ନୂଆଦିଲ୍ଲୀ: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡସ୍ଥିତ ଗଙ୍ଗୋଲି ହାଟ ଠାରେ ଏକ ବିଶାଳକାୟ ଗୁମ୍ଫା ମିଳିଛି। ଏହି ୮ ମହଲା ବିଶିଷ୍ଟ ଏବଂ ଏଥିରେ ଅନେକ ପୌରାଣିକ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଏହି ଗୁମ୍ଫା ଭିତରେ ଶିବଲିଙ୍ଗ ମଧ୍ୟ ଦେଖିବାକୁ ମିଳିଛି ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଶିବଲିଙ୍ଗ ଉପରେ ଥିବା ପଥରରୁ ପାଣି ମଧ୍ୟ ପଡୁଛି। ଗୁମ୍ଫାର ବିସ୍ତୃତତା ସହିତ ଶିବଲିଙ୍ଗ ଉପରେ ପଡୁଥିବା ଜଳ ଏହି ସ୍ଥାନକୁ ଚର୍ଚ୍ଚାର ପରିସରକୁ ଆଣିଛି। ପ୍ରସିଦ୍ଧ ପାତାଳ ଭୁବନେଶ୍ୱର ଗୁମ୍ଫା ଠାରୁ ଏହି ଗୁମ୍ଫା ବଡ଼ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଶୈଲ୍ ପର୍ବତ ଅଞ୍ଚଳର ଗୁମ୍ଫା ଉପତ୍ୟକା ଗାଙ୍ଗୋଲିହାଟ ଠାରେ ଅବସ୍ଥିତ ପ୍ରସିଦ୍ଧ ସିଦ୍ଧପୀଠ ହାଟକଲିକା ମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଏହି ଗୁମ୍ଫାକୁ ୪ ଜଣ ଯୁବକ ଆବିଷ୍କାର କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେତେବେଳେ ଗାଙ୍ଗୋଲିହାଟ ଅଞ୍ଚଳର ଗଙ୍ଗାୱଲୀ ୱାଣ୍ଡର୍ସ ଗ୍ରୁପ୍‌ (Gangavali Wonders Group) ନାମକ ଏକ ସଙ୍ଗଠନର ସୁରେନ୍ଦ୍ର ସିଂହ ବିଷ୍ଟ, ଋଷଭ ରାୱଲ, ଭୂପେଶ ପନ୍ତ ଏବଂ ପପ୍ପୁ ରାୱଲ ଏହି ଗୁମ୍ଫା ଠାରେ ପହଞ୍ଚିଥିଲେ। ସେତେବେଳେ ସେମାନେ ଏହାର ବିଶାଳ ଆକାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ପ୍ରାୟ ୨୦୦ ମିଟର ଗୁମ୍ଫା ଭିତରକୁ ଯାଇଥିଲେ। ସେଠାରେ ସେହି ଗୁମ୍ଫାରେ ପ୍ରାକୃତିକ ଭାବେ ନିର୍ମିତ ସିଡି ଦେଇ ୮ ମହଲା ତଳ ପର୍ଯ୍ୟନ୍ତ ଯାଇଥିଲେ। ଗୁମ୍ଫାରେ ନବମ ମହଲା ମଧ୍ୟ ଥିଲା ହେଲେ ସେମାନେ ସେଠାରେ ପହଞ୍ଚି ପାରିନଥିଲେ। 


Also Read: ଫସଲ ବଦଳରେ ଚାଷ ଜମିରୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା; ନେବାକୁ ମାଡି଼ ଆସିଲେ ଲୋକେ


ଗଙ୍ଗାୱଲୀ ୱାଣ୍ଡର୍ସ ଗ୍ରୁପ୍‌ ପକ୍ଷରୁ ଠାବ କରାଯାଇଥିବା ଗୁମ୍ଫାର ନାମ ମହାକାଳେଶ୍ୱର (Mahakaleshwar)) ରଖାଯାଇଛି। ଏହି ଅଞ୍ଚଳରେ ଥିବା ଅନ୍ୟ ଗୁମ୍ଫା ପରି ଏଠାରେ ପଥର ଉପରେ ଅନେକ ପୌରାଣିକ ଚିତ୍ର ଅଙ୍କିତ ହୋଇଥିବାର ଦେଖାଯାଇଛି। ଏଠାରେ ଶେଷନାଗ ସମେତ ଅନେକ ଦେବାଦେବୀଙ୍କ ଚିତ୍ର ମଧ୍ୟ ଏଠାରେ ଉଭା ହୋଇଛି। ହେଲ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗୁମ୍ଫା ଭିତରେ ନିର୍ମିତ ଶିବଲିଙ୍ଗ ଆକୃତିର ପଥରରୁ ପାଣି ପଡୁଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏତେ ଲମ୍ବା ଗୁମ୍ଫା ରହିବା ପରେ ମଧ୍ୟ ଏଠାରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ରହିଛି। ଏହା ୧୫୦ ମିଟର ଗଭୀର ପାତାଳ ଭୁବନେଶ୍ୱର ଗୁମ୍ଫା ଠାରୁ ବଡ। ଭବିଷ୍ୟତରେ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ।