Odisha Election Result 2024: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ, ଜାଣନ୍ତୁ
Advertisement
Article Detail0/zeeodisha/odisha2278791

Odisha Election Result 2024: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ, ଜାଣନ୍ତୁ

Odisha Election Result 2024: ବୌଦ୍ଧରେ ସରୋଜ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ, ବାଚସ୍ପତି ପୁରୁଖା ନେତା ପ୍ରଦୀପ କୁମାର ଅମାତ। ସରୋଜ ଶ୍ରୀ ଅମାତଙ୍କଠାରୁ ଏବେ ୬୧୯ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ୧୭ଟି ରାଉଣ୍ଡରେ ଗଣତି ହେବ। ଏବେ ସୁଦ୍ଧା ୬ ରାଉଣ୍ଡ ଶେଷ ହୋଇଛି। 

 

Odisha Election Result 2024: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ, ଜାଣନ୍ତୁ

Odisha Election Result 2024: ରାଜ୍ୟ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଆଜି ଭୋଟ ଗଣତି ଚାଲିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଗଣତି ଫଳ ସାମ୍ନାକୁ ଅଣାଯାଉଛି। ଏ ଭିତରେ ସମସ୍ତ ୧୪୭ଟି ଯାକ ଆସନରେ ଟ୍ରେଣ୍ଡ କ’ଣ ରହିଛି ତାହା ସ୍ପଷ୍ଟ ହୋଇଛି।    ଏହି ଟ୍ରେଣ୍ଡରେ ଦିନ ୧ଟା ସୁଦ୍ଧା ବିଜେପି ୭୦, ବିଜେଡି ୬୧ କଂଗ୍ରେସ ୧୩ ଏବଂ କମ୍ୟୁନିଷ୍ଟ ପାର୍ଟି ୧ ଆସନରେ ଆଗୁଆ ରହିଛନ୍ତି। ୨ଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବଳିଷ୍ଠ ଦଳୀୟ ପ୍ରାର୍ଥୀଙ୍କଠାରୁ ଆଗରେ ରଖି ଲୋକଙ୍କ ମତକୁ ନିଜ ଆଡ଼କୁ ଆଣିଛନ୍ତି। 

କିନ୍ତୁ ଏମିତି କିଛି ନେତା ଅଛନ୍ତି ଯେଉଁମାନଙ୍କ ଆଗୁଆ ବା ପଛୁଆ ସୂତା ଖଅ ଭଳି ନଗଣ୍ୟ ରହିଛି। କେଉଁ ସ୍ଥାନରେ ଆଗକୁ ଯାଉଛି ତ କେଉଁ ସ୍ଥାନରେ ଅଳ୍ପ ବ୍ୟବଧାନରେ କିଏ ପଛୁଆ ରହିଛି। ଆସନ୍ତୁ ନଜର ପକାଇବା।

ନିଆଳି: ସବୁଠାରୁ କମ୍‍ ବ୍ୟବଧାନରେ ଟକ୍କର ଚାଲିଛି ନିଆଳି ବିଧାନସଭା ନିର୍ବାଚନ ମଣ୍ତଳୀରେ। ଏଠାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଛବି ମଲ୍ଲିକ ମାତ୍‍ ଦେଉଛନ୍ତି ବିଧାୟକ ଡ. ପ୍ରମୋଦ ମଲ୍ଲିକଙ୍କୁ । ସେ ବିଜୁ ଜନତା ଦଳର ପ୍ରାର୍ଥୀ। ଉଭୟଙ୍କ ଭିତରେ ବ୍ୟବଧାନ ରହିଛି ମାତ୍ର ୧୯୨। 

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ବିଜେପି ପ୍ରାର୍ଥୀ କୋଡୁରୁ ନାରାୟଣ ରାଓ ମାତ୍ର ୩୮୧ ଭୋଟରେ ଆକଗୁଆ ଅଛନ୍ତି। ବିଜେଡିର ୮ରୂପେଶ କୁମାରପାଣିଗ୍ରାହୀ ହେଉଛନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ। 

କୋରାପୁଟ: ଏଠାରେ ବିଜେପି ଓ କଂଗ୍ରେସ ଭିତରେ ଚାଲିଛି କଡ଼ା ମୁକାବିଲା। ବିଜେପିର ରଘୁରାମ ମାଛ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କୃଷ୍ଣ କଳୁଦୀପଙ୍କ ଭିତରେ ଭୋଟ ବ୍ୟବଧାନ ମାତ୍ର ୫୦୦ ରହିଛି। 

ବୌଦ୍ଧରେ ସରୋଜ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ, ବାଚସ୍ପତି ପୁରୁଖା ନେତା ପ୍ରଦୀପ କୁମାର ଅମାତ। ସରୋଜ ଶ୍ରୀ ଅମାତଙ୍କଠାରୁ ଏବେ ୬୧୯ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ୧୭ଟି ରାଉଣ୍ଡରେ ଗଣତି ହେବ। ଏବେ ସୁଦ୍ଧା ୬ ରାଉଣ୍ଡ ଶେଷ ହୋଇଛି। 

କୋରେଇ: ସେହିପରି କୋରେଇରୁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କଠାରୁ ମାତ୍ର ୫୫୭ ଭୋଟରେ ଆଗୁଆ ରହିଛନ୍ତି। 

କାମାକ୍ଷା ନଗରରେ ୯୦୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା।  ସେ ପୂର୍ବତନ ବିଧାୟକ ଖଣିମନ୍ତ୍ରୀ ପ୍ରଫୁଲ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି।  ବାରବାଟୀ କଟକରେ ମଧ୍ୟ ବିଜେପି ପ୍ରାର୍ଥୀ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ୬୨୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି। 

ସେହିପରି ବିଜେଡି ବିଜୟ ଟ୍ରେଣ୍ଡରେ ସମ୍ବେଦନଶୀଳ ଅବସ୍ଥାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ କନ୍ୟା ଦୀପାଳି। ସେ ଝାରସୁଗୁଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ୪୨୯ ଖଣ୍ଡ ଭୋଟରେ ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ଆଗରେ ରହିଛନ୍ତି। 
ଉଦଳାରେ ଶ୍ରୀନାଥ ସୋରେନ୍‍ ମାତ୍ର ୯୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଭାସ୍କର ମଢ଼େଇଙ୍କଠାରୁ ଆଗୁଆ ରହିଛନ୍ତି। କୌଣସି ବି ମୁହୂର୍ତ୍ତରେ ଏ ଟ୍ରଣ୍ଡେ ବଦଳିପାରେ। 

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ବି ସେମିତି ସୂତାଖିଅରେ ଝୁଲୁଛି। ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ଥିବା ଲକ୍ଷ୍ମଣ ବାଗ ମାତ୍ର ୮୨୮ ଭୋଟରେ ପଛୁଆ ଅଛନ୍ତି। କିଛି ସମୟ ପୂର୍ବରୁ ସେ ଆଗରେ ଥିଲେ। ଏଣୁ କେତେବଳେ ବି ଏଠାରେ କ’ଣ ହୋଇପାରେ। 

ରାଉରକେଲାରେ ଅନେକ ସମୟ ଆଗୁଆ ରହିବା ପରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଏବେ ପଛରେ। ବିଜେଡି ପ୍ରାର୍ଥୀ ମାତ୍ର ୪୫୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। 

କଂଗ୍ରେସରୁ ପଟାଙ୍ଗୀ ପାଇଁ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର କାଡାମ ମଧ୍‍ୟ ସେହିପରି ନିଜ ଭାଗ୍ୟକୁ ହାତରେ ଧରି ବୁଲୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡିର ପ୍ରଫୁଲ କୁମାର ପାଙ୍ଗୀଙ୍କଠାରୁ ସେ ମାତ୍ର ୯୮ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏବଂ ଭୋଗରାଇରେ ସତ୍ୟଶିବ ଦାସ ୭୧୮ ଭୋଟରେ ଆଗୁଆ ରହିଛନ୍ତି। 

କୋରାପୁଟରେ କୃଷ୍ଣ କୁଳଦୀପ ମାତ୍ର ୬୦୦ ଭୋଟରେ ଆଗୁଆ ଥିବା ବେଳେ ଜୟପୁରରେ ତାରାପ୍ରସାଦନ ବାହିନୀପତି ମାତ୍ର ୭୧୬ ଭୋଟରେ ଆଗୁଆ ରହିଛନ୍ତି। 

ମାତ୍ର ଏକ ହଜାରରୁ କମ୍‍ ବ୍ୟବଧାନରେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ରହିବା ନିହାତି ଭାବେ ଭାଗ୍ୟର ଖେଳ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏହି ସମୟରେ କେତେବେଳେ ବି ଟ୍ରେଣ୍ଡ ବଦଳି ପାରେ। ପୁଣି ଏବେ ଅନେକ ରାଉଣ୍ଡ ବାକି ଥିବାରୁ ଏମାନଙ୍କ ବ୍ୟବଧାନ ଉପରେ ଟ୍ରେଣ୍ଡ ନିର୍ଭର କରିବ।