Amarnath Replica: ଜାମୁ କାଶ୍ମୀର ପ୍ରଶାସନ ଖୁବ୍ ଶୀଘ୍ର ରାଜଧାନୀ ଶ୍ରୀନଗର ପନ୍ଥା ଛକ ଠାରେ ନିର୍ମାଣ କରିବ ବାବା ଅମରନାଥଙ୍କ ପ୍ରତିକୃତି ନିର୍ମାଣ କରିବ। ଯାହା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ର ହେବ। ଏହା ସହିତ ଜାମୁ କଶ୍ମୀର ପ୍ରଶାସନ ମଧ୍ୟ ଚାର ଧାମ ଭଳି ପହଲଗାମ ଠାରୁ ବାବା ବର୍ଫାନୀଙ୍କ ଗୁମ୍ଫା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ କାଶ୍ମୀର ପଣ୍ଡିତଙ୍କ ସବୁଠାରୁ ବଡ ପର୍ବ ଶିବରାତ୍ରୀ ଅବସରରେ ପ୍ରଶାସନ ଦ୍ୱାରା ଆୟୋଜିତ ଶିବରାତ୍ରୀ ମହୋତ୍ସବ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜାମୁ ଠାରେ ପହଞ୍ଚିଥିଲେ ଉପରାଜ୍ୟପାଳ ମନୋଜ ସିହ୍ନା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଉପରୋକ୍ତ ଘୋଷଣା କରିଛନ୍ତି ଜାମୁ କାଶ୍ମୀର ଉପରାଜ୍ୟପାଳ। ଏ ସମ୍ପର୍କରେ ମତ ରଖି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଅମରନାଥ ଯାତ୍ରା ଆସନ୍ତା କିଛି ମାସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜଧାନୀ ଶ୍ରୀନଗରସ୍ଥିତ ପନ୍ଥା ଛକ ଠାରେ ବାବା ଅମରନାଥ ଶ୍ରାଇନ ବୋର୍ଡ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟାଳୟରେ ବାବା ଅମରନାଥ ବାର୍ଫାନୀଙ୍କ ଏକ ପ୍ରତିକୃତି ସ୍ଥାପନ କରାଯିବ। ଯାହା ବର୍ଷସାରା ଏଠାକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ର ହେବ।


ଗତ ବର୍ଷର ଅମରନାଥ ଯାତ୍ରା ସମୟରେ ବାଦଲ ଫାଟିବା ଘଟଣାରେ ପ୍ରତିକ୍ରିୟା ରଖି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଚାରିଧାମ ଭଳି ପହାଲଗାମ ଠାରୁ ବାବା ବାର୍ଫାନୀଙ୍କ ଗୁମ୍ଫା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଜାମୁ କାଶ୍ମୀର ପ୍ରଶାସନ ବିଚାର କରୁଛି। ଚଳିତ ବର୍ଷ ଏହାକୁ ସ୍ୱୀକୃତି ମିଳିବାର ସମ୍ଭାବନା ରହିଛି। ଏହାକୁ ଅନୁମୋଦନ କରାଯିବା ପରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୪-୫ ବର୍ଷ ମଧ୍ୟରେ ଶେଷ ହେବ। 


ଜାମୁ ଠାରେ କାଶ୍ମୀରୀ ପଣ୍ଡିତଙ୍କ ବୃହତ୍ତମ ବିସ୍ଥାପିତ କଲୋନୀ ଜଗତି ଠାରେ ଆୟୋଜିତ ହୋଇଥିବା ଶିବରାତ୍ରୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜାମୁ କାଶ୍ମୀର ଉପରାଜ୍ୟପାଳ ଆଶା ପ୍ରକଟ କରିଛନ୍ତି ଯେ କାଶ୍ମୀର ଉପତ୍ୟକାରେ ୩ ଦଶନ୍ଧିରୁ ଅଧିକ ସମୟ ଧରି ବିସ୍ଥାପିତ ହୋଇଥିବା କାଶ୍ମୀରୀ ପଣ୍ଡିତ ଖୁବ ଶୀଘ୍ର ନିଜ ଘରକୁ ଫେରିବେ। ଟାର୍ଗେଟ କିଲିଂ ପରେ କାଶ୍ମୀର ଘାଟିରୁ ପଳାଇ ଆସିଥିବା ସରକାରୀ କର୍ମଚାରୀଙ୍କ ଥଇଥାନ ପାଇଁ ଉପତ୍ୟକାର ବିଭିନ୍ନ ଅଞ୍ଚଳରେ ବାସସ୍ଥାନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଜାମୁ କାଶ୍ମୀରରେ ଟାର୍ଗେଟ କିଲିଂ ଭଳି ଘଟଣା ଘଟିବା ପରେ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଚାକିରି କରୁଥିବା ସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟରେ ପୁନର୍ବାର ଯୋଗ ଦେଇଛନ୍ତି। ସେମାନଙ୍କୁ ସେମାନଙ୍କର ଦରମା ମଧ୍ୟ ପ୍ରଦାନ କରାଯାଇଥିବା କହିଛନ୍ତି ଉପରାଜ୍ୟପାଳ। 


ଅନ୍ୟପକ୍ଷରେ ଏହି ମହୋତ୍ସବ ସହ ଜଡିତ କାଶ୍ମୀର ପଣ୍ଡିତ  ଦାବି କରିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ହେଲେ କାଶ୍ମୀର ଉପତ୍ୟକାରେ ଭୟର ବାତାବରଣ କାରଣରୁ ସେଠାକୁ ଯାଉନଥିବା ସେହି କର୍ମଚାରୀଙ୍କ ବାବଦରେ ସରକାର ଚିନ୍ତା କରିବା ଆବଶ୍ୟକ, ଯେଉଁମାନଙ୍କୁ ସେମାନଙ୍କ ଦରମା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।