ନୂଆଦିଲ୍ଲୀ:  ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଚଳିତ ସପ୍ତାହ ଶେଷରେ ତାମିଲନାଡୁର ଚେଙ୍ଗଲପେଟ୍ ଏବଂ କାଞ୍ଚିପୁରମରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ତାମିଲନାଡୁ ବ୍ୟାତୀତ ଅନ୍ୟାନ୍ୟ ରାଜ୍ୟରେ ବି ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ଅଛି।


COMMERCIAL BREAK
SCROLL TO CONTINUE READING

IMD କହିଛି ଯେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗାର ତଥା ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ତିନି ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଶ୍ରୀଲଙ୍କା ଉପକୂଳ ଆଡକୁ ଗତି କରିବ। ପାଞ୍ଚ ଦିନିଆ ପୂର୍ବାନୁମାନରେ ଏଜେନ୍ସି କହିଛି ଯେ, ମାର୍ଚ୍ଚ ୨ରେ ଦକ୍ଷିଣ ଉପକୂଳ ତାମିଲନାଡୁର ୫-୬ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଓଡିଶା ଉପରେ ଲଘୁଚାପର ସେତେଟା ପ୍ରଭାବ ପଡିବ ନାହିଁ। 


Also Read: ୩୨ ମାସ ପରେ ଘାଟିରେ ବାଜିଲା ଘଣ୍ଟି


ସେହିପରି ମାର୍ଚ୍ଚ ତିନିରେ ଆନ୍ଧ୍ରପଦେଶର ଉପକୂଳ ଅଞ୍ଚଳ ଓ ତାମିଲନାଡୁର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ସହ ଉତ୍ତର ଭାରତର ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ଦିଲ୍ଲୀ, ହରିୟାଣା ଓ ଉତ୍ତରାଖଣ୍ଡରେ ବର୍ଷା ସହ ବଜ୍ରପାତ ହୋଇପାରେ। ମାର୍ଚ୍ଚ ଚାରି ଓ ପାଞ୍ଚ ତାରିଖ ବେଳକୁ ପୁଣି ଆନ୍ଧ୍ରପଦେଶର ଉପକୂଳ ଅଞ୍ଚଳ, ତାମିଲନାଡୁ ସହ କେରଳର କିଛି ସ୍ଥାନରେ ବର୍ଷା ହୋଇପାରେ। ମାର୍ଚ୍ଚ ପାଞ୍ଚ ତାରିଖରେ ଏହି ତିନି ରାଜ୍ୟ ସହ ଜାମ୍ମୁ କାଶ୍ମୀର ଓ ହରିୟାଣାରେ ବର୍ଷା ଅନୁମାନ କରାଯାଉଛି।