ଜେରୁସେଲମ: ଅଲ ଅକ୍ସା ମସଜିଦ ପରେ ଲେବାନନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇସ୍ରାଏଲ ସୁରକ୍ଷା ବଳ। ଦେଶର ଉତ୍ତର ଭାଗରେ ହୋଇଥିବା ରକେଟ ଆକ୍ରମଣ ପରେ ପଡୋଶୀ ଲେବାନନ୍ ଆଡକୁ ତୋପମାଡ଼ କରିଛି ଇସ୍ରାଏଲ। ସୋମବାର ଏହି ଖବର ପ୍ରଦାନ କରିଛି ଇସ୍ରାଏଲ ସୁରକ୍ଷା ବଳ।   


COMMERCIAL BREAK
SCROLL TO CONTINUE READING

ଏନେଇ ଇସ୍ରାଏଲ ସୁରକ୍ଷା ବଳ (Israel Defense Force) ଆଇଡିଏଫ (IDF) ପକ୍ଷରୁ କୁହାଯାଇଛି ଗତ ରାତିରେ ଲେବାନନ (Lebanon) ସୀମାରୁ ଦେଶର ଉତ୍ତର ଭାଗକୁ ( Northern Israel) ଟାର୍ଗେଟ କରି ଏକ ରକେଟ ଆକ୍ରମଣ କରାଯାଇଥିଲା। ଯାହାର ଜବାବ ଦେବାକୁ ଯାଇ ତୋପମାଡ଼ କରାଯାଇଥିବା  ଆଇଡିଏଫ କହିଛି। 


ଦେଶର ଉତ୍ତର ଭାଗରେ ବସବାସ କରୁଥିବା କିବୁଜ ସମ୍ପ୍ରଦାୟ ନିୟନ୍ତ୍ରିତ କ୍ଷେତ୍ରର କ୍ଷେତ୍ରରେ ଏହି ଆକ୍ରମଣ ହୋଇଛି। ମାତ୍ର ଏହା ଦ୍ୱାରା  କୌଣସି କ୍ଷୟକ୍ଷତି ହୋଇନଥିଲା। ପଡୋଶୀ ଲେବାନାନ ମାଟିରୁ କରାଯାଇଥିବା ରକେଟ ଆକ୍ରମଣ ବାବଦରେ ଖବର ପାଇବା ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆଇଡିଏଫ୍। 


ଏହି ଆକ୍ରମଣ ପାଇଁ କୌଣସି  କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ମାତ୍ର ଲେବାନନ ମାଟିରେ ଇସ୍ରାଏଲ ବିରୋଧି ଆତଙ୍କବାଦୀ ସଙ୍ଗଠନ ହିଜିବୁଲ୍ଲା (Hezbollah) ଗୋଷ୍ଠୀର ମଜବୁତ ଉପସ୍ଥିତି ରହିଛି। ରକେଟ ଆକ୍ରମଣ ପ୍ରସଙ୍ଗରେ Reshet Bet Radio ନାମକ ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଆଇଡିଏଫ ମୁଖପାତ୍ର ରାନ୍ କୋଚାଭ୍ କହିଛନ୍ତି  ଏହି ଆକ୍ରମଣରେ ପାଲେଷ୍ଟାଇନ ଗୋଷ୍ଠୀ ଜଡ଼ିତ ରହିଥାଇ ପାରନ୍ତି।


Also Read: Israel Palestine Conflict: Hamas ରକେଟ ମାଡ଼ର ଉପଯୁକ୍ତ ଜବାବ ଦେଲା IDF


ଗତ ସପ୍ତାହରେ ପାଲେଷ୍ଚାଇନ ମାଟିରେ ସକ୍ରିୟ ରହିଥିବା  ହମାସ  ଆତଙ୍କୀ ସଙ୍ଗଠନ ପକ୍ଷରୁ  କରାଯାଇଥିବା ରକେଟ ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲା ଆଇଡିଏଫ। ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜଣେ  ଇସ୍ରାଏଲ ସୈନ୍ୟ ପ୍ରବକ୍ତା କହିଛନ୍ତି ଗାଜା ପଟ୍ଟୀ ଠାରୁ  ଇସ୍ରାଏଲ କ୍ଷେତ୍ର ଉପରେ  ଏକ ରକେଟ  ମାଡ଼ କରାଯାଇଥିଲା।  ଯାହାର ଜବାବ ଆଇରନ ଡୋମ୍ ଏୟାର ଡିଫନ୍ସ ସିଷ୍ଟମ (Iron Dome Air Defence System)  ଦ୍ୱାରା ଦିଆଯାଇଥିଲା।   


ଯେତେବେଳେ  ଇସ୍ରାଏଲ (Israel) କ୍ଷେତ୍ର ଉପରେ  ରକେଟ  ମାଡ଼ କରାଯାଇଥିଲା  ସେତେବେଳେ ଦେଶର ସୀମାନ୍ତ ଅଞ୍ଚଳରେ  ଆଲର୍ଟ ସାଇରନ (Alert Siren) ବାଜିବାରେ  ଲାଗିଥିଲା।  ବିଗତ  ୭  ମାସ  ମଧ୍ୟରେ ପ୍ରଥମ ଥର ଲାଗି ଗାଜା ପଟ୍ଟୀରୁ ରକେଟ ଆକ୍ରମଣ ହୋଇଛି। ଇସ୍ରାଏଲ ଉପରେ ଏପରି ଏକ ସମୟରେ ରକେଟ ଆକ୍ରମଣ ହୋଇଛି ଯେତେବେଳେ  ଅଲ୍ ଅକ୍ସା ମସଜିଦ କାରଣରୁ  ପାଲେଷ୍ଟାଇନ  ଅଧିବାସୀ  ଏବଂ ଇସ୍ରାଏଲ  ବର୍ଡର ପୋଲିସ  ମଧ୍ୟରେ  ହିଂସାତ୍ମକ ସଂଘର୍ଷ ହୋଇଛି।  


ରମଜାନ ଅବସରରେ ପୂର୍ବ ଜେରୁସେଲମସ୍ଥିତ ଅଲ୍ ଅକ୍ସା ମସଜିଦ ପରିସରରେ  ଇସ୍ରାଏଲ  ବର୍ଡର ପୋଲିସ  ଚଢାଉ କରିଥିଲା।  ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା  ସେତେବେଳେ ସେଠାରେ ଉପସ୍ଥିତ ଥିବା ପାଲେଷ୍ଟାଇନ ଅଧିବାସୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହି ଘଟଣାରେ  ଇସ୍ରାଏଲ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା  କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୨୦୦ ପାଲେଷ୍ଟିନୀୟ ଆହତ ହୋଇଛନ୍ତି।   


Also Read: Rocket Attack: Israel ସେନାର ତୋପ ମାଡରେ ଥରହର Lebanon


 


ବହୁଚର୍ଚ୍ଚିତ ଅଲ ଅକ୍ସା ମସଜିଦ୍ ଇହୁଦୀ, ଖ୍ରୀଷ୍ଟିଆନ, ମୁସଲିମ ଧର୍ମ ଲାଗି ଏକ ପବିତ୍ର ସ୍ଥାନ।  ଏଥର ଇହୁଦୀ ଏବଂ ମୁସଲମାନଙ୍କ  ପର୍ବ ଏକାଠି  ପାଳିତ ହେଉଛି। ଯେଉଁ କାରଣରୁ ଏଠାରେ ପୂଜାପାଠ କରିବାକୁ  ନେଇ ଉଭୟ ପକ୍ଷ ବିବାଦ ଦେଖାଯାଇଛି। ଯେତେବେଳେ ଇସ୍ରାଏଲ୍ ପୋଲିସ୍ ବାହିନୀ ପାଲେଷ୍ଟାଇନ ମୁସଲମାନଙ୍କୁ ଅଲ ଅକ୍ସା ମସଜିଦ ପରିସରରୁ ବାହାର କରିବାକୁ ଚେଷ୍ଟା କଲା ସେତେବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବିବାଦ ପରେ ହିଂସାତ୍ମକ  ସଂଘର୍ଷର ରୂପ ନେଇଥିଲା।