ଗୁଡ୍ ନ୍ୟୁଜ୍! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି
ବାସ୍ତବରେ, ଆମେ ସେହି ସିଲିଣ୍ଡର ବିଷୟରେ କହୁଛୁ, ଯେଉଁଥିରେ ଗ୍ୟାସ୍ ଦୃଶ୍ୟମାନ ହୁଏ ଏବଂ ୧୪.୨ କିଲୋଗ୍ରାମ ଗ୍ୟାସର ଭାରୀ ସିଲିଣ୍ଡର ଅପେକ୍ଷା ହାଲୁକା ଅଟେ ।
ନୂଆଦିଲ୍ଲୀ: LPG Composite Cylinder Price: ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡର (LPG Cylinder) ର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତିତ ଅଛନ୍ତି । ତେବେ ଆପଣ ଏହି ଖବର ପଢ଼ି ଖୁସି ହେବେ । କାରଣ ବର୍ତ୍ତମାନ ଆପଣଙ୍କୁ କେବଳ ୬୩୩.୫୦ ଟଙ୍କା ଦେଇ ସିଲିଣ୍ଡର ମିଳିଯିବ । ଆଜ୍ଞା ହଁ! ଏହା ସତ କଥା । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ (LPG Cylinder Price) ରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ । ଅକ୍ଟୋବର ୪ ପରେ ଏଲପିଜି ସିଲିଣ୍ଡର ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ । କିନ୍ତୁ ତଥାପି ଆପଣ ୬୩୩.୫୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର କିଣି ପାରିବେ । ଆସନ୍ତୁ ଜାଣିବା କିପରି...
କମ୍ପୋଜିଟ୍ LPG ସିଲିଣ୍ଡର
ବାସ୍ତବରେ, ଆମେ ସେହି ସିଲିଣ୍ଡର ବିଷୟରେ କହୁଛୁ, ଯେଉଁଥିରେ ଗ୍ୟାସ୍ ଦୃଶ୍ୟମାନ ହୁଏ ଏବଂ ୧୪.୨ କିଲୋଗ୍ରାମ ଗ୍ୟାସର ଭାରୀ ସିଲିଣ୍ଡର ଅପେକ୍ଷା ହାଲୁକା ଅଟେ । ଯଦିଓ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୮୯୯.୫୦ ଟଙ୍କାରେ ଉପଲବ୍ଧ, କିନ୍ତୁ ଏକ କମ୍ପୋଜିଟ୍ ସିଲିଣ୍ଡର (LPG Composite Cylinder) ମାତ୍ର ୬୩୩.୫୦ ଟଙ୍କାରେ ଭରାଯାଇପାରିବ । ଏଥି ସହିତ ୫ କିଲୋଗ୍ରାମ ଗ୍ୟାସ୍ ସହିତ LPG କମ୍ପୋଜିଟ୍ ସିଲିଣ୍ଡର ମାତ୍ର ୫୦୨ ଟଙ୍କାରେ ରିଫିଲ୍ ହେବ । ୧୦ କିଲୋଗ୍ରାମ LPG କମ୍ପୋଜିଟ୍ ସିଲିଣ୍ଡର ପୂରଣ କରିବାକୁ ହେଲେ ଆପଣଙ୍କୁ କେବଳ ୬୩୩.୫୦ ଟଙ୍କା ଦେବାକୁ ପଡିବ ।
ଏହି ସହରଗୁଡ଼ିକରେ କମ୍ପୋଜିଟ୍ ସିଲିଣ୍ଡର ଉପଲବ୍ଧ
ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସିଲିଣ୍ଡର ତୁଳନାରେ କମ୍ପୋଜିଟ୍ ସିଲିଣ୍ଡରରେ ୪ କିଲୋଗ୍ରାମ କମ୍ ଗ୍ୟାସ୍ ରହିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ବାରାଣାସୀ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ ସମେତ ୨୮ଟି ସହରରେ ଏହି କମ୍ପୋଜିଟ୍ ସିଲିଣ୍ଡର ଉପଲବ୍ଧ ରହିଛି । ସେହିପରି ଉତ୍ତର ପ୍ରଦେଶର ଗୋରଖପୁର, କାନପୁର ମଧ୍ୟ ଏହି ସେବା ଆରମ୍ଭ ହୋଇସାରିଛି ।
କମ୍ପୋଜିଟ୍ ସିଲିଣ୍ଡରର ବିଶେଷତା କ’ଣ?
ଲୌହ ସିଲିଣ୍ଡର ଅପେକ୍ଷା କମ୍ପୋଜିଟ୍ ସିଲିଣ୍ଡର ୭ କିଲୋଗ୍ରାମ ହାଲୁକା । ଏହାର ତିନୋଟି ସ୍ତର ଅଛି । ବର୍ତ୍ତମାନ ବ୍ୟବହୃତ ହେଉଥିବା ଖାଲି ସିଲିଣ୍ଡର ହେଉଛି ୧୭ କିଲୋଗ୍ରାମ ଓ ଯେତେବେଳେ ଏଥିରେ ଗ୍ୟାସ ଭରାଯାଏ, ଏହା ୩୧ କିଲୋଗ୍ରାମରୁ ଅଧିକ ହୋଇଯାଏ । ବର୍ତ୍ତମାନ ୧୦ କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିବ । ଏଠାରେ କହି ରଖୁଛୁ ଯେ ଏହି ଫାଇବର ଯୁକ୍ତ ଗ୍ୟାସ୍ IOC ଦ୍ୱାରା ଜାରି କରାଯାଇଛି । ଏହି ସିଲିଣ୍ଡରଟି ସୁବିଧାଜନକ ଓ କଳଙ୍କ ରୋଧକ । ଏହି ସିଲିଣ୍ଡରର ଦୁଇଟି ପ୍ରକାର ୫ ଓ ୧୦ କିଲୋଗ୍ରାମରେ ଉପଲବ୍ଧ ହୋଇଥାଏ । ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୨୧୫୦ ଟଙ୍କାର ସିକ୍ୟୁରିଟି ଦେବାକୁ ପଡ଼ିବ ଓ ୧୦ କିଲୋଗ୍ରାମ ପାଇଁ ୩୩୫୦ ଟଙ୍କାର ସିକ୍ୟୁରିଟି ଭାବରେ ଜମା କରିବାକୁ ପଡିବ ।
ଏହା ବି ପଢ଼ନ୍ତୁ:-କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୩୯୬ ସଂକ୍ରମିତଙ୍କ ମୃତ୍ୟୁ
ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ବଡ଼ ଝଟକା, ଟିଏମସିରେ ଯୋଗ ଦେବେ ମେଘାଳୟର ପୂର୍ବତନ ସିଏମ ସହ ୧୭ କଂଗ୍ରେସ ବିଧାୟକରୁ ୧୨ ବିଧାୟକ
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଏହା ବି ପଢ଼ନ୍ତୁ:-କପିଲ ଶର୍ମା ଶୋ'ରେ ଅତିଥି ହୋଇ ଆସିଥିଲେ ସ୍ମୃତି ଇରାନୀ, କିନ୍ତୁ ସେଟକୁ ଯିବାକୁ ଦେଲେ ନାହି ଗାର୍ଡ, ଜାଣନ୍ତୁ କ'ଣ ହେଲା ତା'ପରେ...
ଏହା ବି ପଢ଼ନ୍ତୁ:-କୃଷକମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେବେ ସରକାର