ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆସିଯାଇଛି ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ`ଣ ରହିଛି ରେଟ୍
ସୂଚନାଯୋଗ୍ୟ, ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଓ ୧୫ ତାରିଖରେ LPG ର ମୂଲ୍ୟ ସମୀକ୍ଷା କରନ୍ତି । ଏହାପୂର୍ବରୁ ଜୁଲାଇ ୧ରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲେ ।
ନୂଆଦିଲ୍ଲୀ: LPG Gas Cylinder Price: ପେଟ୍ରୋଲିୟମ କମ୍ପାନୀଗୁଡିକ ପୁଣିଥରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି (LPG Gas Cylinder Price Hike) କରିଛନ୍ତି । ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଛି ।
ଏହି ବୃଦ୍ଧି ପରେ ଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ସୋମବାର ରାତିରୁ ହିଁ କାର୍ଯ୍ୟକାରୀ ହୋଇଛି । କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୮୮୬ ଟଙ୍କା, ମୁମ୍ବାଇରେ ୮୫୯.୫ ଟଙ୍କା, ଭୁବନେଶ୍ୱରରେ ୮୮୬ ଟଙ୍କା ଏବଂ ଲକ୍ଷ୍ନୌରେ ୮୯୭.୫ ଟଙ୍କା ହୋଇଯାଇଛି । ସେହିଭଳି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ୬୮ ଟଙ୍କା ବୃଦ୍ଧି କରାଯାଇଛି । ଦିଲ୍ଲୀରେ ଏହାର ମୂଲ୍ୟ ୧୬୧୮ ଟଙ୍କାକୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଓ ୧୫ ତାରିଖରେ LPG ର ମୂଲ୍ୟ ସମୀକ୍ଷା କରନ୍ତି । ଏହାପୂର୍ବରୁ ଜୁଲାଇ ୧ରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲେ ।
ସରକାରଙ୍କ ଉପରେ ବଢୁଛି ଚାପ
ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି ହେତୁ କେନ୍ଦ୍ର ସରକାର ବହୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସରକାର କହିଛନ୍ତି ଯେ ଏହା ସବୁ ଅନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭରଶୀଳ ଓ ତାଙ୍କ ହାତରେ ବହୁତ କିଛି ନାହିଁ । ଗ୍ୟାସ ମୂଲ୍ୟରେ ସବସିଡି ହଟାଇବାକୁ ସରକାର ନିରନ୍ତର ଚେଷ୍ଟା କରିଛନ୍ତି ।
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...
ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍
ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?
ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!
ଘରେ ବସି ସଂଯୋଗ
ବର୍ତ୍ତମାନ ଏକ ନୂତନ ଏଲପିଜି ସଂଯୋଗ ପାଇବାକୁ ଆପଣଙ୍କୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ବର୍ତ୍ତମାନ ଯଦି ଆପଣ LPG ଅର୍ଥାତ୍ ରନ୍ଧନ ଗ୍ୟାସ ସଂଯୋଗ ନେବାକୁ ଚାହୁଁଛନ୍ତି, ତେବେ କେବଳ ଗୋଟିଏ ମିସ୍ କଲ୍ କରିବାକୁ ପଡିବ । ବର୍ତ୍ତମାନ ଏହି ସୁବିଧା କେବଳ ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଦ୍ୱାରା ଆରମ୍ଭ କରାଯାଇଛି ।
ଏଥିପାଇଁ ଆପଣଙ୍କୁ 8454955555 ନମ୍ବରରେ ମିସ୍ କଲ୍ ଦେବାକୁ ପଡିବ । ଯଦିଓ ଆପଣ ଗ୍ୟାସ୍ ସିଲିଣ୍ଡର ଭରିବାକୁ ଚାହାଁନ୍ତି, ତେବେ ସମାନ ନମ୍ୱର କାମରେ ଆସିବ । ଆପଣଙ୍କୁ କେବଳ ଆପଣଙ୍କ ପଞ୍ଜୀକୃତ ନମ୍ବରରୁ 8454955555 ରେ ଏକ ମିସ୍ କଲ ଦେବାକୁ ପଡିବ ।