କୋଲକାତା: ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ବୁଧବାର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଲାଗି ହେବାକୁ ଯାଉଛି ଭୂମି ପୂଜନ। ହେଲେ ଏହି ଦିନରେ ରାଜ୍ୟରେ ଲକ ଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗରେ କ୍ଷମତାସୀନ ଥିବା ତୃଣମୂଳ କଂଗ୍ରେସ ସରକାର(trinmool congress govt)। ହେଲେ ଏହି ନିଷ୍ପତ୍ତି ସରକାର ବଦଳାନ୍ତୁ ବୋଲି ଦାବି କରିଛି ରାଜ୍ୟର ମୁଖ୍ୟ ବିରୋଧ ଦଳ ବିଜେପି ।          


COMMERCIAL BREAK
SCROLL TO CONTINUE READING

ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେପରି ଭାବେ ବକ୍ରି ଇଦ ପାଳନ କରିବା ଲାଗି ଲକ ଡାଉନ ତାରିଖକୁ ବଦଳା ଯାଇଥିଲା, ଠିକ ସେପରି ରାମ ମନ୍ଦିର ଭୂମି ପୂଜନ ଅବସରରେ ଅନ୍ୟ ଏକ ଦିନରେ ଲକ ଡାଉନ ଜାରି କରିବାକୁ ନିଷ୍ପତ୍ତି ନିଆଯାଉ।   


ଏ ପ୍ରସଙ୍ଗରେ ମତ ରଖି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶାଖା ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ଅଗଷ୍ଟ ୫ ତାରିଖ ରାମ ମନ୍ଦିର ଭୂମି ପୂଜନ ଅବସରରେ ଲକ ଡାଉନ ଲାଗୁ କରି ରାଜ୍ୟକୁ ବାଂଲାଦେଶରେ ପରିଣତ କରିବାକୁ ଚେଷ୍ଟା କରିଛି ରାଜ୍ୟରେ କ୍ଷମତାସୀନ ଥିବା ଶାସକ ତୃଣମୂଳ କଂଗ୍ରେସ।   


ଯେପରି ଅଗଷ୍ଟ ୧ ତାରିଖରେ ବକ୍ରି ଇଦ ପାଳନ ଲାଗି ଲକ ଡାଉନ ତାରିଖକୁ ବଦଳା ଯାଇଥିଲ ଠିକ ସମାନ ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ସେ ଦାବି କରିଛନ୍ତି। ଯାହା ଦ୍ୱାରା ରାଜ୍ୟବାସୀ ଦେଶବାସୀଙ୍କ ସହ ରାମ ମନ୍ଦିର ଭୁମି ପୂଜନ ଉତ୍ସବ ପାଳନ କରିପାରିବେ। ଇଦ କାରଣରୁ ଯେମିତି ଲକ ଡାଉନ ତାରିଖ ବଦଳାଇବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଥିଲେ,ସେତେବେଳେ ଆମର କୌଣସି ଅସୁବିଧା ହୋଇନଥିଲା। ହେଲେ ରାମ ମନ୍ଦିର ନିର୍ମାଣ ଅବସରରେ ହିନ୍ଦୁଙ୍କ ଭାବନାକୁ ମଧ୍ୟ ଅଣଦେଖା କରାଯିବା ଠିକ ନୁହେଁ। 


ବିଜେପି ନେତା କହିଛନ୍ତି ଅଗଷ୍ଟ ୫ ତାରିଖରେ ଲକ ଡାଉନ ଲାଗୁ କରିବା ଫଳରେ ଲୋକଙ୍କୁ ସେହି ମାହୋଲ ମିଳିବ ନାହିଁ, ଯେଉଁ ମାନେ ଏହି ଦିନକୁ ଐତିହାସିକ ଦିନ ଭାବେ ପାଳନ କରିବାକୁ ଚାହୁଁଥିବେ। ଶାସକ ତୃଣୂଳ କଂଗ୍ରେସ ସରକାରଙ୍କ ଏପରି ମାନସିକତା ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବା ଭଳି ଦୃଶ୍ୟମାନ ହେଉଛି। 


ଅନ୍ୟପଟେ ବିଜେପି ସଭାପତିଙ୍କ ପକ୍ଷରୁ ଆସିଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ତୃମମୂଳ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଫିରହଦ ହକିମ କହିଛନ୍ତି, କୋଭିଡ ୧୯ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶକୁ ପ୍ରଭାବିତ କରିଛି। ଏପରି ସମୟରେ ସାମ୍ପ୍ରଦାୟିକ ରାଜନୀତି କରିବା ଠିକ ନୁହେଁ। ରାଜ୍ୟରେ ଆମେ ଦଶନ୍ଧି ଧରି ସମସ୍ତ ଧର୍ମ ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ଏବଂ ଭାଇଚାରା ରଖି ଆସିଛୁ ଆମେ ଏହାକୁ ନଷ୍ଟ କରିଦେବା ଠିକ ନୁହେଁ।