ଚୀନରେ ପୁଣି କୋରୋନାର ପ୍ରକୋପ: ଏହି ସହରରେ ଲାଗିଲା ଲକଡାଉନ୍, ୪୦ ଲକ୍ଷ ଲୋକ ଗୃହ ବନ୍ଦୀ
ଚାଇନାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକ ପୁଣି ଥରେ ବନ୍ଦ ହେବା ଆରମ୍ଭ କରିଛି । ଏହା ବ୍ୟତୀତ ଅନେକ ବିମାନ ଉଡ଼ାଣ ମଧ୍ୟ ବାତିଲ କରାଯାଇଛି ।
ନୂଆଦିଲ୍ଲୀ: Lockdown in China: ଚୀନର ୱୁହାନ (Wuhan) ରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ (Coronavirus) ପୁଣି ଥରେ ଫେରିବା ଆରମ୍ଭ କରିଛି । ଚୀନ (China) ର ଅନେକ ପ୍ରଦେଶରେ କୋରୋନାର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଖବର ଆସୁଛି ଯେ ଚୀନର ଲାଞ୍ଝୋଉ (Lanzhou) ସହରରେ କୋରୋନା ସଂକ୍ରମିତ ସଂଖ୍ୟାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ତାଲା ପକାଇ ଦିଆଯାଇଛି । ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି ।
ସାମ୍ନାକୁ ଆସିଲା ୬ କୋରୋନା ସଂକ୍ରମିତ
ମଙ୍ଗଳବାର ଚୀନର ଉତ୍ତର-ପଶ୍ଚିମ ପ୍ରଦେଶର ଲାଞ୍ଝୋଉରେ ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି, ଏହା ପରେ ସମଗ୍ର ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏହା ପରେ ଜିରୋ ଟାଲରେନ୍ସ ନୀତି ଅନୁଯାୟୀ ପ୍ରଶାସନ ସମଗ୍ର ସହରରେ ତାଲା ପକାଇବାକୁ ଘୋଷଣା କରିଛି । ଲାଞ୍ଝୋଉରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି ।
ଦୁଇଟି ଉତ୍ତର କ୍ଷେତ୍ରରେ ମଧ୍ୟ ଲଗାଯାଇଥିଲା ଲକଡାଉନ
ଏହାପୂର୍ବରୁ ଅକ୍ଟୋବର ୨୦ରେ ଚୀନର ଦୁଇଟି ଉତ୍ତର ଅଞ୍ଚଳରେ ତାଲା ପକାଯାଇଥିଲା । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ସୋମବାର ଏଠାରେ ୯ କୋରୋନା ସଂକ୍ରମିତ ନିଶ୍ଚିତ ହୋଇଛି । ଏହା ପରେ ଏଠାରେ ଲକଡାଉନ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ଚାଇନାର ମୋଙ୍ଗୋଲିଆରେ ମଧ୍ୟ ନଅ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାର ଜଣାଯାଇଛି ।
ସ୍କୁଲ ବନ୍ଦ, ବିମାନ ବାତିଲ
ଚାଇନାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକ ପୁଣି ଥରେ ବନ୍ଦ ହେବା ଆରମ୍ଭ କରିଛି । ଏହା ବ୍ୟତୀତ ଅନେକ ବିମାନ ଉଡ଼ାଣ ମଧ୍ୟ ବାତିଲ କରାଯାଇଛି ।
ଏହା ବି ପଢ଼ନ୍ତୁ:-ବଦଳିଗଲା ପେନସନର ନିୟମ, ନଭେମ୍ୱର ୩୦ ପର୍ଯ୍ୟନ୍ତ ଯଦି ଏହି କାର୍ଯ୍ୟ ନ କରିବେ ତ ବନ୍ଦ ହୋଇଯିବ ପେନସନ
ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖବର; ସ୍ମାର୍ଟ ୱାଚ ମାଧ୍ୟମରେ ଟ୍ରାକ୍ ହେବ ପ୍ରତ୍ୟେକ କାର୍ଯ୍ୟକଳାପ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ
ଏହା ବି ପଢ଼ନ୍ତୁ:-ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି, କହିଦେଲେ ଏହି ବଡ଼ କଥା
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
ଏହା ବି ପଢ଼ନ୍ତୁ:-ତାଇୱାନକୁ ନେଇ ଆମେରିକାକୁ କଡ଼ା ଚେତାବନୀ ଦେଲା ଚୀନ, କହିଲା...