LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ଜୁଲାଇ ୧ର ରେଟ୍
ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ବୃଦ୍ଧି ପରେ ଆଜି ଦିଲ୍ଲୀରେ ଏହାର ମୂଲ୍ୟ ୮୩୪ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ଏହାର ମୂଲ୍ୟ ବଢ଼ି ୭୧୯ ଟଙ୍କା ହୋଇଯାଇଥିଲା ।
ନୂଆଦିଲ୍ଲୀ: LPG Gas Cylinder Price Today: କ୍ରମାଗତ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଛି, ଯାହା ଫଳରେ ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ବଢ଼ିଚାଲିଛି । ଏହି ସମୟରେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ବିନା ସବସିଡି ଘରୋଇ ଏଲପିଜି ସିଲିଣ୍ଡର (non-subsidised domestic LPG cylinders) ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆଜି ଅର୍ଥାତ୍ ଜୁଲାଇ ୧ରୁ ଆପଣଙ୍କୁ ଇଣ୍ଡେନ ସିଲିଣ୍ଡର ଭରିବା ପାଇଁ ଆପଣଙ୍କୁ ୨୫.୫୦ ଟଙ୍କା ଅଧିକ ଦେବାକୁ ପଡିବ । ମେ ଓ ଜୁନ୍ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ୫୦ ହଜାରରୁ କମ୍ ମାମଲା, ଏତିକି ସଂକ୍ରମିତଙ୍କ ମୃତ୍ୟୁ
ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ବୃଦ୍ଧି ପରେ ଆଜି ଦିଲ୍ଲୀରେ ଏହାର ମୂଲ୍ୟ ୮୩୪.୫୦ ଟଙ୍କା ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ଏହାର ମୂଲ୍ୟ ବଢ଼ି ୭୧୯ ଟଙ୍କା ହୋଇଯାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ବଢ଼ି ୭୬୯ ଟଙ୍କାକୁ ପହଞ୍ଚିଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟି ୭୯୪ ଟଙ୍କା ହୋଇଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାକୁ ପହଞ୍ଚିଥିଲା ।
ଅଧିକ ପଢ଼ନ୍ତୁ:-ଟିକା ବାହାନାରେ ଲୋକଙ୍କ ଶରୀରରେ ଲଗାଯାଉଛି ମାଇକ୍ରୋଚିପ୍? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
ସରକାରୀ ତୈଳ କମ୍ପାନୀଗୁଡିକ (Oil Companies) ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡର (LPG Price) ର ମୂଲ୍ୟ ପରିବର୍ତ୍ତନ କରନ୍ତି । ଏହାପୂର୍ବରୁ ମେ ୧ରେ ଗ୍ୟାସ କମ୍ପାନୀଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରିନଥିଲେ । ଏହା ପୂର୍ବରୁ ଗତ ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ ପାଇଥିବାବେଳେ ଫେବୃଆରୀ ଏବଂ ମାର୍ଚ୍ଚରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଏହି କର୍ମଚାରୀଙ୍କ ହାତରେ ଆସିବ ଅଧିକ ଦରମା! ଜାଣନ୍ତୁ କେମିତି...
ମୁମ୍ବାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ବର୍ତ୍ତମାନ ୮୩୪.୫୦ ଟଙ୍କା ରହିଛି, ଏହା ପୂର୍ବେ ୮୦୯ ଟଙ୍କା ଥିଲା । କୋଲକାତାରେ ଏଲପିଜି ସିଲିଣ୍ଡରର ଦର ୮୩୫.୫୦ ଟଙ୍କାରୁ ବଢ଼ି ୮୬୧ ଟଙ୍କାକୁ ହୋଇଯାଇଛି । ଚେନ୍ନାଇରେ ଏଲପିଜି ସିଲିଣ୍ଡର ପାଇଁ ଆଜିଠାରୁ ଆପଣଙ୍କୁ ୮୫୦.୫୦ ଟଙ୍କା ଦେବାକୁ ପଡିବ, ଯାହା ଗତକାଲି ପର୍ଯ୍ୟନ୍ତ ୮୨୫ ଟଙ୍କା ଥିଲା ।