ଚୀନର ଅନେକ ସହରରେ ଲାଗିଲା ଲକଡାଉନ୍, କୋଭିଡ୍ ଆପ୍ କ୍ରାସ୍ ହେବା ଯୋଗୁଁ ଆହୁରି ବିଗିଡ଼ିଲା ସ୍ଥିତି
ଚାଇନା ହେଉଛି ଏକମାତ୍ର ଦେଶ ଯିଏ ଶୂନ୍ୟ କୋଭିଡର ରଣନୀତି ଅଭ୍ୟାସ କରୁଛି । ଯେଉଁଥିରେ ସଂକ୍ରମଣକୁ ଶୂନ୍ୟ ସ୍ତରକୁ ଆଣିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି । ଆସନ୍ତା ମାସରେ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ଦେଶର କୋରୋନା ବିସ୍ତାରକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।
ନୂଆଦିଲ୍ଲୀ: Coronavirus in China: ଚୀନରେ କୋରୋନା ସଂକ୍ରମଣର ମାମଲା ଲଗାତର ଭାବେ ବୃଦ୍ଧି ପାଉଛି । ଅନେକ ସହରରେ ଲକଡାଉନ୍ ଲାଗିବା କାରଣରୁ ସାମାନ୍ୟ ଜୀବନଯାପନ ବ୍ୟାହତ ହୋଇଛି । ସିଆନ (Xi'an) ରେ କୋଭିଡ-19 ସ୍ୱାସ୍ଥ୍ୟ କୋଡ୍ ସିଷ୍ଟମ (COVID-19 health code system) ର କ୍ରାସ୍ ହେବାକୁ ଯୋଗୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଛି, ଏହି ସିଷ୍ଟମ୍ ଲୋକଙ୍କ ଗତିବିଧି ଉପରେ କଡା ନିୟନ୍ତ୍ରଣ କରିଥାଏ । ୱୁହାନ୍ (Wuhan) ପରେ ସିଆନରେ ମହାମାରୀର ଭୟଙ୍କର ପ୍ରକୋପ ବହୁତ ବଡ଼ ପ୍ରଭାବ ପକାଉଛି । ଏହି ସମୟ ମଧ୍ୟରେ ଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଚୀନ (China) ଅନ୍ୟ ଏକ ସହର ୟୁଜୋ (Yuzhou) କୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ (Lockdown) କରି ଦେଇଛି, ଅନ୍ୟପକ୍ଷେ ଏଠାରେ କେବଳ ତିନୋଟି ନୂତନ କୋରୋନା ମାମଲା (Coronavirus Cases) ରିପୋର୍ଟ ହୋଇଛି ।
ହେଲଥ୍ କୋଡ୍ ସିଷ୍ଟମ୍ ଆପ୍ କ୍ରାସ୍ ହେବା କାରଣରୁ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଯତ୍ନ ନେଉଥିବା କର୍ମଚାରୀଙ୍କ ପାଇଁ ବାଧା ଉପୁଜିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ବେଜିଂ ପ୍ରଶାସନ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ମ୍ୟୁନିସିପାଲିଟି କମ୍ୟୁନିଷ୍ଟ ପାର୍ଟି କମିଟି (Municipal Communist Party Committee) ଏକ ବୟାନରେ କହିଛି ଯେ ଖରାପ ପ୍ରଦର୍ଶନ ଯୋଗୁଁ ସିଆନର ବିଗ୍ ଡାଟା ବ୍ୟୁରୋର ମୁଖ୍ୟ ଲିୟୁ ଜୁନ (Liu Jun) ଙ୍କୁ ଅସ୍ଥାୟୀ ଭାବରେ ବରଖାସ୍ତ କରାଯାଇଛି । ତେବେ କମିଟି ଏହାର ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରି ନାହିଁ । ସିୟାନର ସ୍ୱାସ୍ଥ୍ୟ କୋଡ୍ ସିଷ୍ଟମରେ ଗଡ଼ବଡ଼ ହେବା ପରେ ଏହା କରାଯାଇଥିଲା । ଲୋକଙ୍କ ସ୍ୱାସ୍ଥ୍ୟ ଓ ଟିକାକରଣ ସ୍ଥିତିକୁ କୋଡ୍ ସିଷ୍ଟମ ମାଧ୍ୟମରେ ଟ୍ରାକ୍ କରାଯାଏ ।
ମିଡିଆ ରିପୋର୍ଟ ଅନୁଯାୟୀ, କୋଡ୍ ସିଷ୍ଟମ୍ କ୍ରାସ୍ ଯୋଗୁଁ ଲୋକମାନେ କୋଭିଡ୍ ସଂକ୍ରମଣର ସ୍ଥିତି ଜାଣିପାରୁ ନାହାଁନ୍ତି । ପରେ ପ୍ରାଦେଶିକ ସରକାର ଏକ ବୟାନରେ କହିଛନ୍ତି ଯେ ଅତ୍ୟଧିକ ଯାତାୟାତ ହେତୁ ଏହି ବ୍ୟବସ୍ଥା ସାମୟିକ ଭାବେ କ୍ରାଶ ହୋଇଛି । ଡିସେମ୍ବରରେ ମଧ୍ୟ ଏଥିରେ ବୈଷୟିକ ସମସ୍ୟା ଥିବା କୁହାଯାଉଛି । ଡାକ୍ତରଖାନାରେ ପ୍ରବେଶ କରିବା ପାଇଁ ଲୋକଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ କୋଡ୍ ଦେଖାଇବାକୁ ପଡିବ । ଯାହା ପ୍ରମାଣ କରିବ ଯେ ସେମାନେ କୋରୋନା ନେଗେଟିଭ୍ ।
ଏହା ବି ପଢ଼ନ୍ତୁ:-କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତ, ଅନେକ ପ୍ରକଳ୍ପର କରିବେ ଉଦଘାଟନ
ଏହା ବି ପଢ଼ନ୍ତୁ:-କୋରୋନାକୁ ଦୃଷ୍ଟିରେ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ?
ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ପାନ୍ କାର୍ଡ ଅଛି ଓ ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ, ତେବେ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୫୮ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୫୩୪ ସଂକ୍ରମିତ
ସିଆନ୍ ସହରରେ ଲକଡାଉନ୍ ହୋଇଥିବାରୁ ଲୋକମାନେ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରରେ ୧,୭୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଠାରେ ୧୩ ମିଲିୟନରୁ ଅଧିକ ବାସିନ୍ଦାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାରଣ ବିନା ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ଚାଇନା ହେଉଛି ଏକମାତ୍ର ଦେଶ ଯିଏ ଶୂନ୍ୟ କୋଭିଡର ରଣନୀତି ଅଭ୍ୟାସ କରୁଛି । ଯେଉଁଥିରେ ସଂକ୍ରମଣକୁ ଶୂନ୍ୟ ସ୍ତରକୁ ଆଣିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି । ଆସନ୍ତା ମାସରେ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ଦେଶର କୋରୋନା ବିସ୍ତାରକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।