ନୂଆଦିଲ୍ଲୀ: ଦେଶର ବୃହତ୍ତମ ଜୀବନ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଆର୍ଥିକ ବର୍ଷ ୨୦୧୯-୨୦ରେ ରେକର୍ଡ ୨.୧୯ କୋଟି ନୂତନ ବୀମା ପଲିସି (Life Insurance Policy) ବିକ୍ରି କରିଛି । ଗତ ୬ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂଖ୍ୟା । ଆର୍ଥିକ ବର୍ଷ ଶେଷରେ କୋଭିଡ-19 ସଙ୍କଟ ସତ୍ତ୍ୱେ କମ୍ପାନୀ ଏହି ରେକର୍ଡ ସୃଷ୍ଟି କରିଛି । ଆହୁରି ମଧ୍ୟ ଏହି ଅବଧି ମଧ୍ୟରେ ଏଲଆଇସି (LIC)  ଦାବି ସମାଧାନ ଅନ୍ତର୍ଗତ ପଲିସିଧାରୀଙ୍କୁ ସମୁଦାୟ ୧,୫୯,୭୭୦.୩୨ କୋଟି ଟଙ୍କା ପୈଠ କରିଛି । ଏହା ଅନ୍ତର୍ଗତରେ ମୋଟ ୨୧୫,୯୮ ଲକ୍ଷ ଦାବିର ସମାଧାନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ


କମ୍ପାନୀ ଏକ ବୟାନରେ କହିଛି ଯେ, ୨୦୧୯-୨୦ ମଧ୍ୟରେ ସେ ନୂତନ ପଲିସିରେ ପ୍ରାପ୍ତ ପ୍ରିମିୟମ ଉପରେ ଆଧାର କରି ନୂତନ ବ୍ୟବସାୟରେ ୨୫.୧୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କମ୍ପାନ ଏହି ଅବଧିରେ  ୧.୭୮ ଲକ୍ଷ କୋଟି ଟଙ୍କାର ନୂତନ ପ୍ରିମିୟମ ପାଇଛି । ଏହି ସମୟ ମଧ୍ୟରେ କମ୍ପାନୀର ବଜାର ଅଂଶ ୬୮.୭୪ ପ୍ରତିଶତ ଥିଲା । ୧୯୫୬ ମସିହାରେ ୫ କୋଟି ଟଙ୍କାର ନିବେଶରେ ଆରମ୍ଭ ହୋଇଥିବା LIC ର ପରିସମ୍ପତ୍ତି ଆଧାର ୩୧,୯୬,୨୧୪.୮୧  କୋଟି ଟଙ୍କା ରହିଛି ।


ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା


LIC ଡିଜିଟାଲ୍ ପ୍ଲାଟଫର୍ମକୁ ମଧ୍ୟ ଡିଜାଇନ୍ କରିଛି । ଏହାର ଅନୁଭବ ଭଲ ରହିଛି । କଷ୍ଟମର ମୋବାଇଲ୍ ଆପରେ ୩୪ ଲକ୍ଷ  ୟୁଜର୍ସ ଅଛନ୍ତି । ଏଥିସହ ଗୁଗୁଲ୍ ପେ, ପେଟିଏମ୍, ଫୋନ୍ ପେ ଭଳି ପ୍ଲାଟଫର୍ମରେ ପ୍ରିମିୟମ୍ ପେମେଣ୍ଟ ପାଇଁ ସୁବିଧା ମଧ୍ୟ ଦେଇଛି । ଏହା ବ୍ୟତୀତ LIC ଏକ ଚାଟବୋଟ ମଧ୍ୟ ଲଞ୍ଚ କରିଛି ।