ମୁମ୍ବାଇ ଗୋରେଗାଓଁର 'ପାତ୍ର ଚଲ୍' (ଏକପ୍ରକାର ସୋସାଇଟି ବା ନିମ୍ନ ଆୟବର୍ଗଙ୍କ ଆପାର୍ଟମେଣ୍ଟ) ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ନେଇ ୫ ଏପ୍ରିଲ ୨୦୨୨ରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ଏବଂ ତାଙ୍କ ପାଖଲୋକ ପ୍ରବୀଣ ରାଉତଙ୍କ ସହ ଜଡ଼ିତ ୧୧ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜବତ ହୋଇଛି। 'ପାତ୍ର ଚଲ୍' ଦୁର୍ନୀତିରେ ସଞ୍ଜୟ ରାଉତଙ୍କ ବନ୍ଧୁ ପ୍ରବୀଣ ରାଉତଙ୍କର ରହିଛି ସମ୍ପୃକ୍ତି। ସେ ହେଉଛନ୍ତି 'ଗୁରୁ ଆଶିଷ କନଷ୍ଟ୍ରକସନ କମ୍ପାନୀ'ର ନିର୍ଦ୍ଦେଶକ। ଏହି କମ୍ପାନୀ ପାଖରେ ଗୋରେଗାଓଁର 'ପାତ୍ର ଚଲ୍'ର ପୁନର୍ବିକାଶ କରାଇବା ନେଇ ଥିଲା ଦାୟିତ୍ୱ। ଯିଏ ନିଜ କାମ କରିବା ବଦଳରେ ଭରପୂର ଦୁର୍ନୀତି କରିବାରେ ଲିପ୍ତ ଥିଲେ ଏବଂ ଆର୍ଥିକ ହେରଫେରରେ ଲିପ୍ତ ଥିଲେ। ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ମଧ୍ୟ ଏହି ହେରାଫେରି ଅର୍ଥରେ କିଣା ଯାଇଥିବା ସମ୍ପତ୍ତି ଯୋଗୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାରରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ପାତ୍ର ଚଲ୍ ଜମି ଦୁର୍ନୀତି
ମହାରାଷ୍ଟ୍ର ହାଉସିଂ ଏରିଆ ଡେଭେଲପମେଣ୍ଟ ଅଥରିଟି (MHADA)ର ୪୭ ଏକର ଜମିରେ ରହୁଥିଲେ ୬୭୨ଜଣ ଭଡ଼ାଟିଆ। ସେହି ୬୭୨ ଭଡ଼ାଟିଆଙ୍କ ପୁନର୍ବାସ ପାଇଁ 'ପାତ୍ର ଚଲ୍' ଯୋଜନା ଅନ୍ତର୍ଗତ ବିକାଶ କାର୍ଯ୍ୟ ପ୍ରବୀଣ ରାଉତଙ୍କ କମ୍ପାନୀକୁ ଦିଆ ଯାଇଥିଲା। କଣ୍ଟ୍ରାକ୍ଟରେ ଉଲ୍ଲେଖ ଥିଲା, ସେହି ୪୭ ଏକର ଜମିରେ ଯେଉଁ ବିଲଡିଂ ନିର୍ମାଣ ହେବ, ସେଥିରୁ ୬୭୨ଟି ଫ୍ଲାଟ୍ ଚଲ୍ ର ଭଡ଼ାଟିଆମାନଙ୍କୁ ଦେବାକୁ ହେବ ଏବଂ ୩ ହଜାର ଫ୍ଲାଟ୍ MHADAକୁ ହସ୍ତାନ୍ତର କରିବାକୁ ହେବ। ଏହାପରେ ଯେଉଁ ଜମି ବଳିବ, ତାକୁ ବିକ୍ରି କରିବା ଏବଂ ବିକଶିତ କରିବା ପାଇଁ ମଧ୍ୟ ଅନୁମତି ଜରୁରୀ ହେବ। ଏବେ ଚଲ୍ ବିକାଶର କଣ୍ଟ୍ରାକ୍ଟରେ ସବୁ କିଛି ନିର୍ଦ୍ଧାରିତ ଥିଲା। ତେବେ ଅଡୁଆ ସେତିକି ବେଳେ ହେଲା, ଯେତେବେଳେ କମ୍ପାନୀ ନା ଏ ଜାଗାର ବିକାଶ କଲା, ନା ଭଡ଼ାଟିଆମାନଙ୍କୁ ଘର ଦେଲା ନା MHADAକୁ ଫ୍ଲାଟ୍ ହସ୍ତାନ୍ତର କଲା।


୧୦୦୦ କୋଟି ଟଙ୍କା ହେରଫେର
ମୁମ୍ବାଇ ପୋଲିସ ନିକଟରେ ଦାୟର ହୋଇଥିବା FIR ଆଧାରରେ ରୁଜୁ ହୋଇଥଇବା ଏହି ମାମଲାରେ ED କହିଛି, 'ପିଏମଏଲଏ ଅନୁଯାୟୀ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ଗୁରୁ ଆଶିଷ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବରେ ପ୍ରବୀଣ ରାଉତ ପୁନର୍ବିକାଶ ପରିଯୋଜନାରେ ସକ୍ରିୟ ଭୂମିକା ନିଭାଇଥିଲେ ଏବଂ ହାଉସିଂ ଡେଭେଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ରାକେଶ କୁମାର ୱାଧୱାନଙ୍କ ସହ ମିଶି ୧୦୦୦ କୋଟି ଟଙ୍କାର ଜମି ହେରଫେର କରିବାରେ ସଫଳ ହୋଇଥିଲେ। ଏହି ସମୟରେ ୬୭୨ ଜଣ ଭଡ଼ାଟିଆ ଏବଂ କ୍ରେତାଙ୍କ ହିତକୁ ସମ୍ପୂର୍ଣ୍ଣ ଅଣଦେଖା କରା ଯାଇଥିଲା। ED ବୟାନ ଦେଇଥିଲା ଯେ, ବିଭିନ୍ନ ବିଲଡରଙ୍କଠାରୁ ୧ ହଜାର ୩୪ କୋଟି ଟଙ୍କା ପାଇବା ସହ ଅଭିଯୁକ୍ତ ବ୍ୟାଙ୍କରୁ ମଧ୍ୟ ଋଣ ନେଇଛନ୍ତି।


ଜମି ଦୁର୍ନୀତି ସହ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ କନେକ୍ସନ!
ED ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ, ୨୦୧୦ ମସିହାରେ ପ୍ରବୀଣ ରାଉତ ଇକ୍ୱିଟି ସେଲ୍ ଏବଂ ଜମି କିଣାବିକା ଉହାଡ଼ରେ ନିଜ ବ୍ୟାଙ୍କ ଖାତାରେ ୯୫ କୋଟି ଟଙ୍କା ହାତେଇଥିଲେ। ତେବେ କମ୍ପାନୀ ପ୍ରୋଜେକ୍ଟକୁ ପୂରା କରି ପାରି ନ ଥିଲା ଏବଂ ତାଙ୍କର କିଛି ଆୟ ହୋଇ ନ ଥିଲା। ପ୍ରବୀଣଙ୍କ ଉପରେ ଏଜେନ୍ସୀ ଅଭିଯୋଗ କରିଥିଲା ଯେ, HDIL କମ୍ପାନୀଠାରୁ ପ୍ରବୀଣ ରାଉତଙ୍କ ଖାତାକୁ ୧୦୦ କୋଟି ଟଙ୍କା ଟ୍ରାନ୍ସପର ହୋଇଛି।ଏହାପରେ ସେ ଏହି ଅର୍ଥ ନିଜ ନିକଟ ସମ୍ପର୍କୀୟ ଏବଂ ଖାସ୍ ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ୨୦୧୦ରେ ଅପରାଧରୁ ଆୟ ହୋଇଥିବା ଅର୍ଥ ଆସିଥିଲା ବର୍ଷା ରାଉତଙ୍କ ପାଖକୁ। ଏହାର ପରିମାଣ ଥିଲା ୮୩ ଲକ୍ଷ ଟଙ୍କା, ଯାହାକୁ ପ୍ରବୀଣ ରାଉତଙ୍କ ପତ୍ନୀ ମାଧୁରୀ ରାଉତଙ୍କ ଜରିଆରେ ପଠା ଯାଇଥିଲା। ଏହି ଅର୍ଥ ବଳରେ ବର୍ଷା ରାଉତ ଦାଦରରେ ଏକ ଫ୍ଲାଟ୍ କିଣିଥିଲେ। ଯେତେବେଳେ ତଦନ୍ତ ହେଲା, ଜଣାପଡ଼ିଲା ଯେ ବର୍ଷାଙ୍କ ନିକଟକୁ ମାଧୁରୀଙ୍କ ଆକାଉଣ୍ଟରୁ ୫୫ ଲକ୍ଷ ଟ୍ରାନ୍ସଫର ହୋଇଛି। ଏହାଛଡ଼ା ଆହୁରି ମଧ୍ୟ ଟ୍ରାଞ୍ଜାକ୍ସନ ହୋଇଥିଲା। EDର କହିବା କଥା, ଖିମ୍ ବିଚ୍ ନିକଟରେ ଯେଉଁ ୮ଟି ଫ୍ଲାଟ୍ ଅଛି, ତାହା ମଧ୍ୟ ବର୍ଷା ରାଉତ ଏବଂ ସ୍ୱପ୍ନା ପାଟେକରଙ୍କ ନାମରେ କିଣା ଯାଇଛି। ସ୍ୱପ୍ନା ହେଉଛନ୍ତି ସଞ୍ଜୟ ରାଉତଙ୍କ ପାଖଲୋକ ଭାବରେ ଜଣାଶୁଣା ସୁଜିତ ପାଟେକରଙ୍କ ପତ୍ନୀ।


ଗିରଫ ହେଲେ ସଞ୍ଜୟ ରାଉତଙ୍କ ବନ୍ଧୁ
ଏହି ଜମି ଦୁର୍ନୀତିରେ ଦୀର୍ଘଦିନ ଧରି ସରକାରୀ ଏଜେନ୍ସୀଗୁଡ଼ିକ ତଦନ୍ତ କରୁଛନ୍ତି। ୨ ଫେବ୍ରୁାରୀ ୨୦୨୨ରେ ଏହି ଅଭିଯୋଗରେ ପ୍ରବୀଣ ରାଉତଙ୍କୁ ଗିରଫ କରାଯାଇଥିଲାଯ ଆଉ ଗତକାଲି ଯେଉଁ କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯାଇଛି, ସେଥିରେ ୧୧ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି। ଏଥିରେ ପ୍ରବୀଣ ରାଉତଙ୍କ ପାଲଘର, ସଫଲ ଏବଂ ପଡ଼ଗାରେ ଜମି ଏବଂ ମୁମ୍ବାଇର ଦାଦର ଏବଂ ଅଲୀବାଗର କିହିମ ବିଚ୍ ରେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ପ୍ଲଟ୍ ଜବତ କରାଯାଇଛି। କିହିମ ବିଚ୍ ରେ ଥିବା ପ୍ରପର୍ଟିରେ ବର୍ଷା ରାଉତଙ୍କ ସହ ସ୍ୱପ୍ନା ପାଟେକରଙ୍କ ନାଁ ମଧ୍ୟ ମାଲିକାନା ଲିଷ୍ଟରେ ଅଛି।


ସଞ୍ଜୟ ରାଉତଙ୍କ କ୍ରୋଧ
ରାଉତଙ୍କ ସହ ସମ୍ପର୍କିତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବାରୁ ସେ କାଲି କ୍ରୋଧ ପ୍ରକାଶ କରିଥିଲେ। ସେ କହିଥିଲେ, ''ମୁଁ ଏହାଦ୍ୱାରା ଡରିଯିବା ଲୋକ ନୁହେଁ। ମୋ ସମ୍ପତ୍ତି ଜବତ କରିନିଅ। ମୋତେ ଗୁଳି କରିଦିଅ। ଜେଲ୍ ପଠାଇ ଦିଅ। ସଞ୍ଜୟ ରାଉତ ହେଉଛି ବାଲାସାହେବ ଠାକରେଙ୍କ ଶିଷ୍ୟ। ଜଣେ ସଚ୍ଚା ଶିବସୈନିକ। ସିଏ ଲଢ଼ିବ ଆଉ ସମସ୍ତଙ୍କ ପର୍ଦ୍ଦାଫାସ୍ କରିବ। ମୁଁ ଆଦୌ ଚୁପ୍ ରହିବା ଲୋକ ନୁହେଁ। ସେମାନଙ୍କୁ ଖୁସି ହେବାକୁ ଦିଅ। ଯେତେଇଚ୍ଛା ସେତେ ଖୁସିରେ ଉଛୁଳନ୍ତୁ, କିନ୍ତି ଶେଷରେ ବିଜୟ ମୋର ହିଁ ହେବ।'' ତେବେ ଚୋରି ଉପରେ ଏହିପରି ସିନାଜୋରିକୁ ମହାରାଷ୍ଟ୍ର ସମେତ ପୂରା ଦେଶବାସୀ ଆଦୌ ହଜମ କରିପାରୁ ନାହାନ୍ତି।