ଥିରୁବନନ୍ତପୁରମ୍: ୨୮ ବର୍ଷ ପରୁଣା ଅଭୟା ହତ୍ୟା ମାମଲାରେ କେରଳ ସିବିଆଇ କୋର୍ଟ ବୁଧବାର ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ  ପାଦ୍ରୀ ଥୋମାସ କୋଟୁର ଏବଂ ନନ୍ ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ କୋର୍ଟ ଉଭୟଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ୨୮ ବର୍ଷ ପରେ ସିଷ୍ଟର ଅଭୟା (Sister Abhaya) ଙ୍କୁ ନ୍ୟାୟ ମିଳିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଜେ ସାନଲ କୁମାର ଏହି ରାୟ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପାଦ୍ରୀ ଥୋମାସ କୋଟୁର ଏବଂ ନନ୍ ସେଫିଙ୍କୁ ସେ ଆଜୀବନ କାରାଦଣ୍ଡାଦେଶ (life imprisonment) ଦେଇଛନ୍ତି। 


ସୂଚନା ମୁତାବାକ ୨୬ ମାର୍ଚ୍ଚ ୧୯୯୨ ରାତିରେ କୋଟାୟାମର ପିୟୁସ୍ ଟେନ୍ଥ୍ କନଭେଣ୍ଟରେ ପ୍ରି-ଡିଗ୍ରୀ ଛାତ୍ରୀ ନନ୍ ଅଭୟାଙ୍କୁ ହତ୍ୟା କରାଯାଇଥିଲା। ଅଭୟା ଏହି କନଭେଣ୍ଟର ହଷ୍ଟେଲରେ ରହୁଥିଲେ। ଅପରାଧ ଲୁଚାଇବା ଉଦ୍ଦେଶ୍ୟରେ ତାଙ୍କ ମୃତଦେହକୁ କନଭେଣ୍ଟ ପରିସରରେ ଥିବା ଏକ କୂଅରେ ଫିଙ୍ଗି ଦିଆଯାଇଥିଲା। 


Also Read: ପରୀ ହତ୍ୟା ଘଟଣା: ପୋଖରୀରୁ ମିଳିଲା ପଲିଥିନ ବନ୍ଧା ଲେଗିନ୍ସ,


ଅଭିଯୋଗ ଅନୁଯାୟୀ, ୨୬ ମାର୍ଚ୍ଚ ୧୯୯୨ ସକାଳେ ଅଭୟା ରୋଷେଇ ଫାଦର ଥୋମାସ କୋଟୁର, ନନ୍ ସେଫି ଏବଂ ପାଦ୍ରୀ ପୁଟ୍ରିକାୟାଲଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ସେପଟେ ଘଟଣା ପ୍ରଘଟ ହେବା ଭୟରେ କୋଟୁର ଓ ସେଫି ଉଭୟେ ଅଭୟାଙ୍କୁ ଗଳାକାଟି ହତ୍ୟା କରିଥିଲେ। ପରେ ଅପରାଧ ଲୁଚାଇବା ପାଇଁ ତିନିଜଣ ମିଶି ଅଭୟାଙ୍କୁ ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ।


ଏହି ମାମଲାରେ ପାଦ୍ରୀ ଥୋମାସ କୋଟୁର ଏବଂ ନନ୍ ସେଫି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ତୃତୀୟ ଅଭିଯୁକ୍ତ ପାଦ୍ରୀ ପୁଟ୍ରିକାୟଲ ପ୍ରମାଣ ଅଭାବରୁ ଦୁଇ ବର୍ଷ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ନିଶ୍ଚିତ ଭାବରେ, କୋର୍ଟଙ୍କ ଏହି ନିଷ୍ପତ୍ତି ସମଗ୍ର ସମାଜ ପାଇଁ ଏକ ବାର୍ତ୍ତା। ସତ୍ୟ ବିଚଳିତ ହୋଇପାରେ, କିନ୍ତୁ ପରାଜିତ ହୋଇପାରିବ ନାହିଁ।