`ସାମ୍ବାଦିକ ହେଉଛନ୍ତି ଭଡ଼ାରେ ଆସିଥିବା ଲୋକ`
ପାକିସ୍ତାନ ସୁପ୍ରିମକୋର୍ଟ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଫୱାଦ ଚୌଧରୀ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରିଥିଲେ। ଗ
ଇସଲାମାବାଦ: ଦେଶରେ ଜାରି ରହିଥିବା ରାଜନୈତିକ ସଂକଟ ଥମିବାର ନାଁ ନେଉନଥିବା ବେଳେ ନୀରବ ହୋଇ ରହିପାରୁନାହାଁନ୍ତି ପାକିସ୍ତାନୀ ରାଜନେତା। ସଦ୍ୟ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଦାୟୀ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସାହଯୋଗୀ ଫୱାଦ ଚୌଧରୀ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ବୁଧବାର ଦିନ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ନେଇଥିବାର ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ ସାମ୍ବାଦିକଙ୍କୁ ଭଡ଼ାରେ ଆସିଥିବା ଲୋକ ବୋଲି କହିଛନ୍ତି ସେ।
ପାକିସ୍ତାନ ସୁପ୍ରିମକୋର୍ଟ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଫୱାଦ ଚୌଧରୀ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଭଡ଼ାରେ ଆସିଥିବା ଲୋକ ବୋଲି କଟାକ୍ଷ କରିଥିଲେ। ହେଲେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିବା ପରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଲାଗି କହିଥିଲେ କହିଥିଲେ ସାମ୍ବାଦିକ। ମାତ୍ର କ୍ଷମା ପ୍ରାର୍ଥନା କରିବାକୁ ରୋକଠୋକ ମନା କରିଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରୀ ଫୱାଦ ଚୌଧରୀଙ୍କୁ ପଚାରିଥିଲେ ଯେ ଫରାହ ଖାନ କିପରି ଦେଶ ଛାଡି ପଳାଇଛନ୍ତି। ସାମ୍ବାଦିକଙ୍କ ଏହି ପ୍ରଶ୍ନ ଶୁଣିବା ପରେ ମନ୍ତ୍ରୀ ତାତି ଉଠିଥିଲେ। ଫରାହ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ଘନିଷ୍ଠ ବନ୍ଧୁ। ଯିଏ ୯୦ ହଜାର ଡଲାର ଟଙ୍କା ନେଇ ଦେଶ ଛାଡି ପଳାୟନ କରିଛନ୍ତି। ତାଙ୍କର ବିମାନ ଯାତ୍ରା ବେଳର ଫଟୋ ମଧ୍ୟ ଭାଇରାଲ ହୋଇଛି।
Also Read: ଅଦା-ରସୁଣ ମଧ୍ୟରେ ଫରକ ଜାଣିପାରିଲେ ନାହିଁ ପାକିସ୍ତାନ ମନ୍ତ୍ରୀ, ନିଜେ କଲେ ନିଜର ଅପମାନ
କେବଳ ବର୍ତ୍ତମାନ ନୁହେଁ ପୂର୍ବରୁ ମଧ୍ୟ ଏଭଳି ବୟାନ ବାଜି କରି ଚର୍ଚ୍ଚାର ପରିସରରେ ରହିଛନ୍ତି ମନ୍ତ୍ରୀ ପୱାଦ ଚୌଧରୀ। କିଛି ଦିନ ପୂର୍ବେ ଦେଶର ମୁଦ୍ରାସ୍ଫୀତି ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେ। ଏହି ସମୟରେ ସେ ଏଭଳି ତଥ୍ୟ ପ୍ରଦାନ କରିଥିଲେ ଯାହା ହସର ଖୋରାକ ଯୋଗାଇଥିଲା। ମନ୍ତ୍ରୀ ରସୁଣକୁ (Garlic) ଅଦା (Ginjer) ବୋଲି କହି ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପର୍ଯ୍ୟନ୍ତ ସେ ନିଜର ଜ୍ଞାନ ଉପରେ କାଏମ ରହିଥିଲେ।
ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଏହି ଜ୍ଞାନର ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦର୍ଶାଯାଇଛି ଯେ ମୁଦ୍ରାସ୍ଫୀତି ଉପରେ ମନ୍ତ୍ରୀ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ମୂଲ୍ୟ ହ୍ରାସ ବିଷୟରେ ସେ କହିବା ବେଳେ ରସୁଣର ଅର୍ଥ ଅଦା ବୋଲି କହି ଦେଇଥିଲେ। ଯଦିଓ ଲୋକ ତାଙ୍କୁ ତାଙ୍କ ଭୁଲ୍ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ମନ୍ତ୍ରୀ ତାଙ୍କ ଆଭିମୁଖ୍ୟରେ ଦୃଢ ରହିଥିଲେ। ଏନେଇ ସେ ଦୋହରାଇ କହିଛନ୍ତି ରସୁଣର ଅର୍ଥ କେବଳ ଅଦା।
Garlic ଶବ୍ଦର ଅର୍ଥ ରସୁଣ ହୋଇଥିବା ବେଳେ Ginjer ଶବ୍ଦର ଅର୍ଥ ହେଉଛି ଅଦା। କିଛି ଲୋକ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବିବୃତ୍ତିକୁ ସମର୍ଥନ କରି କହିଥିଲେ ଯେ ରସୁଣ ଏବଂ ଅଦାକୁ ନେଇ ହିନ୍ଦୀ ଭାଷାରେ କହିବା ବେଳେ ଭୁଲ ହୋଇଯାଇଥାଏ। ନିଜର ଏଭଳି ଜ୍ଞାନ ପାଇଁ ଲୋକଙ୍କ ଦ୍ୱାରା ଟ୍ରୋଲ ହୋଇଛନ୍ତି ପାକିସ୍ତାନ ମନ୍ତ୍ରୀ। ଏନେଇ ଜଣେ ୟୁଜର ଲେଖିଛନ୍ତି ସେ ହେଉଛନ୍ତି ପାକିସ୍ତାନର ଆଇନଷ୍ଟାଇନ। କଙ୍ଗନା ରାଣାୱତଙ୍କ ଅଭିନୀତ 'ତନୁ ୱେଡସ୍ ମନୁ ରିଟର୍ନସ' ଫିଲ୍ମର ସେହି ସଂଳାପକୁ ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା କହୁଛନ୍ତି ଏହି ମଣି ଅଦା ପାଲଟି ଯାଇଛି ଯେକୌଣସି ସ୍ଥାନରେ ଏହାର ମୂଲ୍ୟ ବୃଦ୍ଧି ପାଉଛି।
ଆତଙ୍କବାଦ ବଢିବା ପ୍ରସଙ୍ଗରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଦେଶରେ ଅବସ୍ଥିତ ଥିବା ସ୍କୁଲ କଲେଜ ଉଦ୍ଦେଶ୍ୟରେ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଯେ ଦେଶର ବିଦ୍ରୋହ ପାଇଁ ଏହା ମଦ୍ରାସା ନୁହେଁ ୧୯୮୦ ଏବଂ ୧୯୯୦ ଦଶକରେ ସ୍କୁଲ କଲେଜ ଭଳି ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହୋଇଥିବା ଶିକ୍ଷକ ଦାୟୀ। ଦେଶ ପାଇଁ ସବୁଠାରୁ ବଡ ବିପଦ କୌଣସି ବିଦେଶୀ ଶକ୍ତି ନୁହେଁ ବରଂ ନିଜ ଠାରୁ ରହିଛି ବୋଲି କହିଥିଲେ ସେ।