Global Hunger Index 2022: ପ୍ରକାଶ ପାଇଛି ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା। ଏହି ତାଲିକାରେ ୧୨୧ ଦେଶଙ୍କୁ ସାମିଲ କରାଯାଇଛି। ଏଥିରେ ଭାରତର ସ୍ଥାନ ୧୦୭ ନମ୍ବରରେ ରହିଥିବା ଜଣାପଡି଼ଛି। ଦକ୍ଷିଣ ଏସିଆରେ ଆଫଗାନିସ୍ତାନ ବ୍ୟତୀତ ପ୍ରାୟ ସମସ୍ତ ଦେଶ ପଛରେ ରହିଛି ଭାରତ।


COMMERCIAL BREAK
SCROLL TO CONTINUE READING

ବିଶ୍ୱ କ୍ଷୁଧା ସୂଚକାଙ୍କ (Global Hunger Index) ତାଲିକାରେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ଆଫଗାନିସ୍ତାନ ଯଥାକ୍ରମେ ୬୪, ୮୧, ୯୯, ୧୦୯ ତମ ସ୍ଥାନରେ ରହିଛି। ଏହି ସମସ୍ତ ଦେଶକୁ ମିଶାଇ ଚୀନ ସାମୂହିକ ରୂପରେ ପ୍ରଥମରୁ ୧୭ ତମ ସ୍ଥାନରେ ରହିଛି। ଏହି ସୂଚକାଙ୍କ ଗଣନା ଶୂନରୁ ୧୦୦ ପଏଣ୍ଟ ମଧ୍ୟରେ ହୋଇଥାଏ। ଯେଉଁଠାରେ ଶୂନ ହେଉଛି ସର୍ବୋତ୍ତମ ସ୍କୋର। କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ସ୍କୋର ୨୯.୧ ରହିଥିବା ଜଣାପଡ଼ିଛି।    


ଗତ ବର୍ଷ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୧୦୧ ତମ ସ୍ଥାନରେ ରହିଥିଲା। ମୋଟ ୧୧୬ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଏହି ତାଲିକାରେ ଭାରତ ଠାରୁ ଆଗରେ ରହିଥିଲେ। ଏହାପୂର୍ବରୁ ୨୦୨୦ ବର୍ଷର ତାଲିକାରେ ଭାରତ ୧୦୭ ଦେଶ ମଧ୍ୟରୁ ୯୪ ନମ୍ବର ସ୍ଥାନରେ ରହିଥିଲା।


ଚଳିତ ବର୍ଷ ସେପ୍ଟମ୍ବର ଦ୍ୱିତୀୟ ସପ୍ତାହରେ ମିଳିତ ଜାତିସଂଘ ବିକାଶ ପରିଷଦ (United Nations Development Council) ମାନବ ବିକାଶ ସୂଚକାଙ୍କ (Human Development Index) ରିପୋର୍ଟ ୨୦୨ ପ୍ରକାଶ କରିଛି। ଏଥିରେ ଭାରତର ମାନ୍ୟତା ମଧ୍ୟ ଭଲ ନଥିଲା। ମାନବ ବିକାଶ ସୂଚକାଙ୍କ ସମ୍ବନ୍ଧରେ ୧୯୧ ଦେଶଙ୍କୁ ନେଇ ଏହି ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତ ୧୩୨ ତମ ସ୍ଥାନରେ ରହିଥିଲା। ଗତ ୨୦୨୦ ବର୍ଷର ତାଲିକାରେ ଭାରତ ଗୋଟିଏ ସ୍ଥାନ ଉପରେ ଅର୍ଥାତ ୧୩୧ ତମ ସ୍ଥାନରେ ରହିଥିଲା। ୨୦୨୦ ବର୍ଷରେ ପ୍ରକାଶ ପାଇଥିବା ତାଲିକାରେ ୧୮୯ ଦେଶ ସାମିଲ ହୋଇଥିଲେ।  


ମାନବ ସୂଚକାଙ୍କ ତାଲିକାରେ ନେପାଳ ଏବଂ ପାକିସ୍ଥାନ ବ୍ୟତୀତ ଅନ୍ୟ ପଡୋଶୀ ଦେଶଙ୍କ ସ୍ଥାନ ଭାରତ ପଛରେ ରହିଥିଲା। ଏହି ତାଲିକାରେ ଶ୍ରୀଲଙ୍କା ୭୩, ଚୀନ ୭୯, ଭୁଟାନ ୧୨୭, ବାଂଲାଦେଶ ୧୨୯, ନେପାଳ ୧୪୩ ଏବଂ ପାକିସ୍ତାନ ୧୬୧ ତମ ସ୍ଥାନରେ ରହିଛି। 


Also Read: Sugar: ଚିନି ଉତ୍ପାଦନ ବ୍ୟବହାରରେ ବିଶ୍ୱରେ ରେକର୍ଡ ରଚିଲା ଭାରତ


ଚଳିତ ବର୍ଷ ମେ ମାସରେ ବିଶ୍ୱ ପ୍ରେସ ସ୍ୱତନ୍ତ୍ରତା ସୂଚକାଙ୍କ (World Press Freedom Index) ରିପୋର୍ଟ ଆସିଥିଲା ​​ଯେଉଁଥିରେ ଭାରତ ୧୪୨ ତମ ସ୍ଥାନରୁ ଖସି ୧୫୦ ତମ ସ୍ଥାନରେ ପହଞ୍ଚିଥିଲା। ହେଲେ ନେପାଳ ବ୍ୟତୀତ ଭାରତର ଅନ୍ୟ ପଡୋଶୀ ଦେଶର ମାନ ମଧ୍ୟ ହ୍ରାସ ପାଇଛି। ମୋଟ ୧୮୦  ଦେଶଙ୍କୁ ଏହି ତାଲିକାରେ ସ୍ଥାନ ପାଇଥିଲା। ଏହି ତାଲିକାରେ ଶ୍ରୀଲଙ୍କା ୧୪୬, ପାକିସ୍ଥାନ ୧୫୭, ବାଂଲାଦେଶ ୧୬୨, ମିଆଁମାର ୧୭୬, ନେପାଳ 76 ତମ ସ୍ଥାନରେ ରହିଛି। Without Borders ନାମକ ଏକ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି।


ବ୍ରିଟେନ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍ (United Kingdom Economist Intelligence Unit) ଦ୍ୱାରା ପ୍ରକାଶିତ ଗଣତନ୍ତ୍ର ସୂଚକାଙ୍କ (Democracy Index) ୨୦୨୧ ରିପୋର୍ଟରେ ଭାରତ ୪୬ ତମ ସ୍ଥାନରେ ରହିଛି। ସେହିପରି ୨୦୨୦ ବର୍ଷରେ, ୧୬୭ ଦେଶର ଗଣତନ୍ତ୍ର ସୂଚକାଙ୍କ ରିପୋର୍ଟରେ ଭାରତ ୫୩ ତମ ସ୍ଥାନରେ ରହିଥିଲା। ୨୦୧୯ ବର୍ଷ ରିପୋର୍ଟରେ ଭାରତ ୫୧ତମ ସ୍ଥାନରେ ରହିଥିଲା। ଏହି ତାଲିକାରେ ଭାରତ ଏହାର ଅଧିକାଂଶ ପଡୋଶୀ ଦେଶ ତୁଳନାରେ ଅଧିକ ସ୍ଥାନ ପାଇଥିଲା। ଏହି ତାଲିକାରେ ଶ୍ରୀଲଙ୍କା ୬୮, ବାଂଲାଦେଶ ୭୬, ଭୁଟାନ ୮୪ ଏବଂ ପାକିସ୍ତାନ ୧୦୫ ତମ  ସ୍ଥାନରେ ରହିଥିଲେ।