ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ (72 Republic Day) ରେ ହୋଇଥିବା ଲାଲକିଲ୍ଲା ହିଂସାକୁ ୧୦ ଦିନ ବିତିଲାଣି। କିନ୍ତୁ ହିଂସାର ମାଷ୍ଟର ମାଇଣ୍ଟ କୁହାଯାଉଥିବା ପଞ୍ଜାବୀ ଅଭିନେତା ଏବେ ବି ପୋଲିସ ପଞ୍ଝାରୁ ବହୁତ ଦୂରରେ ଅଛନ୍ତି। ଦୀପ ସିନ୍ଧୁଙ୍କୁ ଘରିବା ପାଇଁ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି। କିନ୍ତୁ ଅଭିଯୁକ୍ତ ଅଭିନେତା ଫିଲ୍ମ ଷ୍ଟାଇଲରେ ପୋଲିସକୁ ଲଗାତାର ଚକମା ଦେଉଛିନ୍ତି। 


COMMERCIAL BREAK
SCROLL TO CONTINUE READING

ଲାଲକିଲ୍ଲା ତାଣ୍ଡବ (Lal Quila Violence) ପରେ ଅଭିଯୁକ୍ତ ଦୀପ ସିଦ୍ଧୁ (Deep Sindhu) ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେହି ଲଜ୍ଜାଜନକ କାଣ୍ଡ ପାଇଁ କୃଷକ ସଂଗଠନ ଗୁଡିକ ଦୀପଙ୍କୁ ଦାୟୀ କରିଥିଲେ। ଏପରି କି BJP ଓ RSSର ଇଙ୍ଗିତରେ ସେ କୃଷକ (Farmers Protest) ଙ୍କୁ ବଦାନାମ କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଥାନାରେ ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ପଞ୍ଜାବ (Punjab) ର ବିଭିନ୍ନ ସ୍ଥାନରେ ରେଡ୍ କରିଛି। କିନ୍ତୁ ଦୀପ ସିଦ୍ଧୁ ତାଙ୍କ ସହ ଟେମ୍ ଏଣ୍ଡ ଜେରୀର ଗେମ୍ ଖେଳୁଛନ୍ତି।


Also Read: ଆଜି ଦେଶବ୍ୟାପୀ ଚକାଜାମ୍, ୩ ଘଣ୍ଟାରେ ବଦଳିବ କି ସରକାରଙ୍କ ଷ୍ଟାଣ୍ଡ୍?


 


ଫେରାର ଦୀପ ସିଦ୍ଧୁ ମୁଣ୍ଡରେ ଲକ୍ଷେ ଟଙ୍କାର ଇନାମ ରଖାଯାଇଛି। ତଥାପି ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ। କିନ୍ତୁ କ୍ରାଇମବ୍ରାଞ୍ଚ (Crime Branch) ତଦନ୍ତ ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ପୋଲିସର କହିବାନୁସାରେ, ଦୀପ ସିଦ୍ଧୁଙ୍କ Facebook ରେ ନିଜେ ନୁହଁନ୍ତି ବରଂ ତାଙ୍କର ଜଣେ ମହିଳା ବନ୍ଧୁ ଭିଡିଓ ଅପଲୋଡ କରୁଛନ୍ତି। ମହିଳା ଜଣକ ବିଦେଶରୁ ତାହାକୁ ଅପରେଟ କରୁଥିବା ସନ୍ଦେହ କରାଯାଉଛି।