାଶ୍ମୀରର ସୁରକ୍ଷା କର୍ମୀ ତଥା ନିରୀହ ନାଗରିକଙ୍କୁ ହତ୍ୟା କରିବାକୁ ରେଜିଷ୍ଟାନ୍ସ ଫ୍ରଣ୍ଟ ଯୋଜନା କରୁଥିଲା। ଆତଙ୍କବାଦୀ ସଙ୍ଗଠନ 'ଅସ୍ତ୍ରଶସ୍ତ୍ରର ସମନ୍ୱୟ ତଥା ପରିବହନ, ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ, ନିରୀହ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ବହୁ ସଂଖ୍ୟକ ମାମଲା ପଞ୍ଜୀକୃତ ହୋଇଛି।


ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଟିଆରଏଫ କମାଣ୍ଡର ଶେଖ ସାଜଜାଦ ଗୁଲଙ୍କ ନିର୍ଦ୍ଦେଶରେ ଆତଙ୍କୀ କାଣ୍ଡ କରାଯାଉଥିଲା। ଏଭଳି ପରିସ୍ଥିତିରେ ଭାରତ ସରକାର ଶେଖ ସାଜଜାଦ ଗୁଲଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଅନୁଯାୟୀ ଟିଆରଏଫ ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଘୋଷିତ କରାଯାଇଛି। ଟିଆରଏଫ ଅନ୍ୟତମ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଏ-ତୋଏବା ଗୋଷ୍ଠୀର ଛାୟା ସଙ୍ଗଠନ ଭାବେ କାମ କରୁଥିଲା। ଗତ ୨୦୧୯ ବର୍ଷରେ ଯେତେବେଳେ କେନ୍ଦ୍ର ସରକାର ଲଶ୍କର-ଏ-ତୋଏବା ଗୋଷ୍ଠୀକୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଥିଲେ, ଏହା ପରେ ନାମକ ଏକ ନୂତନ ସଙ୍ଗଠନ ସାମ୍ନାକୁ ଆସିଲା। ଏହି ସଙ୍ଗଠନ ଜାମୁ କାଶ୍ମୀରରେ ଟାର୍ଗେଟ କିଲିଂ ଭଳି ହତ୍ୟା ଘଟଣାରେ ଜଡିତ ରହିଛି। ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଏବା ଗୋଷ୍ଠୀ ୨୬/୧୧ ଆକ୍ରମଣ ଘଟଣାରେ ଜଡିତ ରହିଥିଲା।