Rocket Attack: Israel ସେନାର ତୋପ ମାଡରେ ଥରହର Lebanon
Advertisement
Article Detail0/zeeodisha/odisha957752

Rocket Attack: Israel ସେନାର ତୋପ ମାଡରେ ଥରହର Lebanon

ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ଥରହର ହୋଇଉଠିଛି ଲେବାନନ୍। 

Rocket Attack: Israel ସେନାର ତୋପ ମାଡରେ ଥରହର Lebanon

ତେଲ ଆଭିଭ: ପ୍ରାୟ ୨ ମାସ ଧରି ନୀରବ ହୋଇବସିବା ପରେ ପୁଣି ଥରେ ରୌଦ୍ର ରୂପ ଦେଖାଇଛି ଇସ୍ରାଏଲ ସେନା। ପଡୋଶୀ ଲେବାଲନ ସୀମାରୁ ହୋଇଥିବା ରକେଟ ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ପଡୋଶୀ ଦେଶ ଉଦ୍ଦେଶ୍ୟରେ ଚେତାବନୀ ଦେଇ ଇସ୍ରାଏଲ ସେନା ପକ୍ଷରୁ ଆଗକୁ ଏପରି ଆକ୍ରମଣ କରାଗଲେ ଏହା ଠାରୁ ଅଧିକ ଭୟାନକ ଜବାବ ଦିଆଯିବ।  

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉତ୍ତର ଇସ୍ରାଏଲ ଅଞ୍ଚଳରେ ବୁଧବାର ଦ୍ୱିପ୍ରହର ସମୟରେ ଲେବାନନ ପଟୁ ୩ଟି ରକେଟ ଆକ୍ରମଣ କରାଯାଇଥିଲା। ଏହି ରକେଟ ମଧ୍ୟରୁ ଗୋଟିଏ ଉଭୟ ଦେଶ ସୀମା ନିକଟରେ ନିଷ୍କ୍ରିୟ ହୋଇଯାଇଥିବା ବେଳେ ଅନ୍ୟ ଦୁଇଟି ଇସ୍ରାଏଲର ଖାଲି ଅଞ୍ଚଳରେ ମାଡ଼ ହୋଇଥିଲା। 

Also Read: IDF-Hamas War: ସମର୍ଥନରେ ବାହାରିଲା USA, ବିରୋଧିରେ ଆସିଲା Turkey

ଲେବାନନ ପଟୁ ରକେଟ ମାଡ଼ କରାଯାଇଥିବା ନେଇ ଖବର ପାଇବା ପରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଜବାବ ଦେବାକୁ ଯାଇ ଆର୍ଟଲାରୀ ଫାୟରିଂ କରିଥିଲା ଇସ୍ରାଏଲ ସେନା। ଏହି ଘଟଣାକୁ ନେଇ ତାତି ଉଠିଥିବା ଇସ୍ରାଏଲ ଉଭୟ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟୋଜିତ ଜାତିଂସଂଘ ଶାନ୍ତିରକ୍ଷା ବାହିନୀ ମାଧ୍ୟମରେ ଲେବାନନ ଉଦ୍ଦେଶ୍ୟରେ  ଚେତାବନୀ ଦେଇ କହିଛି ଯଦି ଶାନ୍ତି ରକ୍ଷା କରାନଯାଏ ତାହେଲେ ଏହାର ଭୟାନକ ପରିଣାମ ସାମ୍ନା କରିବାକୁ ହେବ।            

ଇସ୍ରାଏଲ-ଲେବାନନ ସୀମାରେ ଅବସ୍ଥିତ ମେଟୁଲା ଅଞ୍ଚଳରେ ଏହି ରକେଟ ଆକ୍ରମଣ ହୋଇଛି। ବିଗତ କିଛି ମାସ ଧରି ଏଠାରେ ଏଭଳି ଘଟଣା ଘଟିବା ଜାରି ରହିଛି। କୁହାଯାଇଛି ଏହି ରକେଟ ଆକ୍ରମଣ ପଛରେ ଲେବାନନ ମାଟିରେ ଉପସ୍ଥିତି ଜମାଇଥିବା ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଭୂମିକା ରହିଛି।        

Also Read: 'ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ହମାସ, ଇଦ ପୂର୍ବରୁ ସମସ୍ତଙ୍କୁ ଶାନ୍ତ କରିଦିଆଯିବ'

ଲେବାନନର ଦକ୍ଷିଣ ଭାଗ ହିଜିବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ନିୟନ୍ତ୍ରଣରେ ରହିଛି। ଗତ ୨୦୦୬ ପର୍ଯ୍ୟନ୍ତ ଏହି ଆତଙ୍କୀ ଗୋଷ୍ଠୀ ପକ୍ଷରୁ କରାଯାଉଥିବା ସମସ୍ତ ଆକ୍ରମଣର ଜବରଦସ୍ତ ଜବାବ ଦେଇଆସୁଥିଲା ଇସ୍ରାଏଲ ସେନା। ସେହି ବର୍ଷ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେବା ପରେ ସେବେଠାରୁ ଏ ପର୍ଯ୍ୟନ୍ତ କୌଣସି ଆକ୍ରମଣ ହୋଇନାହିଁ। ବର୍ତ୍ତମାନ ସେଠାରେ ଶାନ୍ତି ସ୍ଥାପନା ହୋଇସାରିଛି। 

ବୁଧବାର ଇସ୍ରାଏଲ ଉପରେ ହୋଇଥିବା ରକେଟ ଆକ୍ରମଣ ଦକ୍ଷିଣ ଲେବାନନରୁ ହୋଇଛି। ଯେଉଁ ଅଞ୍ଚଳ ଏବେ ହିଜିବୁଲ୍ଲା ଦ୍ୱାରା ଶାସିତ ହେଉଛି। ଯଦିଓ ଏହି ଆକ୍ରମଣ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା କୁହାଯାଉଛି ହେଲେ ହିଜିବୁଲ୍ଲା ଗୋଷ୍ଠୀର ବିନା ସହଯୋଗରେ ଏପରି ଆକ୍ରମଣ ହୋଇପାରିବ ନାହିଁ। 

Also Read: Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଲେବାନନ ମାଟିରେ ଆସ୍ଥାନ ଜମାଇଥିବା ପାଲେଷ୍ଟାଇନ ଆତଙ୍କୀ ସମୟ ସମୟରେ ଇସ୍ରାଏଲ ଉପରେ ହମଲା କରିବା ଜାରି ରଖିଛନ୍ତି। ଗତ ବର୍ଷ ଜୁଲାଇ ମାସରେ ସେମାନଙ୍କ ପକ୍ଷରୁ କରାଯାଇଥିବା ରକେଟ ଆକ୍ରମଣରେ ଇସ୍ରାଏଲର କୌଣସି କ୍ଷୟକ୍ଷତି ହୋଇନଥିଲା। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଜବାବ ଦେବା ପରେ ସେନାବାହିନୀ ତୋପକୁ ଲେବାନନ ଆଡକୁ କରିଦେଇଥିଲା ଇସ୍ରାଏଲ।