JK Election: ଭୁବନେଶ୍ୱର: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଲାଗି ନିର୍ବାଚନ ତାରିଖ ଘୋଷଣା ହେବାପରେ ତତ୍ପର ହୋଇଛନ୍ତି ରାଜନୀତିକ ଦଳ। ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ନ୍ୟାସନାଲ୍‍ କନ୍‍ଫରେନ୍ସ ଓ  କଂଗ୍ରେସ ଏକାଠି ସମସ୍ତ ୯୦ ଆସନରେ ନିର୍ବରଚନ ଲଢ଼ିବେ ବୋଲି କହିଛନ୍ତି। କିନଦ୍ତୁ ଏହି ମେଣ୍ଟର ଅନ୍ୟତମ ସଦସ୍ୟ ମେହବୁବା ମୁଫତିଙ୍କ ଦଳ ପିଡିପି ଏହି ମେଣ୍ଟରେ ଯୋଗ ଦେଇ ନାହିଁ। ପିଡିପି କଂଗ୍ରେସ ଓ ଏନ୍‍ସି ସହ ଏକାଠି ଲଢ଼ିବେ କି ନା ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। 


COMMERCIAL BREAK
SCROLL TO CONTINUE READING

ତିନୋଟି ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ। ରାଜ୍ୟରେ ଧାରା ୩୭୬୦ ଉଚ୍ଛଦ ଓ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ପ୍ରଥମଥର ନିର୍ବାଚନ ହେବାକୁ ସ୍ଥିର କରାଯାଇଛି। ସେପ୍ଟମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସ୍ଥିର କରାଯାଇଥିବାବେଳେ ୨୫ରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ ତାରିଖରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ୪ ତାରିଖ ଦିନ ଫଳାଫଳ ପ୍ରକାଶ ପାଇବ। 


ଏହି ନିର୍ବାଚନରେ ବିଜେପି ଲଢ଼ିବ କି ନା ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ରାହୁଲ ଗାନ୍ଧି ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ନିର୍ବାଚନ ଲଢ଼ିବା ଲାଗି ଆହ୍ୱାନ କରିଛନ୍ତି। ଏକଛତ୍ରବାଦ ଶାସନକୁ ରୋକିବା ଲାଗି ଏହାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗୋ କହିଛନ୍ତି। ଦୁହେଁ ଏବେ ଜମ୍ମୁ କଶ୍ମୀର ଗସ୍ତରେ ରହିଛନ୍ତି। ଶ୍ରୀ ଖଡ଼ଗେ କହିଛନ୍ତି ଲୋକସଭାରା ବିେରାଧୀ ଦଳ ଭାବେ ମର୍ଯ୍ୟାଦା ମିଳିବା ପରେ ରାହୁଏ ଗାନ୍ଧି ସରକାରଙ୍କୁ କଡ଼ା ଜବାବ ଦେଉଛନ୍ତି। ବିଭିନ୍ନ ବିଧେୟକ ଉପରେ ଆଳଷାଚନା ହେଉଛି। ଏହାଛଡ଼ା ବିରୋଧୀ ଦଳଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଉଛନ୍ତି। ଅନେକ ବିଧେୟକକୁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି ସରକାରୀ ଦଳ।