ନୂଆଦିଲ୍ଲୀ: Jammu Kashmir Terrorist Attack:ଜାମ୍ମୁ କାଶ୍ମୀରରେ ଲୋକଙ୍କୁ ଲଗାତର ଟାର୍ଗେଟ କରାଯାଉଛି । ମଙ୍ଗଳବାର କୁଲଗାମର ଗୋପାଳପୁରାରେ ଜଣେ ରାଜପୁତ ମହିଳାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଶିକ୍ଷକ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସୁରକ୍ଷା ବଳ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

କାଶ୍ମୀର ପୋଲିସ ଟ୍ୱିଟ୍ କରି କହିଛି ଯେ, କୁଲଗାମର ଗୋପାଳପୁର ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଶିକ୍ଷକଙ୍କ ନାମ ରଜନିବାଲ । ସେ ସାମ୍ବା ନିବାସୀ ଥିଲେ ଓ ତାଙ୍କ ସ୍ୱାମୀଙ୍କ ନାମ ରାଜକୁମାର । ଏହି ସମୟରେ ସେ କୁଲାମର ଚାୱାଲଗାମରେ ଥିଲେ ଓ ଗୋପାଳପୁରାରେ ତାଙ୍କର ଡ୍ୟୁଟି ଚାଲୁଥିଲା ।​ ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ବୋଲି ପୋଲିସ କହିଛି ।


ଏହି ଘଟଣାରେ ରାଜନେତାଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି । ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ, ଦକ୍ଷିଣ କାଶ୍ମୀରର କୁଲଗାମରେ ଅନ୍ୟ ଜଣେ ପ୍ରବାସୀ ସରକାରୀ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଅବସ୍ଥା ଖରାପ ଥିବା ସୂଚନା ମିଳିଛି । ମୁଁ ପ୍ରାର୍ଥନା କରୁଛି ଯେ ସେ ଏହି ଆକ୍ରମଣରୁ ବଞ୍ଚି ଯାଆନ୍ତୁ ।


ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା


ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ


ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଝାଡ଼ଖଣ୍ଡର ସୋରେନ ସରକାର!


ଉଲ୍ଲେଖନୀୟ କଥା ହେଉଛି, ମେ ମାସରେ ଦ୍ୱିତୀୟ ଥର ପାଇଁ କୌଣସି କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଇଛି । ମେ ୧୨ରେ ରାହୁଲ ଭଟଙ୍କୁ ବଡଗାମ ଜିଲ୍ଲାର ଚଦୁରା ତହସିଲରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ମେ ମାସରେ କାଶ୍ମୀରରେ ଏପର୍ଯ୍ୟନ୍ତ ସାତୋଟି ଟାର୍ଗେଟ କରି ହତ୍ୟା କରାଯାଇଛି । ଏଥିମଧ୍ୟରୁ ଚାରିଜଣ ସାଧାରଣ ନାଗରିକ ଓ ତିନିଜଣ ପୋଲିସ କର୍ମଚାରୀ ଥିଲେ ଯେଉଁମାନେ ଡ୍ୟୁଟିରେ ନଥିଲେ ।


ଏଠାରେ କହି ରଖୁଛୁ ଯେ, ଜାମ୍ମୁ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷା ବଳକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଅବନ୍ତିପୋରାରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଦ୍ୱାରା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍ ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଦକ୍ଷିଣ କାଶ୍ମୀରର ଅବନ୍ତିପୋରାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ, ଏହା ପରେ ଯବାନମାନେ ଏହାର ଜବାବ ଦେଇଥିଲେ । ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ । ଏହି ଆତଙ୍କବାଦୀଙ୍କ ପରିଚୟ ଟ୍ରାଲର ବାସିନ୍ଦା ସହିଦ ରାଥର ଓ ଶୋପିଆର ବାସିନ୍ଦା ଉମର ୟୁସୁଫ ବୋଲି ଜଣା ପଡିଛି ।