ନୂଆଦିଲ୍ଲୀ: ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC) ର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏହି ସପ୍ତାହରେ ୧ ଲକ୍ଷରୁ ଅଧିକ LIC କର୍ମଚାରୀଙ୍କ ବେତନ ବୃଦ୍ଧି ହୋଇପାରେ । ପ୍ରସ୍ତାବ ଅନୁଯାୟୀ, LIC କର୍ମଚାରୀଙ୍କ ଦରମା ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏଲଆଇସି ମ୍ୟାନେଜମେଣ୍ଟ ଦ୍ୱାରା ପଠାଯାଇଥିବା ଏହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ସୈଦ୍ଧାନ୍ତିକ ଅନୁମୋଦନ ଦେଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ


ଦି ହିନ୍ଦୁ ବିଜନେସ୍ ଲାଇନ୍ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ଏଲଆଇସି (LIC) ଅଧ୍ୟକ୍ଷ ଏମଆର କୁମାର ସୋମବାର ମଧ୍ୟାହ୍ନ ୧୨ଟାରେ ୟୁନିୟନ ପ୍ରତିନିଧୀଙ୍କ ସହ ଏକ ଭର୍ଚୁଆଲ୍ ସମ୍ମିଳନୀ କରିପାରିବାର ଥିଲା । ଏଲଆଇସି ମ୍ୟାନେଜମେଣ୍ଟ ଶେଷରେ ୧୬ ପ୍ରତିଶତ ବେତନ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବ ଦେବାବେଳେ ମ୍ୟାନେଜମେଣ୍ଟ ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ହୋମ୍ ଲୋନ୍ ଉପରେ ସୁଧ ହାରରେ ୧୦୦ ବେସିସ୍ ପଏଣ୍ଟ ହ୍ରାସ କରିବାକୁ ମଧ୍ୟ ଘୋଷଣା କରିଥିଲା ।


ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...


LIC କର୍ମଚାରୀଙ୍କ ଦରମା ୧୮.୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ ବୋଲି ମନେ କରାଯାଉଛି । ଚଳିତ ବର୍ଷ ଦେଶର ସବୁଠାରୁ ବଡ ଆଇପିଓ ଆଣିବାକୁ LIC ମଧ୍ୟ ପ୍ରସ୍ତୁତି କରୁଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ର ସରକାର LIC ର IPO ରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଛି ଏବଂ କମ୍ପାନୀରେ ଏହାର ୧୦ ପ୍ରତିଶତ ଅଂଶ ବିକ୍ରି କରିପାରେ ।