Explosion On Bus, ଶ୍ରୀନଗର: ସର୍ଜୀକାଲ ଷ୍ଟ୍ରାଇକକୁ ୬ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ଜାମ୍ମୁ କାଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ସେନା ଛାଉଣୀ ପରେ ମଧ୍ୟ ଭୂପୃଷ୍ଟର ସ୍ୱର୍ଗ କୁହାଯାଉଥିଲା ଅଶାନ୍ତ ହୋଇପଡିଛି। ବୁଧବାର ରାତିରେ ଉଦ୍ଧମପୁରର ଦୁଇଟି ବସରେ ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣର ଆଠ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେନା ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ରାତିରେ ଉଦ୍ଧମପୁରର ଡୋମେଲ ଛକରେ ଏକ ବସରେ ଭୟଙ୍କର ବିସ୍ପୋରଣ ହୋଇଛି। ଏକ ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ବେଳେ ବିସ୍ଫୋରଣ ହୋଥିଲା। ଏହି ବିସ୍ଫୋରଣ ବେଳେ ବସରେ କୌଣସି ଯାତ୍ରୀ ନଥିଲେ। କିନ୍ତୁ ନିକଟରେ ଥିବା ଦୁଇ ଜଣ ସାଧାରଣ ନାଗରିକ ଏଥିରେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଥମ ବିସ୍ଫୋରଣର ଆଠ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବସରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପୋଲିସ ଓ ଭାରତୀୟ ସେନା ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଛି। 



ଉଦ୍ଧମପୁର-ରାସି ରେଞ୍ଜ ଡିଆଇଜି ସୁଲେମାନ ଚୌଧୂରୀ କହିଛନ୍ତି ଯେ, ପ୍ରଥମ ବିସ୍ଫୋରଣ ବୁଧବାର ରାତି ପ୍ରାୟ ସାଢେ ଦଶଟାରେ ହୋଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ବସ ପାର୍କିଂ ହୋଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବସ ଓ ତାହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ପ୍ରଥମ ବିସ୍ଫୋରଣର ପ୍ରାୟ ୮ ଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। କିନ୍ତୁ ସ୍ୱଭାଗ୍ୟବଶତଃ ଏଥିରେ କିଏ ହତାହତ ହୋଇନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ।


 



ସେପଟେ ଘଟଣାସ୍ଥଳରେ ଉଦ୍ଧମପୁର ପୋଲିସ ଓ ସେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆର୍ମି ବୋମ ଡିସପୋଜାଲ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ମଧ୍ୟ ତନାଘନା କରିଛନ୍ତି। କୌଣସି ସଙ୍ଗଠନ ପକ୍ଷରୁ ଏହି ଦୁଇଟି ବିସ୍ଫୋର ପକ୍ଷରୁ ନିଜକୁ ଦାୟୀ କରାଯାଇନାହିଁ। ତେବେ ଏହା ଏକ ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି। ସୁରକ୍ଷା କର୍ମୀ ଓ ସାଧାରଣ ନାଗରୀକଙ୍କୁ ଭୟଭୀତ କରିବା ଏପରି କରାଯାଇଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।