୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା
Advertisement
Article Detail0/zeeodisha/odisha1203081

୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

Hardik Patel: ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ । ଜୁଲାଇ ୨୦୨୦ରେ ତାଙ୍କୁ ଗୁଜୁରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା ।

୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

ନୂଆଦିଲ୍ଲୀ: Hardik Patel: ବିଗତ ଦିନରେ କଂଗ୍ରେସ (Congress) ଛାଡ଼ିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ (Hardik Patel) ଜୁନ ୨ରେ ଭାରତୀୟ ଜନତା ପାର୍ଟି (BJP) ରେ ସାମିଲ ହେବେ । ମିଳିଥିବା ସୂଚନା ଅନୁଯାୟୀ, ହାର୍ଦ୍ଦିକ ପଟେଲ ଗୁଜୁରାଟର ରାଜଧାନୀ ଗାନ୍ଧୀନଗରର ବିଜେପି କାର୍ଯ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିବେ । ବିଜେପିର ଗୁଜୁରାଟ ୟୁନିଟ୍ ଅଧ୍ୟକ୍ଷ ସିଆର ପାଟିଲ (CR Patil) ଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ଦଳରେ ଯୋଗଦେବେ । ହାର୍ଦ୍ଦିକଙ୍କ ସହ ୧୫,୦୦୦ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହେବାକୁ ଯାଉଛି ।

କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ବିଜେପିରେ ଯୋଗଦେବେ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି । ତେବେ, କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ । ଅନ୍ୟପକ୍ଷରେ, ପାଟିଦାର ଆନ୍ଦୋଳନ ସମୟରେ ହାର୍ଦ୍ଦିକଙ୍କ ବିରୋଧରେ ଚାଲିଥିବା ମାମଲାରେ କୋର୍ଟ ତାଙ୍କୁ ରିହାତି ପ୍ରଦାନ କରିଛନ୍ତି । ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ । ଜୁଲାଇ ୨୦୨୦ରେ ତାଙ୍କୁ ଗୁଜୁରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା ।

ଏଠାରେ କହି ରଖୁଛୁ ଯେ, ଏପ୍ରିଲରେ ତାଙ୍କର ଅସନ୍ତୋଷ ସାମ୍ନାକୁ ଆସିଥିଲା, ଯେତେବେଳେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, କଂଗ୍ରେସରେ ମୋର ସ୍ଥିତି ନବ ବିବାହିତ ବରଙ୍କ ଭଳି, ଯାହାଙ୍କୁ ବିବାହ ପରେ ତୁରନ୍ତ ବନ୍ଧ୍ୟାକରଣ କରିଦିଆଯାଇଛି । ମୋତେ କୌଣସି PCC ବୈଠକକୁ ଆମନ୍ତ୍ରଣ କରାଯାଉ ନାହିଁ । ଯଦି ସେମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋ ଠାରୁ ପରାମର୍ଶ ନ ଗ୍ରହଣ କରନ୍ତି ତେବେ ଏହି ପଦର ଅର୍ଥ କ'ଣ? ଏଠାରେ ସେ କହିବାକୁ ଚେଷ୍ଟା କରୁଥିଲେ ଯେ ଦଳରେ ନିଷ୍ପତ୍ତି ନେବାକୁ ତାଙ୍କର କୌଣସି ଶକ୍ତି ନାହିଁ ।

ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଝାଡ଼ଖଣ୍ଡର ସୋରେନ ସରକାର!

ଏହା ବି ପଢ଼ନ୍ତୁ:-ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ

 

ବିଗତ ଦିନରେ ହାର୍ଦ୍ଦିକ ପଟେଲ ନିଜକୁ ରାମ ଭକ୍ତ ବୋଲି କହିଥିଲେ । ନିଜକୁ ରାମ ଭକ୍ତ ବୋଲି କହି ହାର୍ଦ୍ଦିକ କହିଥିଲେ ଯେ, ସେ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ହାର୍ଦ୍ଦିକ ପଟେଲ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଚାରି ହଜାର ଭାଗବତ ଗୀତା ବଣ୍ଟନ ବିଷୟରେ କହିଥିଲେ ଓ କହିଥିଲେ ଯେ ଆମେ ହିନ୍ଦୁ ଧର୍ମରୁ ଆସିଛୁ ଏବଂ ହିନ୍ଦୁ ହୋଇଥିବାରୁ ଆମେ ଗର୍ବିତ । ଏହା ପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ହାର୍ଦ୍ଦିକ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଥିପାଇଁ ହାର୍ଦ୍ଦିକଙ୍କ ବିଜେପି ଯିବାର କଳ୍ପନାଜଳ୍ପନା ଜୋର ଧରିଛି ।