ନୂଆଦିଲ୍ଲୀ: LIC Alert: ଭାରତର ବହୁ ସଂଖ୍ୟକ ଲୋକ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (Life Insurance Corporation of India-LIC) ର ବିଭିନ୍ନ ଯୋଜନାରେ ନିବେଶ କରନ୍ତି । ବର୍ତ୍ତମାନର ସମୟରେ ଯେଉଁ ଗତିରେ ଲୋକମାନଙ୍କ ନିବେଶ ଓ ଅନ୍ୟାନ୍ୟ ଜିନିଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି, ସେହିପରି ଏହାର ସମାନ୍ତରାଳ ଭାବେ ସାଇବର ଠକେଇ ଓ ଜାଲିଆତି ଜଗତ ମଧ୍ୟ ବହୁତ ବୃଦ୍ଧି ପାଇଛି । ଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ LIC ର 'ଲୋଗୋ' ଲୋକଙ୍କୁ ଶିକାର କରିବା ପାଇଁ ବ୍ୟବହୃତ ହୋଇଛି । 


COMMERCIAL BREAK
SCROLL TO CONTINUE READING

LIC ନିଜର ସମସ୍ତ ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । LIC ଗ୍ରାହକଙ୍କୁ ସତର୍କ କରି କହିଛି ଯେ, ସେମାନେ ଏପରି ସଂସ୍ଥା ଠାରୁ ସତର୍କ ରୁହନ୍ତୁ, ଯେଉଁମାନେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ତା'ର 'ଲୋଗୋ' ବ୍ୟବହାର କରି ଗ୍ରାହକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା LIC ର ଏହି ଆଲର୍ଟ ବିଷୟରେ...


LIC ଅନୁଯାୟୀ, ଠକ ଓ ଅସାଧୁ ଏଜେଣ୍ଟମାନେ LIC ପରି ୱେବସାଇଟ୍ ଓ ଆପ୍ ତିଆରି କରି ଗ୍ରାହକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ଗ୍ରାହକଙ୍କୁ ବୀମା ପରି ସେବା ଯୋଗାଇଦେବା ନାମରେ ସେମାନେ ଠକିବା ପାଇଁ LIC ର ଡୋମେନ୍ ଓ ଟ୍ରେଡ୍ ମାର୍କ ବ୍ୟବହାର କରନ୍ତି ।


ଗତ କିଛିବର୍ଷ ମଧ୍ୟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଏପରି ଠକେଇର ଶିକାର ହୋଇଛନ୍ତି । ଏଭଳି ପରିସ୍ଥିତିରେ LIC ଧାରକଙ୍କୁ ଏକ ବଡ଼ କ୍ଷତିର ସାମ୍ନା କରିବାକୁ ପଡିଛି । ଏହିପରି ଭ୍ରାମକ ୱେବସାଇଟ୍ ଓ ଆପ୍ସର ଜାଲରେ ନ ଫସିବା ପାଇଁ LIC ଲୋକଙ୍କୁ ଆଲର୍ଟ କରିଛି ।


ଏହା ବି ପଢ଼ନ୍ତୁ:-ପୁଣି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍


ଏହା ବି ପଢ଼ନ୍ତୁ:-ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ


ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି କି ଆପଣ? ତ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପୂରା ପ୍ରକ୍ରିୟା...


ଏହା ବି ପଢ଼ନ୍ତୁ:-ସର୍ଭେ: ୟୁପିରେ ଫେରୁଛି ଯୋଗୀ ତ ପଞ୍ଜାବରେ ଚନ୍ନି, ଜାଣନ୍ତୁ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କିଏ ଗଢ଼ିବେ ସରକାର


ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!


 


ଲୋକଙ୍କୁ ସଚେତନ କରି LIC ପିଲିସି ଧାରକଙ୍କୁ କହିଛି ଯେ ପଲିସି ସହ ଜଡ଼ିତ ସମସ୍ତ ସୂଚନା ପାଇବା ପାଇଁ ଆମର ଅଫିସିଆଲ୍ ୱେବସାଇଟ୍ https://licindia.in/ ଭିଜିଟ୍ କରନ୍ତୁ । LIC ର ଏହି ଅଫିସିଆଲ୍ ୱେବସାଇଟରେ ଆପଣ ଏହାର ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ ।