Lakshadweep MP Mohammad Faizal: ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ୱୀପ ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଜଧାନୀ କାଭାରାତିସ୍ଥିତ ଏକ ସ୍ଥାନୀୟ ଅଦାଲତ।   ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଲାକ୍ଷାଦ୍ୱୀପ ଆସନରୁ ନିର୍ବାଚିତ ହୋଇଛନ୍ତି ଏନସିପି ସାଂସଦ ମହମ୍ମଦ ଫୈଜଲ। ଗତ ୨୦୦୯ ବର୍ଷର ଏକ ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ଏବେ ଜେଲ ଦଣ୍ଡାଦେଶ ହୋଇଛି।


COMMERCIAL BREAK
SCROLL TO CONTINUE READING

ଏହି ଉଦ୍ୟମ ଘଟଣାରେ ଲାକ୍ଷାଦ୍ୱୀପ (Lakshadweep) ରାଜଧାନୀ କାଭାରାତିସ୍ଥିତ କୋର୍ଟ (Kavaratti Court) ସ୍ଥାନୀୟ ଲୋକସଭା ସାଂସଦ ମହମ୍ମଦ ଫୈଜଲଙ୍କ (Lakshadweep MP Mohammad Faizal) ସମେତ ଅନ୍ୟ ୩ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ହତ୍ୟା ଘଟଣାରେ ଏନସିପି ସାଂସଦଙ୍କୁ ମିଶାଇ ମୋଟ ୨୩ ଜଣ ଅଭିଯୁକ୍ତ ଅଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ସାଂସଦ ମହମ୍ମଦ ଫୈଜଲଙ୍କ ସହ ଅନ୍ୟ ୩ ଜଣଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ। ସମ୍ପର୍କୀୟ ମହମ୍ମଦ ସାଲିହଙ୍କୁ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜଡ଼ିତ ରହିଛନ୍ତି ଏନସିପି ସାଂସଦ ମହମ୍ମଦ ଫୈଜଲ (NCP MP Mohammad Faizal)।  


ଏନେଇ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ଲାକ୍ଷାଦ୍ୱୀପ ସାଂସଦ ମହମ୍ମଦ ଫୈଜଲ ଏକ ଗୋଷ୍ଠୀର ନେତୃତ୍ୱ ନେଇଥିଲେ। ଯେଉଁମାନେ ମହମ୍ମଦ ସାଲିହଙ୍କ ଉପରେ ଆକ୍ରମଣ କରିଥିଲେ। ଏକ ନିର୍ମାଣକୁ ନେଇ ଯୁକ୍ତିତର୍କ ହେବା ପରେ ସାଂସଦଙ୍କ ଗୋଷ୍ଠୀ ମହମ୍ମଦ ସାଲିହଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ମହମ୍ମଦ ସାଲିହଙ୍କୁ ଚିକିତ୍ସା ପାଇଁ କେରଳ ନିଆଯାଇଥିଲା। ଯେଉଁଠାରେ ସେ ମାସ ମାସ ଧରି ଡାକ୍ତରଖାନାରେ ରହିଥିଲେ।


ହତ୍ୟା ମାମଲାରେ କାଭାରାତିସ୍ଥିତ କୋର୍ଟ ଶୁଣାଇଥିବା ଦଣ୍ଡାଦେଶ ବିରୋଧରେ କେରଳ ହାଇକୋର୍ଟ (Kerala High Court) ଠାରେ ଆବେଦନ କରିପାରନ୍ତି ଲାକ୍ଷାଦ୍ୱୀପ ସାଂସଦ। ଯଦି ସାଂସଦ ଉପର ଅଦାଲତରେ 
ଆବେଦନ କରନ୍ତି ନାହିଁ ତାହେଲେ ତାଙ୍କର ସାଂସଦ ପଦ ଚାଲି ଯାଇପାରେ। ଅନ୍ୟପଟେ କାଭାରାତି କୋର୍ଟ ଶୁଣାଇଥିବା ଦଣ୍ଡାଦେଶ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଏନସିପି ସାଂସଦ ମହମ୍ମଦ ଫୈଜଲ।