ନୂଆଦିଲ୍ଲୀ: Lata Mangeshkar Passes Away: ନିଜର ସୁମଧୁର ସ୍ୱର ମାଧ୍ୟମରେ କୋଟି କୋଟି ଲୋକଙ୍କୁ ବାନ୍ଧି ରଖିଥିବା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର (Lata Mangeshkar) ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ସେ ବଲିଉଡ ଚଳଚ୍ଚିତ୍ରରେ ଏପରି ଅନେକ ଗୀତ ଗାଇଛନ୍ତି ଯାହା ଏବେବି ଲୋକଙ୍କ ଓଠରେ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଲତା ମଙ୍ଗେସକରଙ୍କ ସେହି କାହାଣୀ କହିବୁ, ଯାହା ବିଷୟରେ ଆପଣ ଜାଣି ନଥିବେ । ଏହି କାହାଣୀ ଏକ ଷଡଯନ୍ତ୍ର ବିଷୟରେ ଯେଉଁଥିରେ ଲତା ଦିଦିଙ୍କୁ ହତ୍ୟା କରିବା ପାଇଁ ବିଷ ଦିଆଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଲତା ଦିଦି (Lata Mangeshkar) ଙ୍କ ଏହି ହତ୍ୟା ପାଇଁ ଷଡ଼ଯନ୍ତ୍ର ବିଷୟରେ ତାଙ୍କ ଘନିଷ୍ଠ ବନ୍ଧୁ ପଦ୍ମ ସଚ୍ଚଦେବ (Padma Sachdeva) ଙ୍କ ପୁସ୍ତକ 'ଐସା କାହାଂ ସେ ଲାଉଂ'ରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି ଯେ ୩୩ ବର୍ଷ ବୟସରେ ଗାୟକଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।


ଏହି ଘଟଣା ୧୯୬୩ ମସିହାରେ ଘଟିଥିଲା । ଲତା ମଙ୍ଗେସକର ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଡାକ୍ତରମାନଙ୍କୁ ଡକାଯାଇଥିଲା ଓ ଡାକ୍ତରୀ ପରୀକ୍ଷାରେ ଏହା ଜଣାପଡିଥିଲା ​​ଯେ ତାଙ୍କୁ ଧୀରେ ଧୀରେ ମାରୁଥିବା ବିଷ (Slow Poison) ଦିଆଯାଇଥିଲା । ଏହି ଘଟଣା ଗାୟକଙ୍କୁ ଶାରୀରିକ ସ୍ତରରେ ଦୁର୍ବଳ କରିଦେଇଥିଲା ଓ ସେ ପ୍ରାୟ ତିନିମାସ ଶଯ୍ୟାଶାୟୀ ଥିଲେ ।


ଏହା ବି ପଢ଼ନ୍ତୁ:-ତ୍ରିପୁରାରେ ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ୨ ବିଧାୟକ


ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ


ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ


ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍


 


ଏହି ଘଟଣାର ପରେ ତୁରନ୍ତ ତାଙ୍କ ରୋଷେଆ ମଜୁରୀ ନ ନେଇ ଘରୁ ଅଦୃଶ୍ୟ ହୋଇଯାଇଥିଲେ । ଏହା ପରେ ବଲିଉଡର ସ୍ୱର୍ଗତ ଗୀତିକାର ମଜରୁହ ସୁଲତାନପୁରୀ ନିୟମିତ ଭାବରେ ଦିଦିଙ୍କ ପାଖକୁ ଯାଉଥିଲେ, ପ୍ରଥମେ ତାଙ୍କ ଖାଦ୍ୟର ସ୍ବାଦ ଚାଖିଥିଲେ ଓ ତା’ପରେ ତାଙ୍କୁ ଖାଇବାକୁ ଅନୁମତି ଦେଉଥିଲେ ।


ଲତା ମଙ୍ଗେସକର ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଓ ୩୬ଟି ଆଞ୍ଚଳିକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ମୋଟ ଉପରେ ସେ ୫୦୦୦ରୁ ଅଧିକ ଗୀତରେ ସ୍ୱର ଦେଇଛନ୍ତି । ଏତେ ବର୍ଷ ମଧ୍ୟରେ ଲତା ଦିଦି ମଧୁବାଲା ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ସ୍ୱର ଦେଇଛନ୍ତି ।