Nagin ପରେ ଏବେ ଚହଳ ସୃଷ୍ଟି କରିଛି Khaini Dance
ବରଯାତ୍ରୀଙ୍କ ପକ୍ଷରୁ କରାଯାଉଥିବା ନୃତ୍ୟନାଟିକାରେ ବେଶ ଲମ୍ବା ସମୟ ଧରି ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିଲା ନାଗିନ ନୃତ୍ୟ।
ନୂଆଦିଲ୍ଲୀ: କୁହାଯାଏ ଭାରତରେ ଦକ୍ଷତାର କୌଣସି ଅଭାବ ରହିନଥାଏ। ନୃତ୍ୟ, ସଂଗୀତ, ବୈଜ୍ଞାନିକ ଗବେଷଣା, କ୍ରୀଡା, ବାଣିଜ୍ୟ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାରେ ବେଶ ଧୂରନ୍ଧର ଭାରତୀୟ। ଯାହାର ଝଲକ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ। ଏ ସମ୍ପର୍କିତ ଅନେକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି।
ଭାରତରେ ହେଉଥିବା ବାହାଘର ଭଳି କାର୍ଯ୍ୟକ୍ରମରେ ନୃତ୍ୟ ଗୀତର ଆସର ଜମିଥାଏ। ଏପରିକି ବାହାଘରରେ ଯିବା ସମୟରେ ବିଭିନ୍ନ ପ୍ରକାର ଶାରିରୀକ ଅଙ୍ଗଭଙ୍ଗୀ ଓ କଳାଶୈଳୀରେ ନୃତ୍ୟନାଟିକା (Dance Style) ପ୍ରଦର୍ଶିତ କରିଥାନ୍ତି ବରଯାତ୍ରୀ। ସଦ୍ୟ ଏମ୍ପର୍କିତ ଏକତ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଆଉ ଏପରି ନିଆରା ଭିଡିଓ ଭାଇରାଲ ହେବା ପରେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ସୋସିଆଲ ମିଡିଆ ୟୁଜର ଦେଖିସାରିଲାଣି।
ବରଯାତ୍ରୀଙ୍କ ପକ୍ଷରୁ କରାଯାଉଥିବା ନୃତ୍ୟନାଟିକାରେ ବେଶ ଲମ୍ବା ସମୟ ଧରି ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିଲା ନାଗିନ ନୃତ୍ୟ (Nagin Dance)। ହେଲେ ଖଇନି ନୃତ୍ୟ (Khaini Dance)। ଯାହାର ଭିଡିଓ ବେଶ କିଛି ଦିନ ଭାଇରାଲ (Viral Khaini Dance Video) ହେବାରେ ଲାଗିଛି। ଯାହାର ନାଁ ରହିଛି ତମ୍ବାଖୁ ନୃତ୍ୟ (Tobacco Dance)।
ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ଯୁବକ ଖଇନି ଖାଇବା ପୂର୍ବରୁ ଏହାକୁ ଯେପରି ବନାଯାଏ ତାହାକୁ ସେପରି ପ୍ରକାର ଶୈଳୀରେ ବନାଉଛନ୍ତି। ଆଉ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀରେ ଡିଜେ ସାଉଣ୍ଡ ତାଳେ ତାଳେ ନିଜର ତମ୍ବାଖୁ ନୃତ୍ୟ (DJ Sound Tobacco Dance) ପ୍ରଦର୍ଶିତ କରୁଛନ୍ତି। ଏପରି ଭାଇରାଲ ଭିଡିଓ ଦେଖିବା ପରେ ଅନେକ ୟୁଜର ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ରଖିଛନ୍ତି।
ଯେଉଁ ୟୁଜର ପ୍ରତିକ୍ରିୟା ରଖି କହିଛନ୍ତି ଅଜୟ ଦେବଗନ ସମସ୍ତ ସେଲିବ୍ରିଟିଙ୍କ ଘରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏପରି ନୃତ୍ୟ କରୁଥିବେ। ଏହି ବଲିଉଡ ଅଭିନେତାଙ୍କୁ ତମ୍ବାଖୁ ଉତ୍ପାଦ ବିମଳ ପାନ ମସାଲା ବିଜ୍ଞାପନରେ ଦେଖିବାକୁ ମିଳୁଛି।