Jayalalithaa Death Case: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଏହି ଘଟଣାରେ ଜଡ଼ିତ ଏକ ଅଡ଼ିଓ କ୍ଲିପ୍  ଲିକ ହୋଇଛି। ତାମିଲନାଡୁ ବିଧାନସଭା ଅରୁମୁଗସ୍ୱାମୀ ଆୟୋଗ ରିପୋର୍ଟ ଉପସ୍ଥାପିତ ହେବା ପରେ ଏହି ଅଡି଼ଓ ଭାଇରାଲ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବାକୁ ଜଷ୍ଟିସ ଅରୁମୁଗସ୍ୱାମୀଙ୍କ ନେତୃତ୍ୱରେ ଏକ କମିଶନ ଗଠିତ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଗତ ୨୦୧୬  ଡିସେମ୍ବର ୪ ତାରିଖରେ ରାଜଧାନୀ ଚେନ୍ନାଇସ୍ଥିତ (Chnnnai) ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ (Former Tamil Nadu Chief Minister)। ତାଙ୍କ ମୃତ୍ୟ ସହ ଜଡିତ ଅନେକ ରହସ୍ୟର ବର୍ତ୍ତମାନ ପର୍ଦ୍ଦାଫାଶ କରା ଯାଇପାରି ନାହିଁ। ବର୍ତ୍ତମାନ ଏହି ଘଟଣାରେ ଜଡ଼ିତ ଏକ ଅଡ଼ିଓ ଟେପ୍ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୟଲଳିତାଙ୍କ (Jayalalithaa) ଘନିଷ୍ଠ ସହଯୋଗୀ ଶଶୀକଳା (Sasikala), ତାଙ୍କ ସମ୍ପର୍କୀୟ ଡାକ୍ତର ଅସିଭା କୁମାର (Dr Asiva Kumar), ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି.ବିଜୟଭାସ୍କର (C.Vijayabhaskar) ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ (Radhakrishnan) ଜଡିତ ଅଛନ୍ତି। ଏକ ଅନୁମାନକୁ ଆଧାର କରି ଜୟଲଳିତାଙ୍କ ମୃତ୍ୟୁକୁ ନେଇ ରାଜନୀତିକରଣ କରାଯାଉଥିବା ଶଶୀକଳା ନିଜ ପ୍ରତିକ୍ରିୟାରେ କହୁଛନ୍ତି। 


ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜୟଲଳିତାଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ଯେଉଁଥିରେ ଜୟଲଳିତା କ୍ରୋଧିତ ହେବା ସହ କ୍ରମାଗତ ଭାବେ କାଶିବା ଏବଂ ଅଭିଯୋଗ କରୁଥିବା ଶୁଣିବାକୁ ମିଳିଥିଲା। ଯାହାକୁ ସେଠାରେ ଜଣେ କର୍ମଚାରୀ ଏହାକୁ ରେକର୍ଡିଂ କରିବାକୁ ଚେଷ୍ଟା କରୁଥିଲେ।


ସେହିପରି ୨୦୧୭ ସେପ୍ଟମ୍ବରରେ ଡାକ୍ତର ରିଚାର୍ଡ ବିଲଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯାହା ଚେନ୍ନାଇ ଠାରେ ତାଙ୍କର ସାମ୍ବାଦିକ ସମ୍ମିଳନୀ ପରେ ଭାଇରାଲ ହୋଇଥିଲା। ଯେଉଁଥିରେ ରିଚାର୍ଡ ବିଲଙ୍କୁ ଏହା କହୁଥିବାର ଶୁଣିବାକୁ ମିଳେ ଯେ ଆରମ୍ଭରେ ଏହା ଏକ କଠିନ ପରିସ୍ଥିତି ଥିଲା। ଜୟଲଳିତାଙ୍କ ବିଦେଶ ଯିବା ଆବଶ୍ୟକ କି ବୋଲି ପ୍ରଶ୍ନ କରୁଛନ୍ତି ଶଶୀକଳା। ଡାକ୍ତର କହିଛନ୍ତି ଯେ ସେ ନିଶ୍ଚୟ ଯିବେ ଏବଂ ସେମାନେ ଏଥିପାଇଁ ରାଜି ମଧ୍ୟ ହୋଇଥିଲେ। ହେଲେ ପରେ ନିଜେ ଜୟଲଳିତା ନିଜର ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହୁଁନଥିଲେ।


ଅରୁମୁଗସ୍ୱାମୀ ଆୟୋଗ ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ସମୟ ଏକ ଘଣ୍ଟା ବିଳମ୍ବ ହେବା ପ୍ରଶ୍ନ ଘେରରେ ରହିଛି। ଶଶୀକଳା ତାଙ୍କର ଚିକିତ୍ସାରେ ହସ୍ତକ୍ଷେପ କରୁଥିବା ନେଇ ପ୍ରଶ୍ନ ଉଠିଛି। ଜୟଲଳିତାଙ୍କ ମୃତ୍ୟୁକୁ ୬ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ତାଙ୍କ ମୃତ୍ୟୁ ସହ ଜଡିତ ଅନେକ ରହସ୍ୟର ପର୍ଦ୍ଦାଫାଶ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ।