Karnataka Close Today: କର୍ଣ୍ଣାଟକରେ କଲେଜ ଛାତ୍ରୀ ନେହାଙ୍କୁ ତାଙ୍କ ପ୍ରେମିକ ବାରମ୍ବାର ଛୁରୀ ଭୁଷି ହତ୍ୟା ଘଟଣାରେ ପ୍ରତିବାଦ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ତେଜିଛି ରାଜନୀତି। ଏହି ଘଟଣାକୁ ଲଭ୍ ଜିହାଦ ର ରଙ୍ଗ ଦେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କର୍ଣ୍ଣାଟକ ର ହୁବଳି ଅଞ୍ଚଳର କଂଗ୍ରେସ କର୍ପୋରେଟରଙ୍କ ଝିଅ ଥିଲେ ପୀଡିତା । ତେବେ ଆଜି ଏହି କାରଣରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି। ଘଟଣାଟି ସମ୍ବେଦନଶୀଳ ଥିବାରୁ କେହି ବି ଏହି ଘଟଣାରେ ସୋସିଆଲ ପୋଷ୍ଟ ନକରନ୍ତୁ ବୋଲି ପୋଲିସ ଚେତାବନୀ ଦେଇଛି। 


COMMERCIAL BREAK
SCROLL TO CONTINUE READING

କଣ ସମ୍ପୂର୍ଣ୍ଣ ଘଟଣାକ୍ରମ-:
କିଛିଦିନ ପୂର୍ବେ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ୨୪ ବର୍ଷୀୟ ଝିଅ ନେହା ହିରେମାଥଙ୍କୁ (Neha Hiremath) ଅତି ନୃଶଂସ ଭାବେ ହତ୍ୟା କରିଥିଲା ନେହାଙ୍କ ପୂର୍ବତନ ବନ୍ଧୁ ତଥା ସହପାଠୀ ଫାୟାଜ। ଏହି ହତ୍ୟାକାଣ୍ଡ କଲେଜ କ୍ୟାମ୍ପସ ପରିସରରେ ଘଟିଥିଲା। ଫାୟାଜ ନେହାଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟା କରିଥିଲା। ପରେ କଲେଜ କର୍ତ୍ତୃପକ୍ଷ ନେହାଙ୍କ ଘର ଲୋକଙ୍କୁ ଖବର ଦେବା ପରେ ଥାନାରେ ମାମଲା ରୁଜୁ କରାଯାଇଥିଲା କିଛି ସମୟ ପରେ ଅଭିଯୁକ୍ତ ଫାୟାଜକୁ ଗିରଫ କରିଥିଲା ପୋଲିସ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟାଙ୍କ ଅନୁଯାୟୀ ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିଲା। 


ଏହି ହତ୍ୟାକାଣ୍ଡ ‘ବ୍ୟକ୍ତିଗତ କାରଣରୁ’ (Personal Reason) ବୋଲି ବିବେଚନା କରାଯାଇଛି କିନ୍ତୁ ବିଜେପିର ଅଭିଯୋଗ ଯେ ଏହା ହେଉଛି ଏକ ‘ଲଭ୍ ଜିହାଦ’ କେସ୍ । ନେହା ହିରେମାଥ ହତ୍ୟା ମାମଲାର କିଛି ଦିନ ପରେ କର୍ଣ୍ଣାଟକ ବିଜେପି ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି। ପୂର୍ବରୁ କୁହାଯାଇଥିଲା ଯେ ଭାରତୀୟ ଜନତା ପାର୍ଟି ଦଳ ଆଜି ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ କହିଛି। ସୋମବାର, ଅର୍ଥାତ୍ ଆଜି ହୁବଳିର ନେହା ହିରେମାଥ ହତ୍ୟା ମାମଲା ପରେ ଶାସକ ଦଳ କଂଗ୍ରେସ ବିରୋଧରେ ଗର୍ଜିଛି ବିଜେପି।


ବିଜେପି ଅନୁଯାୟୀ ଏହି ହତ୍ୟାକାଣ୍ଡରେ ‘ଲଭ୍ ଜିହାଦ୍’ର(Love Jihad) ଏକ କୋଣ ରହିଛି ଏବଂ ତେଣୁ ଏହି ବିରୋଧର ଆୟୋଜନ କରାଯାଉଛି। ଏହି ବିରୋଧ ପ୍ରଦର୍ଶନ ପାଇଁ ରାଜ୍ୟର ସମସ୍ତ ନାଗରିକଙ୍କୁ ମଧ୍ୟ ବିଜେପି ସଭାପତି ନିବେଦନ କରିଛନ୍ତି। 


ତେବେ ଜାଣନ୍ତୁ କଣ ରହିବ ଖୋଲା କଣ ରହିବ ବନ୍ଦ?
ସୋମବାର, ଅର୍ଥାତ୍ ଆଜି କର୍ଣ୍ଣାଟକ ବନ୍ଦ(Karnataka Close) ସମୟରେ କ’ଣ ଖୋଲା ଏବଂ କ’ଣ ବନ୍ଦ ହୋଇଛି ସେ ବିଷୟରେ କହିବାକୁ ଗଲେ ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କିଛିଟା ପ୍ରଭାବ ପଡ଼ିଛି। ସେହିପରି ସ୍କୁଲର କଲେଜ ବନ୍ଦ ହେବା ସହ ସପିଂ ମଲ୍ ମଧ୍ୟ ବନ୍ଦ ରହିବ। ବିଶେଷ କରି ହୁବୁଳି ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଇଛି।


Also Read: Road Accident: ଟ୍ରକ କାର୍ ମୁହାଁମୁହିଁ ଧକ୍କା, ୯ ଜଣଙ୍କର ମୃତ୍ୟୁ


Also Read:  Car Racing Accident: କାର୍ ରେସିଂ ବେଳେ ବଡ଼ ଅଘଟଣ, ଘଟଣାସ୍ଥଳରେ ୭ ମୃତ