Lalit Modi Hospitalised: ଇଣ୍ଡିଆନ ପ୍ରିମିୟର ଲିଗ ର ପୂର୍ବ ଅଧ୍ୟକ୍ଷ ଲଳିତ ମୋଦୀ ଏବେ ହସ୍ପିଟାଲରେ ଭର୍ତ୍ତି। ଲଳିତ ମୋଦୀ ଗୋଟିଏ ସପ୍ତାହରେ ଦୁଇଦୁଇ ଥର କୋଭିଡ ସଂକ୍ରମଣ ପରେ ସେ ଗୁରୁତର ହୋଇପଡ଼ିଛନ୍ତି।ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଲଳିତ ମୋଦୀ ମେକ୍ସିକୋ ସହରରେ ରୁହନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ମେକ୍ସିକୋରୁ ଲଣ୍ଡନ ଅଣାଯାଇଥିବା ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଲଲିତ ମୋଦୀ ଇନଷ୍ଟାଗ୍ରାମରେ(Lalit Modi Instagram) ନିଜର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ବହୁତ ଅସୁସ୍ଥ ଦେଖାଯାଉଛନ୍ତି। ହସ୍ପିଟାଲ ବେଡରୁ ତାଙ୍କ ଫଟୋ ସେୟାର କରି ସେ କହିଛନ୍ତି, ଇନଫ୍ଲୁଏଞ୍ଜା ଏବଂ ନିମୋନିଆ ପରେ ଦୁଇ ସପ୍ତାହରେ ଦୁଇ ଦୁଇ ଥର କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତିନି ସପ୍ତାହ ପାଇଁ କ୍ୱାରେଣ୍ଟିନରେ ରହିବା ପରେ ହିଁ ପୁଣି ଥରେ ତାଙ୍କୁ କୋଭିଡ ହୋଇଛି। ଲଣ୍ଡନରେ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତର ଏବଂ ମୋ ପୁଅ ବହୁତ କିଛି କରିଛନ୍ତି। ଏହି ବିମାନଟି ଅତ୍ୟନ୍ତ ଆରାମ ଦାୟକ ବୋଲି ସେ କହିଛନ୍ତି।



ଲଳିତ ମୋଦୀ (Lalit Modi)  କହିଛନ୍ତି ଯେ, ଦୁର୍ଭାଗ୍ୟ ବଶତଃ ମୋତେ ୨୪ ଘଣ୍ଟା ଏକ୍ସଟରନାଲ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ମୁଁ ଆପଣଙ୍କ ପାଖରେ କୃତଜ୍ଞ । ସମସ୍ତଙ୍କୁ ବହୁତ ବହୁତ ଭଲ ପାଇବା ମଧ୍ୟ। ଏକ ଅଲଗା ଆକାଉଣ୍ଟରେ ନିଜର ଡକ୍ଟର ଓ ତାଙ୍କ ଟିମ ଦ୍ୱାରା କରାଯାଉଥିବା ସବୁ ଚିକିତ୍ସା ବ୍ୟବସ୍ଥାରେ ସେ ଅପଡେଟ ଦେଇଛନ୍ତି। 


ଆଇପିଏଲ ଆରମ୍ଭ କରିଥିବା ଲୋକମାନଙ୍କ ମଧ୍ୟରୁ ଲଲିତ ମୋଦୀ ଅନ୍ୟତମ । ସେ ୨୦୦୫ ରୁ ୨୦୧୦ ପର୍ଯ୍ୟନ୍ତ ବିସିସିଆଇର ଉପାଧ୍ୟକ୍ଷ ଥିଲେ ଲଳିତ ମୋଦୀ। ସେ ଆଇପିଏଲର ସଭାପତି ତଥା କମିଶନର ମଧ୍ୟ ଥିଲେ। ତାଙ୍କ ବିରୋଧରେ ଠକେଇର ଅନେକ ଅଭିଯୋଗ ରହିଛି। ସେ ୨୦୧୦ ମସିହାରୁ ଫେରାର ଅଛନ୍ତି। ମନିଲଣ୍ଡ୍ରିଂ ମାମଲାରେ (Money Laundring)  ସେ ଅନେକ ଥର ଫସିଛନ୍ତି। ଭାରତର ପଳାତକମାନଙ୍କ ମଧ୍ୟରେ ଲଲିତ ମୋଦୀଙ୍କ ନାମ ମଧ୍ୟ ଗଣାଯାଏ।


Also Read: Vladimir Putin: ଆଉ ଋଷିଆର ରାଷ୍ଟ୍ରପତି ରହିବେନି ଭ୍ଲାଦିମିର୍ ପୁଟିନ୍, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ


Also Read: Indian Railway: ରେଳବାଇ ସେବାକୁ ନେଇ ଖୁସି ନୁହଁନ୍ତି କି ଆପଣ? ତାହେଲେ ଆପଣ ଏଠାରେ କରନ୍ତୁ ଅଭିଯୋଗ