Indian Railway: ରେଳବାଇ ସେବାକୁ ନେଇ ଖୁସି ନୁହଁନ୍ତି କି ଆପଣ? ତାହେଲେ ଆପଣ ଏଠାରେ କରନ୍ତୁ ଅଭିଯୋଗ
Advertisement
Article Detail0/zeeodisha/odisha1527481

Indian Railway: ରେଳବାଇ ସେବାକୁ ନେଇ ଖୁସି ନୁହଁନ୍ତି କି ଆପଣ? ତାହେଲେ ଆପଣ ଏଠାରେ କରନ୍ତୁ ଅଭିଯୋଗ

Railway Service Complaint Number: ଯଦି ରେଳବାଇ ପକ୍ଷରୁ ଆପଣଙ୍କୁ ଦିଆଯାଇଥିବା ତକିଆ, କମ୍ବଳ, ଖାଦ୍ୟ କିମ୍ବା ଅନ୍ୟ କୌଣସି ଜିନିଷକୁ ନେଇ ଯଦି ଆପଣ ସନ୍ତୁଷ୍ଟ ନାହାଁନ୍ତି, ତାହେଲେ ଆପଣ ଅଭିଯୋଗ କରିପାରିବେ। ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରିବା ପାଇଁ ଆପଣ ବିଭିନ୍ନ ଉପାୟ ଅବଲମ୍ବନ କରିପାରିବେ।

Indian Railway: ରେଳବାଇ ସେବାକୁ ନେଇ ଖୁସି ନୁହଁନ୍ତି କି ଆପଣ? ତାହେଲେ ଆପଣ ଏଠାରେ କରନ୍ତୁ ଅଭିଯୋଗ

Indian Railway Complaint Number: ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାକୁ ନେଇ ଅନେକ ସମୟରେ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି ଯାତ୍ରୀ। ଏପିରିକି ଏହାକୁ ନେଉ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ସଦ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା କମ୍ବଳ ବ୍ୟବହାର କରି ଅସୁସ୍ଥ ହୋଇପଡ଼ିଛନ୍ତି ଯାତ୍ରୀ। 

ଲକ୍ଷ୍ନୌ ଠାରୁ ବାରାଣାସ ମଧ୍ୟରେ ଚଳାଚଳ କରୁଥିବା ସୁପରଫାଷ୍ଟ ଟ୍ରେନ୍ କୃଷ୍ଣ ଏକ୍ସପ୍ରେସ ଏବେ ଚର୍ଚ୍ଚାରେ ରହିଛି। ସମ୍ପ୍ରତି ଏହି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏପରି କମ୍ବଳ ମିଳିଥିଲା, ଯାହାକୁ ବ୍ୟବହାର କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଏହି କମ୍ବଳ କରିବା କାରଣରୁ ଅନେକ ଯାତ୍ରୀ ବାନ୍ତି କରିବା ଆରମ୍ଭ କରିଥିଲେ। ପରେ ଏହି ଟ୍ରେନ ଜରୁରୀକାଳୀନ ଭିତ୍ତିରେ ବାଦଶାହନଗର ରେଳ ଷ୍ଟେସନ ଠାରେ ଅଟକି ରହିଥିଲା। ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଦୁର୍ଗନ୍ଧଯୁକ୍ତ କମ୍ବଳ ପାଇବା ହେତୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। 

କୃଷ୍ଣକ ଏକ୍ସପ୍ରେସ ଏସି କୋଚ୍ ବି-୫ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦୁର୍ଗନ୍ଧ କମ୍ବଳ ଦିଆଯାଇଥିଲା। ଏହି ଟ୍ରେନ୍ ଲକ୍ଷ୍ନୌ ଷ୍ଟେସନ ଛାଡିବା ମାତ୍ରେ ଯାତ୍ରୀ କହିଥିଲେ ଯେ କମ୍ବଳରୁ ଦୁର୍ଗନ୍ଧ ବାହାରୁଛି। ଏହା ପରେ ରେଳବାଇ କର୍ମଚାରୀ ଯାତ୍ରୀଙ୍କୁ ପ୍ରଦାନ କରାଯାଇଥିବା କମ୍ବଳ ବଦଳାଇ ଦେଇଥିଲେ। ହେଲେ ଯେତେବେଳେ ଟ୍ରେନ୍ ଆଗକୁ ବଢିଲା ସେତେବେଳେ ଯାତ୍ରୀ ବାନ୍ତି କରିବା ଆରମ୍ଭ କରି ଦେଇଥିଲେ। ଏହି କାରଣରୁ ଟ୍ରେନ୍ ଅଧ ଘଣ୍ଟା ପାଇଁ ଅଟକି ଯାଇଥିଲା। 

ଯଦି ରେଳବାଇ ପକ୍ଷରୁ ଆପଣଙ୍କୁ ଦିଆଯାଇଥିବା ତକିଆ, କମ୍ବଳ, ଖାଦ୍ୟ କିମ୍ବା ଅନ୍ୟ କୌଣସି ଜିନିଷକୁ ନେଇ ଯଦି ଆପଣ ସନ୍ତୁଷ୍ଟ ନାହାଁନ୍ତି, ତାହେଲେ ଆପଣ ଅଭିଯୋଗ କରିପାରିବେ। ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରିବା ପାଇଁ ଆପଣ ଟ୍ୱିଟର ବ୍ୟବହାର କରିପାରିବେ। ଏନେଇ ଆପଣ ଭାରତୀୟ ରେଳବାଇ ଅଫିସିଆଲ୍ ହ୍ୟାଣ୍ଡଲ୍ କିମ୍ବା ଆପଣ ଯାତ୍ରା କରୁଥିବା ରେଳମଣ୍ଡଳର ଅଫିସିଆଲ୍ ହ୍ୟାଣ୍ଡଲ୍ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଆପଣ ଆପଣଙ୍କର ଅଭିଯୋଗ ଦାଖଲ କରିପାରିବେ। ସୋସିଆଲ ମିଡିଆ ଦୁନିଆରେ ଭାରତୀୟ ରେଳବାଇ ବହୁତ ସକ୍ରିୟ। ଆପଣଙ୍କୁ ତତକ୍ଷଣାତ୍ ରେଲବାଇ ପକ୍ଷରୁ ଜବାବ ମିଳିଯିବ। 

ଅନ୍ୟ ଏକ ଉପାୟ ହେଉଛି ଆପଣ ଏସଏମଏସ ମାଧ୍ୟମରେ ଆପଣଙ୍କର ଅଭିଯୋଗ ପଞ୍ଜୀକରଣ କରିପାରିବେ। ଆପଣ ୯୭୧୭୬୩୦୯୮୨ ନମ୍ବରକୁ ଏସଏମଏସ ମାଧ୍ୟମରେ ପରାମର୍ଶ ଏବଂ ଅଭିଯୋଗ ପଠାଇ ପାରିବେ। ଆପଣ R-MITRA ଆପ୍ ମଧ୍ୟ ଡାଉନଲୋଡ୍ କରିପାରିବେ। ଯଦି ଆପଣ ରେଳଯାତ୍ରା କରିବା ବେଳେ ଆପଣଙ୍କୁ ରେଳବାଇ ପକ୍ଷରୁ ପ୍ରଦାନ କରାଯାଇଥିବା ସୁବିଧା କମ୍ବଳ କିମ୍ବା ଖାଦ୍ୟକୁ ନେଇ ଅସନ୍ତୁଷ୍ଟ ରହିଥାନ୍ତି, ତାହେଲେ ଆପଣ ୧୩୮ ନମ୍ବର ଡାଏଲ୍ କରିପାରିବେ। ଆପଣଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ।

ଭାରତୀୟ ରେଳବାଇର ସୁରକ୍ଷା ସହ ଜଡ଼ିତ ହେଲ୍ପଲାଇନ ନମ୍ବର ସଂଖ୍ୟା ହେଉଛି ୧୮୦୦-୧୧୧-୩୨୨ ଏବଂ ୧୮୨। ଏହି ନମ୍ବର ମାଧ୍ୟମରେ ଆପଣ କୌଣସି ଅଭିଯୋଗ ଦାଖଳ କରିପାରିବେ। ଖାଦ୍ୟ କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ ଯଦି ଆପଣଙ୍କର କୌଣସି ଅଭିଯୋଗ ରହିଛି, ତାହେଲେ ଆପଣ ତୁରନ୍ତ ୧୮୦୦-୧୧୧-୧୩୯ ଏବଂ ୧୮୦୦-୧୧୧-୩୨୧ ନମ୍ବରକୁ କଲ କରିପାରିବେ। ଏହି ସେବା ୨୪ ଘଣ୍ଟା ପାଇଁ ଉପଲବ୍ଧ ରହିଥାଏ।