ବୋଝ ଉପରେ ନଳିତା ବିଡା: ପୁଣି ବଢ଼ିଲା LPG ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲର ଦର
ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ କ୍ରମାଗତ ଭାବରେ ମଜଭୁତ ହେବାରେ ଲାଗିଛି । ଯଦିଓ ଭାରତୀୟ ବାସ୍କେଟ ପାଇଁ ଆସୁଥିବା ଅଶୋଧିତ ତୈଳ ଉପରେ ଅନ୍ତର୍ଜାତୀୟ ହାରର ପ୍ରଭାବ ୨୦-୨୫ ଦିନ ପରେ ଦେଖାଯାଏ ।
ନୂଆଦିଲ୍ଲୀ: ଅନେକ ଦିନ ଶାନ୍ତ ରହିବା ପରେ ଗୁରୁବାର ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price) ଲିଟର ପିଛା ୩୫-୩୫ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀରେ ପେଟ୍ରୋଲ (Petrol Price) ଲିଟର ପିଛା ୮୬.୬୫ ଟଙ୍କା ହୋଇଯାଇଛି । ସେହିଭଳି ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଉଲ୍ଲେଖନୀୟ କଥା ହେଉଛି, ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ଇନଫ୍ରା ସେସ୍ ଲାଗୁ କରାଯାଇଥିଲା । କିନ୍ତୁ ଏହା ସାଧାରଣ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସରକାର କହିଥିଲେ ।
ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!
ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ ଗ୍ରାହକଙ୍କୁ ୧୪ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଏହାପରେ ଦିଲ୍ଲୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା, କୋଲକାତାରେ ସିଲିଣ୍ଡର ପିଛା ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୭୩୫ ଟଙ୍କା ଦେବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ଗେହଲଟଙ୍କ ଆଗରେ ଅସହାୟ ସୋନିଆ! ମାକନ ମଧ୍ୟ ମନାଇବାରେ ବିଫଳ
ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ କ୍ରମାଗତ ଭାବରେ ମଜଭୁତ ହେବାରେ ଲାଗିଛି । ଯଦିଓ ଭାରତୀୟ ବାସ୍କେଟ ପାଇଁ ଆସୁଥିବା ଅଶୋଧିତ ତୈଳ ଉପରେ ଅନ୍ତର୍ଜାତୀୟ ହାରର ପ୍ରଭାବ ୨୦-୨୫ ଦିନ ପରେ ଦେଖାଯାଏ ।
ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଦର ୮୬.୬୫ ଟଙ୍କାରେ ପହଞ୍ଚିଛି । ଡିଜେଲ ଲିଟର ପିଛା ୭୬.୮୩ ଟଙ୍କା ପହଞ୍ଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୨୦ ଟଙ୍କା ଏବଂ ଡିଜେଲ ୮୩.୬୭ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୮୯.୧୩ ଟଙ୍କା ଏବଂ ଡିଜେଲ ୮୨.୦୪ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ପେଟ୍ରୋଲ ପ୍ରତି ଲିଟର ୮୮.୦୧ ଟଙ୍କା ଏବଂ ଡିଜେଲ ୮୦.୪୧ ଟଙ୍କା ଦରରେ ମିଳୁଛି । ଭୁବନେଶ୍ୱରରେ ପେଟ୍ରୋଲ ୮୭.୩୨ ଟଙ୍କା ଏବଂ ଡିଜେଲ ୮୩.୭୧ ଟଙ୍କା ହୋଇଯାଇଛି ।
ଅଧିକ ପଢ଼ନ୍ତୁ:-ଚୀନର ରହସ୍ୟମୟ ୱୁହାନ ଲ୍ୟାବରୁ ବ୍ୟାପିଛି କୋରୋନା ଭୂତାଣୁ? WHO ର ଅନୁସନ୍ଧାନକାରୀ ଦଳ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା
ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନୂଆ ବର୍ଷରେ ରେକର୍ଡ ସ୍ତରରେ ପହଞ୍ଚିଛି । ଏହି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶେଷ ଭାବରେ ଡିଜେଲ ଦର ବୃଦ୍ଧି ଅନେକ କ୍ଷେତ୍ର ଉପରେ ପ୍ରଭାବ ପକାଇଥାଏ । ଏହା ଚାଷୀଙ୍କ ଜଳସେଚନ ମୂଲ୍ୟ ବଢାଇଥାଏ ଏବଂ ମାଲ ପରିବହନ ମହଙ୍ଗା କରିଥାଏ । ମାଲ ପରିବହନ ମହଙ୍ଗା ହେତୁ ସମସ୍ତ ପ୍ରକାର ଦ୍ରବ୍ୟରେ ମୁଦ୍ରାସ୍ଫୀତିର ସମ୍ଭାବନା ବଢିଥାଏ ।